ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା ପୋଲିସ ଓ ପଶ୍ଚିମବଙ୍ଗ ଦୀଘା ଥାନା ଅଧୀନ ଅଞ୍ଚଳବାସୀ ମୁହାଁମୁହିଁ ହେବାରୁ ଏଭଳି ଉତ୍ତେଜନା ସୃଷ୍ଟି ହୋଇଛି। ତାଳସାରୀ ମେରାଇନ ଥାନାର ମାତ୍ରାଧିକ ବଳପ୍ରୟୋଗ ବିରୋଧରେ ପଶ୍ଚିମବଙ୍ଗ ଲୋକେ ଏକଜୁଟ ହୋଇ ଶୁକ୍ରବାର ସାରେ ଚନ୍ଦନେଶ୍ୱର-ଦୀଘା ରାସ୍ତା ଅବରୋଧ କରିବାରୁ ଶତାଧିକ ଯାନବାହନ ଉଭୟ ରାଜ୍ୟରେ ଅଟକି ପଡିଛି। ସ୍ଥିତି କ୍ରମଶଃ ଜଟିଳ ହେବାରୁ ସାରେ ଉଭୟ ରାଜ୍ୟ ପୋଲିସ ମଧ୍ୟରେ ବୈଠକ ଜାରି ରହିଛି।
ସୂଚନା ଅନୁଯାୟୀ ଓଡ଼ିଶାର ଉଦୟପୁର ସମୁଦ୍ର କୂଳରେ ସାରେ ପଶ୍ଚିମବଙ୍ଗର ଏକ ଲକ୍ଷ୍ମୀ ପୂଜା ମେଢ଼ ଭସାଣି ହେଉଥିଲା। ଏହି ସମୟରେ ୨ଟି ରିକ୍ସା ବେଳାଭୂମିରେ ରହିଥିବାରୁ ତାଳସାରୀ ମେରାଇନ ଥାନା ପକ୍ଷରୁ ବାରଣ କରାଯାଇଥିଲା। ଏହି ଘଟଣାକୁ ନେଇ ଉଭୟ ତାଳସାରୀ ମେରାଇନ ଥାନା ପୋଲିସ ଓ ମେଢ଼ ଭସାଇବାକୁ ଆସିଥିବା ବଙ୍ଗୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲା। ଏଭଳି ସ୍ଥିତିରେ ତାଳସାରୀ ମେରାଇନ ଥାନା ପୋଲିସ ପକ୍ଷରୁ ବଳପ୍ରୟୋଗ କରାଯାଇଥିବା ଅଭିଯୋଗ ହେଲା ପରେ ୩ଜଣ ବଙ୍ଗୀୟ ଲୋକଙ୍କୁ ତାଳସାରୀ ମେରାଇନ ଥାନାରେ ଅଟକ ରଖାଯାଇଛି। ପରେ ଓଡ଼ିଶା ସୀମାନ୍ତ ଗ୍ରାମ ପଶ୍ଚିମବଙ୍ଗବାସୀ ଓଡିଶା ପୋଲିସ ବିରୋଧରେ ରାସ୍ତାରୋକୋ କରିଥିବା ସୂଚନା ମିଳିଛି। ତାଳସାରୀ ମେରାଇନ ଥାନାର ମାତ୍ରାଧିକ ବଳ ପ୍ରୟୋଗରେ ୨ ବଙ୍ଗୀୟ ମହିଳାଙ୍କ ସମେତ ଜଣେ ୭ ବର୍ଷର ବାଳକ ଆହତ ହୋଇ ଦୀଘା ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦୀଘା ଥାନା ପକ୍ଷରୁ କୁହାଯାଇଛି। ସେହିପରି ତାଳସାରୀ ମେରାଇନ ଥାନା ଏଏସ୍‌ଆଇ ପିଠ ହେମ୍ବ୍ରମ ମଧ୍ୟ ପଶ୍ଚିମବଙ୍ଗ ଲୋକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri