ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା ପୋଲିସ ଓ ପଶ୍ଚିମବଙ୍ଗ ଦୀଘା ଥାନା ଅଧୀନ ଅଞ୍ଚଳବାସୀ ମୁହାଁମୁହିଁ ହେବାରୁ ଏଭଳି ଉତ୍ତେଜନା ସୃଷ୍ଟି ହୋଇଛି। ତାଳସାରୀ ମେରାଇନ ଥାନାର ମାତ୍ରାଧିକ ବଳପ୍ରୟୋଗ ବିରୋଧରେ ପଶ୍ଚିମବଙ୍ଗ ଲୋକେ ଏକଜୁଟ ହୋଇ ଶୁକ୍ରବାର ସାରେ ଚନ୍ଦନେଶ୍ୱର-ଦୀଘା ରାସ୍ତା ଅବରୋଧ କରିବାରୁ ଶତାଧିକ ଯାନବାହନ ଉଭୟ ରାଜ୍ୟରେ ଅଟକି ପଡିଛି। ସ୍ଥିତି କ୍ରମଶଃ ଜଟିଳ ହେବାରୁ ସାରେ ଉଭୟ ରାଜ୍ୟ ପୋଲିସ ମଧ୍ୟରେ ବୈଠକ ଜାରି ରହିଛି।
ସୂଚନା ଅନୁଯାୟୀ ଓଡ଼ିଶାର ଉଦୟପୁର ସମୁଦ୍ର କୂଳରେ ସାରେ ପଶ୍ଚିମବଙ୍ଗର ଏକ ଲକ୍ଷ୍ମୀ ପୂଜା ମେଢ଼ ଭସାଣି ହେଉଥିଲା। ଏହି ସମୟରେ ୨ଟି ରିକ୍ସା ବେଳାଭୂମିରେ ରହିଥିବାରୁ ତାଳସାରୀ ମେରାଇନ ଥାନା ପକ୍ଷରୁ ବାରଣ କରାଯାଇଥିଲା। ଏହି ଘଟଣାକୁ ନେଇ ଉଭୟ ତାଳସାରୀ ମେରାଇନ ଥାନା ପୋଲିସ ଓ ମେଢ଼ ଭସାଇବାକୁ ଆସିଥିବା ବଙ୍ଗୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲା। ଏଭଳି ସ୍ଥିତିରେ ତାଳସାରୀ ମେରାଇନ ଥାନା ପୋଲିସ ପକ୍ଷରୁ ବଳପ୍ରୟୋଗ କରାଯାଇଥିବା ଅଭିଯୋଗ ହେଲା ପରେ ୩ଜଣ ବଙ୍ଗୀୟ ଲୋକଙ୍କୁ ତାଳସାରୀ ମେରାଇନ ଥାନାରେ ଅଟକ ରଖାଯାଇଛି। ପରେ ଓଡ଼ିଶା ସୀମାନ୍ତ ଗ୍ରାମ ପଶ୍ଚିମବଙ୍ଗବାସୀ ଓଡିଶା ପୋଲିସ ବିରୋଧରେ ରାସ୍ତାରୋକୋ କରିଥିବା ସୂଚନା ମିଳିଛି। ତାଳସାରୀ ମେରାଇନ ଥାନାର ମାତ୍ରାଧିକ ବଳ ପ୍ରୟୋଗରେ ୨ ବଙ୍ଗୀୟ ମହିଳାଙ୍କ ସମେତ ଜଣେ ୭ ବର୍ଷର ବାଳକ ଆହତ ହୋଇ ଦୀଘା ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦୀଘା ଥାନା ପକ୍ଷରୁ କୁହାଯାଇଛି। ସେହିପରି ତାଳସାରୀ ମେରାଇନ ଥାନା ଏଏସ୍‌ଆଇ ପିଠ ହେମ୍ବ୍ରମ ମଧ୍ୟ ପଶ୍ଚିମବଙ୍ଗ ଲୋକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri