ବାତ୍ୟା କ୍ଷତିପୂରଣ ଅର୍ଥ ମିଳୁନି: ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଘେରିଲେ ଲୋକେ

ଖଇରା,୪ା୬(ଡି.ଏନ୍‌.ଏ.): ବାତ୍ୟା ‘ୟାସ୍‌’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା ତଥା ବାତ୍ୟା କ୍ଷତିଗ୍ରସ୍ତମାନଙ୍କୁ ଏ ପର୍ଯ୍ୟନ୍ତ ପଲିଥିନ ଓ କ୍ଷତିପୂରଣ ଅର୍ଥ ପ୍ରଦାନ କରା ନ ଯିବା ଦାବିରେ ୫ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଖଇରା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶିନୀ ଧଳ ତଥା ଗଣ୍ଡିବେଡ଼ ରାଜସ୍ବ ନିରୀକ୍ଷକାଙ୍କୁ ଗଣ୍ଡିବେଡ଼ ରାଜସ୍ବ କାର୍ଯ୍ୟାଳୟ ପରିସରରେ ତାଲା ବନ୍ଦ କରି ଅଟକ ରଖିଛନ୍ତି। ପଲିଥିନ ଓ କ୍ଷତିପୂରଣ ଅର୍ଥ ବାବଦ ଚେକ୍‌ ନ ମିଳିବା ପର୍ଯ୍ୟନ୍ତ ଗ୍ରାମବାସୀ ଅଧିକାରୀଙ୍କୁ ନ ଛାଡିବା ଜିଦ୍‌ରେ ଅଟଳ ଅଛନ୍ତି। ରାଜ୍ୟ ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ନିକଟସ୍ଥ ପାର୍ବତୀପୁର, ଶ୍ୟାମସୁନ୍ଦରପୁର, ଚକାପଦା, ଝାଟିଆ, ଚକ୍ରଧରପୁର, ନନ୍ଦୁର ଇତ୍ୟାଦି ଗ୍ରାମବାସୀ ଗେଟ୍‌ରେ ତାଲା ଦେଇ ଧାରଣାରେ ବସି ରହିଛନ୍ତି। ତହସିଲଦାର ମହେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ୯୦ଜଣଙ୍କୁ ପଲିଥିନ ଦିଆସରିଛି। ଅନ୍ୟମାନଙ୍କୁ ତଦନ୍ତ ପରେ ପ୍ରଦାନ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

ପରାଜିତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର

ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri