କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ ଚାଲିଥିଲା । ଏହିପରି ସ୍ଥିତିରେ ଓଡ଼ିଶାର ଜିଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ର ବିଷୟ ହୋଇଥିବା ବେଳେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ କୋରାପୁଟ ଜିଲା ଗସ୍ତରେ ଆସିଥିବା ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଦୃଷ୍ଟିକୁ ଜିଲା ପ୍ରଶାସନ ପକ୍ଷରୁ ନିଆ ଯାଇଥିଲା। ଆଜି ସୀମାନ୍ତବାସୀଙ୍କ ସମସ୍ୟାର ସମାନ ହୋଇଥିବା ଏଥିରୁ ପ୍ରତିଫଳିତ ହୋଇ ପାରିଛି। ଜିଲାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଅଧିନରେ ରହିଥିବା କୋଟିଆ ପଞ୍ଚାୟତ କ୍ଷେତ୍ରରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଉକ୍ତ ପଞ୍ଚାୟତରେ ୯ଟି ବୁଥ ରହିଥିବାବେଳେ ୦୫ଟି ବୁଥ ଆନ୍ଧ୍ର ସୀମାକୁ ଲାଗି ରହିଛି । ସେଥିମଧ୍ୟରୁ ଗୋଟିଏ ବୁଥ. ଯାହାକି ରଣାସିଂ ବୁଥକୁ ନେଇ ପଞ୍ଚାୟତ ଏବଂ ବିଧାନସଭା ଦୁଇ ନିର୍ବାଚନ ସମୟରେ ଓଡିଶା ପାଇଁ ହେଉ ବା ଜିଲା ଓ ବ୍ଲକ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଉକ୍ତ ବୁଥ ଉପରେ କୋଟିଆ ପଞ୍ଚାୟତର ନେରିଡିବାଲସା, ତାଡିବାଲସା, ଆର୍ଜୁବାଲସା, ଧୁଳିପଦର ପରି ସୀମାନ୍ତ ଗ୍ରାମର ଭୋଟର ମାନେ ନିର୍ଭର କରୁଥିବାବେଳେ ନିଜ ମତଦାନ ସାବ୍ୟସ୍ତ କରିବା
ପାଇଁ ଦୀର୍ଘ ୩୪ କିଲୋମିଟର ଦୂରତା ଆସିବାକୁ ପଡୁଥିଲା। ଏହିପରି ସମସ୍ୟାକୁ ରାଜ୍ୟ ନିର୍ବାଚନ ଅଧିକାରୀ ହୃଦୟଙ୍ଗମ କରି ଜିଲାପାଳ ଭି ର୍କିତ୍ତି ଭାସନ ଏବଂ ପଟ୍ଟାଙ୍ଗି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ତାଡିବାଲସା ଗ୍ରାମକୁ ନୂତନ ବୁଥ ଭାବେ ମୋହର ମାରିଛନ୍ତି।

ଏଠାରେ ସୂଚନା ଥାଉ କି, ରଣାସିଂ ବୁଥରେ ୫୯୪ ଭୋଟର ରହିଥିବା ବେଳେ ବର୍ତ୍ତମାନ ନୂତନ ବୁଥ ଭାବେ ତାଡିବାଲସାକୁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମୋହର ବାଜିବା ପରେ କୋଟିଆ ପଞ୍ଚାୟତରେ ୯ଟି ବୁଥ ସ୍ଥାନରେ ୧୦ଟି ବୁଥ ହୋଇଥିବା ବେଳେ ନୂତନ ବୁଥରେ ୪୦୩ ଭୋଟର ରହିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ପୁର୍ବରୁ ରଣାସିଂ ବୁଥର ଦୂରତାକୁ ଦୃଷ୍ଟିରେ ରଖି ପଡୋଶୀ ଆନ୍ଧ୍ର ରାଜ୍ୟ ନେରିଡିବାଲସାରେ ନିଜର ବୁଥ କରି ଓଡିଶା ତଥା କୋରାପୁଟ ଏବଂ ପଟ୍ଟାଙ୍ଗି ପ୍ରଶାସନ ପାଇଁ ମୁଣ୍ଡବିନ୍ଧା କାରଣ ପାଲଟିଥିଲା। ବର୍ତ୍ତମାନ ନେରିଡିବାଲସା ଗ୍ରାମ ନିକଟବର୍ତ୍ତୀ ତାଡିବାଲସା ଗ୍ରାମରେ ଓଡିଶା ପକ୍ଷରୁ ନୂତନ ବୁଥ ହେବା ପରେ ଆନ୍ଧ୍ର ପାଇଁ ଏହା ଏକ ଚ୍ୟାଲେଞ୍ଜର ଦୃଶ୍ୟ ହୋଇଥିବା ସହ ଆସନ୍ତା ନିର୍ବାଚନ ପାଇଁ ଏକ ପ୍ରକାର ଚିନ୍ତାର କାରଣ ହୋଇପାରେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ଟ୍ରାକ୍ଟର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ମିଳିଲା ସରକାରୀ ସହାୟତା

ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri