Categories: ଫୁରସତ

ଜିମ୍‌ ସେଣ୍ଟରରେ ଓ୍ବାର୍କଆଉଟ୍‌ କରୁଥିଲେ ବ୍ୟକ୍ତି, ଏମିତି କିଛି ଦୃଶ୍ୟ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏବେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଜିମ୍‌ ସେଣ୍ଟରରେ ଓ୍ବାର୍କଆଉଟ୍‌ କରୁଥିବା ନଜର ଆସିଛନ୍ତି। ଏଥିରେ ବ୍ୟକ୍ତିଙ୍କ ଗୋଡ଼ ଏକ କୁକୁଡ଼ା ଗୋଡ଼ ପରି ଦେଖାଯାଉଛି। ଯାହା ଦେଖି ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପରେ ସତ କଥା ଜାଣି ହସିହସି ଗଡୁଛନ୍ତି। ଅସଲ କଥା ହେଲା ଯେଉଁ ଗୋଡ଼ କୁକୁଡ଼ା ପରି ଦେଖାଯାଉଛି ତାହା ବ୍ୟକ୍ତିଙ୍କ ମୋଜା।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହାକୁ ଦେଖି ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି। ଭିଡିଓକୁ @TheoShantonas ନାମକ ଜଣେ ୟୁଜର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପ୍‌ଶନ ଲେଖିଛନ୍ତି, ‘ଜିମ୍‌ରେ ଚିକେନ୍‌ ଲେଗ୍‌ ଡେ’। ଭିଡିଓକୁ ବର୍ତ୍ତମାନ ୧୮୦୦୦ ଲୋକ ଦେଖାସାରିଲେଣି। ଲଗାତର ଏହା ଉପରେ ଲୋକେ ମଜାଳିଆ କମେଣ୍ଟ ଦେଇଚାଲିଛନ୍ତି।

Share