ହ୍ରାସ ପାଉଛି ଚଣ୍ଡିଆ ପାହାଡ଼ ପରିସୀମା

ଚଣ୍ଡିଖୋଲ, ୨୯।୧୨ (ଡି.ଏନ.ଏ.): ଦିନକୁ ଦିନ କମି ଚାଲିଛି ଚଣ୍ଡିଆ ପାହାଡ଼ର ଉଚ୍ଚତା ା ତାର ବ୍ୟାସାର୍ଦ୍ଧ ବି ହ୍ରାସ ପାଇବାରେ ଲାଗିଛି ା ଆଉ କିଛି ଦିନ ଏମିତି ଚାଲିଲେ ସେଠାରେ ଏକ ପାହାଡ଼ ଥିଲା ବୋଲି କେହି ବିଶ୍ୱାସ କରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି ା ଏହାକୁ ନେଇ ସ୍ଥାନୀୟ ଲୋକେ ଓ ପ୍ରକୃତି ପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ା ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏ ସଂକ୍ରାନ୍ତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ସୂଚନା ଅନୁଯାୟୀ, ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ଚଣ୍ଡିଆ ପାହାଡ଼ରୁ ବ୍ୟାପକ ପଥର କଟା ଚାଲିଛି। ଏହି ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆଯାଇନାହିଁ ା ତଥାପି ସେଠାରୁ ଦୈନିକ ୨୦ରୁ ଊର୍ଦ୍ଧ୍ୱ ଟ୍ରକ ଓ ଟ୍ରାକ୍ଟ୍‌ରରେ ପଥର ଚାଲାଣ ହେଉଛି। ଏହି ପଥର ଅତ୍ୟନ୍ତ ମୂଲ୍ୟବାନ ା ପଥର ଶିଳ୍ପୀମାନେ ସେହି ପଥରରେ ବିଭିନ୍ନ ମୂର୍ତ୍ତି ତିଆରି କରି ବିକ୍ରି କରିଥାନ୍ତି ା ଏହି ପଥର ନରମ ଥିବାରୁ କାରୁକାର୍ଯ୍ୟ କରିବାକୁ ସୁବିଧା ହୋଇଥାଏ। ମନ୍ଦିର ତିଆରିରେ ମଧ୍ୟ ସେହି ପଥର ବ୍ୟବହାର କରାଯାଇଥାଏ ା ଏଥିପାଇଁ ଦଲାଲମାନେ ଚଣ୍ଡିଆ ପାହାଡକୁ ବେଆଇନ ଭାବେ କାଟି ବିକ୍ରି କରି ମୋଟା ଅଙ୍କର ଲାଭ ପାଉଛନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଦିନରାତି ପାହାଡରୁ ପଥର ଖନନ କରୁଛନ୍ତି। ସେହି ପଥରଗୁଡ଼ିକ ବିଳମ୍ବିତ ରାତିରେ ବାହାରକୁ ଚାଲାଣ କରାଯାଉଛି।
ପୂର୍ବରୁ ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳରୁ ବଉଳମାଳିଆ ପଥର ଆଣି ଶିଳ୍ପୀମାନେ ମୂର୍ତ୍ତି ତିଆରି କରୁଥିଲେ ା ହେଲେ ସେଠାରୁ ବଉଳମାଳିଆ ପଥର ଯୋଗାଣ ବନ୍ଦ ହେବାପରେ ଏବେ ଚଣ୍ଡିଆ ପାହାଡ଼ ଉପରେ ସେମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। କେବଳ ସେଠାକୁ ନୁହେଁ, ବିଭିନ୍ନ ସ୍ଥାନକୁ ଚଣ୍ଡିଆ ପାହାଡ ପଥର ଯାଉଛି। ବିଶେଷ କରି ଶୁଖୁଆପଡ଼ା ଓ ଲଲିତଗିରି ଅଞ୍ଚଳର ବହୁ ଶିଳ୍ପ ଏହି ପଥରରେ ମୂର୍ତ୍ତି ତିଆରି କରିଥାନ୍ତି। ଏପରି କି କଟକ ଓ ଭୁବନେଶ୍ୱରର ବହୁ ମୂର୍ତ୍ତି କାରିଗର ଚଣ୍ଡିଆ ପାହାଡ଼ ପଥରରେ ମୂର୍ତ୍ତି ତିଆରି କରୁଥିବା ଜଣାପଡିଛି ା ସେଥିପାଇଁ ସେମାନେ ଖଣ୍ଡେ ପଥରକୁ ୧ହଜାରରୁ ଆରମ୍ଭ କରି ୫ହଜାର ଟଙ୍କାରେ କିଣି ଥାନ୍ତି ା ଯଦି ବଡ଼ ପଥର ଖଣ୍ଡ ମିଳିଲା ତାର ଦାମ୍‌ ୧୦ହଜାରରୁ ଅଧିକ ହୋଇଥାଏ। କୌଣସି ଅଞ୍ଚଳରେ ଯଦି ମନ୍ଦିର ନିର୍ମାଣ ଆରମ୍ଭ ହୁଏ ସେହି ବାହାନାରେ ଦଲାଲମାନେ ବହୁ ଟ୍ରିପ୍‌ ପଥର ବାହାରକୁ ଚାଲାଣ କରୁଥିବା ନଜୀର ରହିଛି ା
ଚଣ୍ଡିଆ ପାହାଡ଼ଟି ଏକ ଛୋଟ ପାହାଡ଼ ା ଏହାର ପୂର୍ବ ଓ ପଶ୍ଚିମ ପଟରୁ ଖନନ କରାଯାଉଛି। ତୁରନ୍ତ ଏପରି ବେଆଇନ ଖନନକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି, ଚଣ୍ଡିଆ ପାହାଡ଼କୁ କାହାରିକୁ ଲିଜ୍‌ ଦିଆଯାଇ ନାହଁି। ତଥାପି ଯଦି ଏପରି ଖନନ ଓ ପଥର ଚାଲାଣ ଚାଲିଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri