ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରି ସ୍ପେନ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲା। ଆର୍ଜେଣ୍ଟିନା ଦ୍ୱିତୀୟ ସେମିଫାଇନାଲ୍ରେ ଇଂଲଣ୍ଡକୁ ପରାସ୍ତ କରି ନିଜ ସ୍ଥାନ ବୁକ କରିଥିଲା। ଏହି ସ୍ପେନ-ଆର୍ଜେଣ୍ଟିନା ଫାଇନାଲ୍ ଏକ ଆକର୍ଷଣୀୟ ଦିଗ ହେଉଛି ଯେ, ଆର୍ଜେଣ୍ଟିନାର ସୁପରଷ୍ଟାର ଅଧିନାୟକ ଲିଓନେଲ ମେସି ଫାଇନାଲରେ ଏମିତି ଜଣେ ଖେଳାଳିଙ୍କ ସହ ମୁକାବିଲା କରିବେ, ଯାହାକୁ ସେ ଥରେ ଶିଶୁ ଅବସ୍ଥାରେ ନିଜ କୋଳରେ ଧରିଥିଲେ। ସେହି ଛଅ ମାସର ଶିଶୁଟି ଏବେ ଜଣେ ୧୯ ବର୍ଷୀୟ ଯୁବକ।
ଏହା ୨୦୦୭ ମସିହାର କଥା। ୧୮ ବର୍ଷୀୟ ମେସି ଜଣେ ପ୍ରମୁଖ ଫୁଟବଲ ଷ୍ଟାର ଭାବରେ ଉଭା ହେଉଥିଲେ। ସେ ତାଙ୍କର ପ୍ରଥମ ଫିଫା ବିଶ୍ୱକପ ଖେଳି ସାରିଥିଲେ। ସେ ଏକ ୟୁନିସେଫ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସେ ଏକ ଛଅ ମାସର ଶିଶୁ ସହିତ ଏକ ଫଟୋସୁଟ୍ରେ ଅଂଶଗ୍ରହଣ କରିଥିଲେ। ସେହି ଶିଶୁଟିର ନାଁ ଥିଲା ଲାମିନେ ୟାମାଲ। ବର୍ତ୍ତମାନ ସେହି ଶିଶୁଟି ସ୍ପାନିସ ଫୁଟବଲ୍ର ହୃଦୟ ଏବଂ ଆତ୍ମା।
ଫଟୋସୁଟ ସମୟରେ, ମେସି ଛଅ ମାସର ୟାମାଲକୁ ତାଙ୍କ କୋଳରେ ଧରିଥିଲେ। ଫଟୋଟି ପରବର୍ତ୍ତୀ ୧୭ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ରହିଥିଲା। ୨୦୨୪ରେ ମେସି ଲାମିନେ ୟାମାଲକୁ ଧରିଥିବାର ଚିତ୍ର ପ୍ରକାଶ ପାଇଥିଲା, ଯାହା ସହିତ କ୍ୟାପସନ ଥିଲା: ‘ଦୁଇ କିମ୍ବଦନ୍ତୀଙ୍କ ଆରମ୍ଭ”।
ଫିଫା ବିଶ୍ୱକପ ୨୦୨୬ ଫାଇନାଲରେ ସ୍ପେନ ଏବଂ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଲାମିନେ ୟାମାଲ ଏବଂ ଲିଓନେଲ ମେସିଙ୍କ ପରସ୍ପର ମୁକାବିଲା କରିବେ। ଏହା ଆର୍ଜେଣ୍ଟିନାର ଲଗାତାର ଦ୍ୱିତୀୟ ବିଶ୍ୱକପ ଫାଇନାଲ। ଫାଇନାଲକୁ ଫେରିବା ପାଇଁ ସ୍ପେନକୁ ୧୬ ବର୍ଷ ଲାଗିଛି। ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ଜୁଲାଇ ୨୦ରେ ନ୍ୟୁୟର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବ।