ଓଡିଶାବାସୀ ଆମର ବସ୍‌: ନବୀନ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ)-ନିର୍ବାଚନ ଜିତିବା, କ୍ଷମତା ହାତେଇବା ଓ କେନ୍ଦ୍ରରେ ସରକାର ଗଢିବା ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ । ଜାତୀୟ ନେତୃତ୍ୱକୁ ଖୁସି କରି ମନ୍ତ୍ରୀ କିମ୍ବା କିଛି ବଡ ପଦବୀ ହାସଲ କରିବା ଜାତୀୟ ଦଳର ରାଜ୍ୟ ନେତୃତ୍ୱଙ୍କର ମୁଖ୍ୟ ଲକ୍ଷ୍ୟ। ଜାତୀୟ ଜଳଗୁଡିକ ରାଜ୍ୟ ଯୁବଗୋଷ୍ଠୀଙ୍କୁ ମହାସାଗରରେ ଗୋଟିଏ ଛୋଟ ଛୋଟ ଜଳ ବିନ୍ଦୁ କରି ହଜାଇ ଦେବେ । ଜାତୀୟ ଦଳରେ ଜଳ ବିନ୍ଦୁ ନ ହୋଇ ଆଞ୍ଚଳିକ ଦଳରେ ମହାସାଗର ହୁଅନ୍ତୁ ବୋଲି ରାଜ୍ୟ ଯୁବଗୋଷ୍ଠୀଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।
ଶୁକ୍ରବାର ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜୁ ଯୁବ ଜନତା ଦଳର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ କଂଗ୍ରେସ ଓ ଭାଜାପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଇତିହାସ କହୁଛି ଜାତୀୟ ଦଳର ସବୁ ବେଳେ ମେନଷ୍ଟ୍ରିମିଂ ଏଜେଣ୍ଡା ରହିଛି । କବଳ ଏହା ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇ ପାରିବେ। ଏଥିପାଇଁ ସେମାନଙ୍କର ନୀତି ହେଉଛି ଗୋଟିଏ ଭାଷା ହିନ୍ଦୀ,ଗୋଟିଏ ସଂସ୍କୃତି, ଗୋଟିଏ ନୀତି ଯାହାକୁ ବଡ ବଡ ରାଜ୍ୟଗୁଡିକ ପାଇଁ ସୁବିଧା ହେବ। ନିର୍ବାଚନ ଜିତିବା ପରେ ରାଜ୍ୟମାନଙ୍କର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି। ଜାତୀୟ ଦଳଗୁଡିକ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟଗୁଡିକର ସ୍ବତନ୍ତ୍ର ଆବଶ୍ୟକତା ସହିତ ବୁଝାମଣା କରିଥାଆନ୍ତି।
ରାଜ୍ୟରେ କଂଗ୍ରେସ ସରକାର ଥିଲାବେଳେ ସବୁବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ୱାରା ଚାଲୁଥିଲା। ଭାଜପା ଶାସିତ ରାଜ୍ୟଗୁଡିକ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ୱର ନିର୍ଦ୍ଦେଶରେ କାମ କରୁଛନ୍ତି। ମାତ୍ର ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ଓଡିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି। ଦିଲ୍ଲୀରେ ଆମର କେହି ବସ୍‌ ନାହାନ୍ତି। ଓଡିଶାବାସୀ ହେଉଛନ୍ତି ଆମର ବସ୍‌। ଆମେ କେବଳ ଓଡିଶା ବାସୀଙ୍କ ପାଇଁ କାମ କରୁଛୁ। ସେମାନଙ୍କର ଅଧିକାର ପାଇଁ କାମ କରୁଛୁ। ମହାନଦୀ ପାଣି ପାଇଁ ଲଢେଇ କରୁଛୁ। ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦେବା ପାଇଁ ଲଢେଇ କରୁଛୁ। କୋଶଳୀ ଏବଂ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ ଲଢେଇ କରୁଛି। ଓଡିଶାର ଖଣିଜ ସମ୍ପଦର ଲାଭ ଯେପରି ଓଡିଶା ଏବଂ ଓଡିଶାବାସୀ ପାଇବେ ସେଥିପାଇଁ ଲଢେଇ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri