ଘାଇ ଆଶଙ୍କାରେ ନଈକୂଳିଆବାସୀ ଆତଙ୍କିତ

ଡେରାବିଶ,୪ା୧୨(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀର ଡେରାବିଶ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରିପୁର ଗ୍ରାମ ଘଣ୍ଟପଦାସ୍ଥିତ ଶାଗୁଣାଘାଇଠାରେ ଶନିବାର ଅପରାହ୍ନରେ ନଦୀବନ୍ଧ ନିକଟରେ ଥିବା ପଠାରେ ୧୦୦ଫୁଟରୁ ଊର୍ଦ୍ଧ୍ୱ ଲମ୍ବ ଓ ୧୫ ଫୁଟରୁ ଊର୍ଦ୍ଧ୍ୱ ଗଭୀରର ଫାଟ ସୃଷ୍ଟି ହୋଇ ଅତଡ଼ାମାନ ଭୁଶୁଡ଼ିବାରେ ଲାଗିଥିଲା। ଏହି ଘଟଣାରେ ନଦୀକୂଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବରପାଇ ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କ ସମେତ ଅନ୍ୟ ଯନ୍ତ୍ରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତେବେ ରବିବାର ସକାଳୁ ନଦୀପଠାରେ ଏହି ଫାଟ କ୍ରମଶଃ ବୃଦ୍ଧି ପାଇଥିଲା।
ଘଣ୍ଟପଦା ଗ୍ରାମର ପ୍ରଫୁଲ୍ଲ କୁମାର ସିଂଙ୍କ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସୁଦ୍ଧା ଏହି ଫାଟ କ୍ରମଶଃ ୧୫୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଏବଂ ୩୦ ଫୁଟରୁ ଅଧିକ ଗଭୀର ଦବି ଯାଇଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଏହି ବନ୍ଧର ଗୋଟିଏ ପାର୍ଶ୍ୱରେ ବିରୂପା ନଦୀ ଥିବାବେଳେ ଅନ୍ୟ ପାର୍ଶ୍ୱରେ ପଟ୍ଟାମୁଣ୍ଡାଇ କେନାଲ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢ଼ୀକରଣ କରାଯିବା ସହ ଯାଜପୁର ଜିଲା ବାଲିଚନ୍ଦ୍ରପୁରଠାରୁ ପଟ୍ଟାମୁଣ୍ଡାଇ ଯାଏ ବନ୍ଧକୁ ଉଚ୍ଚ କରାଯାଇ ସବୁଦିନିଆ ରାସ୍ତାରେ ପରିଣତ କରାଯାଇଛି। ଏହି ରାସ୍ତା ଦେଇ ଦୈନିକ ଶହଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ମୁଖ୍ୟ ରାସ୍ତା ପାଲଟିଛି। ମାତ୍ର ନଦୀବନ୍ଧର ଉନ୍ନତୀକରଣ ସମୟରେ ଶାଗୁଣାଘାଇଠାରେ ଥିବା ପୁରୁଣା କେନାଲ ବନ୍ଧ ରାସ୍ତାଟିକୁ ବାଦ୍‌ ଦିଆଯାଇ ବନ୍ଧକୁ ଉଚ୍ଚା କରାଯାଇଥିବାରୁ ଘଣ୍ଟପଦା ନିକଟରେ ଏହି ସ୍ଥାନଟି ଅର୍ଦ୍ଧଚନ୍ଦ୍ର ଅବସ୍ଥାରେ ଖାଲୁଆ ହୋଇ ରହିଛି। ଫଳରେ ଏଠାରେ ବର୍ଷା ପାଣି ଜମି ରହିବା ସହ ନଦୀକୁ ଝର ମଧ୍ୟ ସୃଷ୍ଟି ହେଉଛି, ଯାହାକି ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ସେ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ପକ୍ଷରୁ ଶାଗୁଣାଘାଇଠାରେ ନଦୀର ଗଭୀର ୪୫ ଫୁଟରୁ ଊର୍ଦ୍ଧ୍ୱ ରହିଥିବା ବେଳେ ବନ୍ଧକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ପକ୍ଷରୁ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୧୧ଟି ସ୍ପର୍‌ ନିର୍ମାଣ କରାଯାଇଛି। ନଦୀର ଯେଉଁଠି ସ୍ପର୍‌ ନାହିଁ ସେହି ସ୍ଥାନରେ ପଠାରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ସ୍ଥାନରେ ପଥରର ଓ୍ବାଲ୍‌ ନିର୍ମାଣ କରାଯାଇ ଅଧିକ ସଂଖ୍ୟାରେ ସ୍ପର୍‌ ନିର୍ମାଣ କରାଗଲେ ବନ୍ଧ ପ୍ରତି ବିପଦ ରୁହନ୍ତା ନାହିଁ ବୋଲି ପ୍ରଫୁଲ୍ଲ କହିଛନ୍ତି। ଏହି ବନ୍ଧଠାରୁ ନଦୀର ଦୂରତା ୧୦୦ଫୁଟ ଥିବାବେଳେ ବର୍ତ୍ତମାନ ତାହା ବନ୍ଧ ଆଡ଼କୁ କ୍ରମଶଃ ଫାଟ ସୃଷ୍ଟି ହୋଇ ଅତଡ଼ା ଖାଇବାରେ ଲାଗିଥିବାରୁ ନଦୀକୂଳିଆ ଗ୍ରାମ ପ୍ରତି ବିପଦ ଦେଖାଦେଇଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଘଟଣାସ୍ଥଳ ପରିଦର୍ଶନ ପରେ ବନ୍ଧକୁ ସୁରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ଏକ ଏଷ୍ଟିମେଟ୍‌ କରାଯାଇ ତୁରନ୍ତ କାର୍ଯ୍ୟ ହେବା ନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri