ଘାଇ ଆଶଙ୍କାରେ ନଈକୂଳିଆବାସୀ ଆତଙ୍କିତ

ଡେରାବିଶ,୪ା୧୨(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀର ଡେରାବିଶ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରିପୁର ଗ୍ରାମ ଘଣ୍ଟପଦାସ୍ଥିତ ଶାଗୁଣାଘାଇଠାରେ ଶନିବାର ଅପରାହ୍ନରେ ନଦୀବନ୍ଧ ନିକଟରେ ଥିବା ପଠାରେ ୧୦୦ଫୁଟରୁ ଊର୍ଦ୍ଧ୍ୱ ଲମ୍ବ ଓ ୧୫ ଫୁଟରୁ ଊର୍ଦ୍ଧ୍ୱ ଗଭୀରର ଫାଟ ସୃଷ୍ଟି ହୋଇ ଅତଡ଼ାମାନ ଭୁଶୁଡ଼ିବାରେ ଲାଗିଥିଲା। ଏହି ଘଟଣାରେ ନଦୀକୂଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବରପାଇ ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କ ସମେତ ଅନ୍ୟ ଯନ୍ତ୍ରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତେବେ ରବିବାର ସକାଳୁ ନଦୀପଠାରେ ଏହି ଫାଟ କ୍ରମଶଃ ବୃଦ୍ଧି ପାଇଥିଲା।
ଘଣ୍ଟପଦା ଗ୍ରାମର ପ୍ରଫୁଲ୍ଲ କୁମାର ସିଂଙ୍କ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସୁଦ୍ଧା ଏହି ଫାଟ କ୍ରମଶଃ ୧୫୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଏବଂ ୩୦ ଫୁଟରୁ ଅଧିକ ଗଭୀର ଦବି ଯାଇଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଏହି ବନ୍ଧର ଗୋଟିଏ ପାର୍ଶ୍ୱରେ ବିରୂପା ନଦୀ ଥିବାବେଳେ ଅନ୍ୟ ପାର୍ଶ୍ୱରେ ପଟ୍ଟାମୁଣ୍ଡାଇ କେନାଲ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢ଼ୀକରଣ କରାଯିବା ସହ ଯାଜପୁର ଜିଲା ବାଲିଚନ୍ଦ୍ରପୁରଠାରୁ ପଟ୍ଟାମୁଣ୍ଡାଇ ଯାଏ ବନ୍ଧକୁ ଉଚ୍ଚ କରାଯାଇ ସବୁଦିନିଆ ରାସ୍ତାରେ ପରିଣତ କରାଯାଇଛି। ଏହି ରାସ୍ତା ଦେଇ ଦୈନିକ ଶହଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ମୁଖ୍ୟ ରାସ୍ତା ପାଲଟିଛି। ମାତ୍ର ନଦୀବନ୍ଧର ଉନ୍ନତୀକରଣ ସମୟରେ ଶାଗୁଣାଘାଇଠାରେ ଥିବା ପୁରୁଣା କେନାଲ ବନ୍ଧ ରାସ୍ତାଟିକୁ ବାଦ୍‌ ଦିଆଯାଇ ବନ୍ଧକୁ ଉଚ୍ଚା କରାଯାଇଥିବାରୁ ଘଣ୍ଟପଦା ନିକଟରେ ଏହି ସ୍ଥାନଟି ଅର୍ଦ୍ଧଚନ୍ଦ୍ର ଅବସ୍ଥାରେ ଖାଲୁଆ ହୋଇ ରହିଛି। ଫଳରେ ଏଠାରେ ବର୍ଷା ପାଣି ଜମି ରହିବା ସହ ନଦୀକୁ ଝର ମଧ୍ୟ ସୃଷ୍ଟି ହେଉଛି, ଯାହାକି ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ସେ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ପକ୍ଷରୁ ଶାଗୁଣାଘାଇଠାରେ ନଦୀର ଗଭୀର ୪୫ ଫୁଟରୁ ଊର୍ଦ୍ଧ୍ୱ ରହିଥିବା ବେଳେ ବନ୍ଧକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ପକ୍ଷରୁ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୧୧ଟି ସ୍ପର୍‌ ନିର୍ମାଣ କରାଯାଇଛି। ନଦୀର ଯେଉଁଠି ସ୍ପର୍‌ ନାହିଁ ସେହି ସ୍ଥାନରେ ପଠାରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ସ୍ଥାନରେ ପଥରର ଓ୍ବାଲ୍‌ ନିର୍ମାଣ କରାଯାଇ ଅଧିକ ସଂଖ୍ୟାରେ ସ୍ପର୍‌ ନିର୍ମାଣ କରାଗଲେ ବନ୍ଧ ପ୍ରତି ବିପଦ ରୁହନ୍ତା ନାହିଁ ବୋଲି ପ୍ରଫୁଲ୍ଲ କହିଛନ୍ତି। ଏହି ବନ୍ଧଠାରୁ ନଦୀର ଦୂରତା ୧୦୦ଫୁଟ ଥିବାବେଳେ ବର୍ତ୍ତମାନ ତାହା ବନ୍ଧ ଆଡ଼କୁ କ୍ରମଶଃ ଫାଟ ସୃଷ୍ଟି ହୋଇ ଅତଡ଼ା ଖାଇବାରେ ଲାଗିଥିବାରୁ ନଦୀକୂଳିଆ ଗ୍ରାମ ପ୍ରତି ବିପଦ ଦେଖାଦେଇଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଘଟଣାସ୍ଥଳ ପରିଦର୍ଶନ ପରେ ବନ୍ଧକୁ ସୁରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ଏକ ଏଷ୍ଟିମେଟ୍‌ କରାଯାଇ ତୁରନ୍ତ କାର୍ଯ୍ୟ ହେବା ନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri