ସଙ୍କଟରେ ପେଲେଟ୍‌ ଶିଳ୍ପ

ଭୁବନେଶ୍ୱର,୧୪।୮: ରାଜ୍ୟର ବେନିଫିସିଏଶନ ଏବଂ ପେଲେଟ୍‌ ଶିଳ୍ପ ବର୍ତ୍ତମାନ ଶଙ୍କାକୁଳ ସ୍ଥିତି ଦେଇ ଗତି କରୁଛି। ଇସ୍ପାତ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଚାହିଦା ମୁତାବକ ଉତ୍ପାଦନ ହୋଇପାରୁନାହିଁ। ଫଳରେ ପେଲେଟ୍‌ ଉତ୍ପାଦନକାରୀ ସଂସ୍ଥାଗୁଡିକ ସ୍ଥାଣୁ ଅବସ୍ଥାକୁ ଆସିଯାଇଛି। ଶିଳ୍ପର କାର୍ଯ୍ୟକଳାପକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ପେଲେଟ୍‌ ମାନୁଫାକ୍‌ଚରର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(ପିଏମ୍‌ଏଆଇ)ପକ୍ଷରୁ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗକୁ ଏକ ଚିଠି ଲେଖାଯାଇଛି।
ଏହି ପରିପ୍ରେକ୍ଷୀରେ ପିଏମ୍‌ଏଆଇର ସର୍ବଭାରତୀୟ ଉପସଭାପତି ଡ.ଶୁଭାଶିଷ ଦାସ କହିଛନ୍ତି ଯେ, ରାଜ୍ୟରେ ଥିବା ଖଣିଗୁଡିକ ଜୁଲାଇ ୨୦୨୦ରୁ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଇସ୍ପାତ ଭିତ୍ତିକ କଞ୍ଚାମାଲ ଚାହିଦା ମୁତାବକ ବଜାରରେ ଉପଲବ୍ଧ ହୋଇ ପାରୁନାହିଁ। ଫଳରେ ଗତ ୪ ବର୍ଷ ଧରି ଦେବାଳିଆ ଅବସ୍ଥାରେ ଥିବା ଇସ୍ପାତ ଶିଳ୍ପ ଉପରେ ସଙ୍କଟ ସ୍ଥିତି ଉପୁଜିଛି। ଚଳିତ ବର୍ଷ ଜୁଲାଇରେ ୬ ନିୟୁତ ଟନ୍‌ କଞ୍ଚାମାଲ ଆବଶ୍ୟକ ହେଉଥିବା ବେଳେ ମାତ୍ର ୩୩ ହଜାର ଟନ୍‌ କଞ୍ଚାମାଲ ପେଲେଟ୍‌ ଶିଳ୍ପକୁ ଯୋଗାଣ ହୋଇଛି। ପୁରୁଣା ଲିଜ୍‌ଧାରୀ ଖଣିଗୁଡିକ ୨୦୨୦ ସେପ୍ଟେମ୍ବର ପରେ ଆଉ କଞ୍ଚାମାଲ ଯୋଗାଇବାକୁ ସକ୍ଷମ ହେବେ ନାହିଁ। ୨୦୨୦ ମାର୍ଚ୍ଚ ପରେ ନିଲାମ ହୋଇଥିବା ଖଣିଗୁଡିକୁ ଲିଜ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ସେଥିରୁ ଉତ୍ପାଦନ ଆରମ୍ଭ ହୋଇନାହିଁ ବୋଲି ଦାସ ସ୍ପଷ୍ଟ କରିଛନ୍ତି।
ଅପରପକ୍ଷରେ ଅଣ ନିଲାମଧାରୀ ନିଜସ୍ବ ଖଣି କମ୍ପାନୀଗୁଡିକ ଜୁଲାଇ ମାସର ଉତ୍ପାଦନରେ ବୃଦ୍ଧି ଘଟିନାହିଁ। ଫଳରେ ଅଗଷ୍ଟରେ ପେଲେଟ୍‌ ଶିଳ୍ପ ବନ୍ଦ ହେବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନାହିଁ ବୋଲି ଶିଳ୍ପ ସୂତ୍ରରୁ ସୂଚନା ମିଳିଛି। ଚାହିଦା ଏବଂ ଯୋଗାଣରେ ସମାନତା ନ ରହିବାରୁ ଅଣନିଲାମୀ ଖଣି କମ୍ପାନୀଗୁଡିକ ଗତ ୧୫ ଦିନ ମଧ୍ୟରେ କଞ୍ଚାମାଲ ମୂଲ୍ୟରେ ପ୍ରାୟ ୩୫% ବୃଦ୍ଧି କରିସାରିଛନ୍ତି। ଏହା ପେଲେଟ୍‌ ଶିଳ୍ପ ଲାଗି ବୋଝ ସଦୃଶ ହୋଇଛି। ଏହି ସମସ୍ୟାର ସମାଧାନ ଲାଗି ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯାଇଛି। ନୂଆ ଖଣି ଲିଜ୍‌ ପାଇଥିବା କମ୍ପାନୀଗୁଡିକ ମାଇନ୍ସ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ(ଏମ୍‌ଡିପିଏ) ମୁତାବକ ଅଧିକ ପରିମାଣର କଞ୍ଚାମାଲ ବଜାରରେ ଉପଲବ୍ଧ କରାଇବା, ଲିଜ୍‌ଧାରୀ କମ୍ପାନୀଗୁଡିକ ଅଧିକ ପରିମାଣର କଞ୍ଚାମାଲ ବଜାରକୁ ଛାଡ଼ିବା, କଳାବଜାର ରୋକିବା, କଞ୍ଚାମାଲ ଅଭାବ ଦୂରକରିବା ଦିଗରେ ସହଯୋଗ ଉପରେ ସଂଘ ଆଶା ପ୍ରକଟ କରିଛି।
ସରକାର ଏହି ସମସ୍ୟା ସମାଧାନ ନ କଲେ ଶିଳ୍ପର ଅବସ୍ଥା ଶୋଚନୀୟ ହେବ ବୋଲି ଶିଳ୍ପର ପ୍ରତିନିଧିମାନେ ଆଶଙ୍କା କରିଛନ୍ତି। ଏ କ୍ଷେତ୍ରରେ ସରକାର ସର୍ବନିମ୍ନ ୫୦% ଉତ୍ପାଦନ ଏବଂ ରପ୍ତାନି ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରାଯାଇଛି। ବର୍ତ୍ତମାନ ଓଡ଼ିଶା ଏବଂ କର୍ନାଟକରେ ଅଧିକାଂଶ ଖଣି ଖୋଲିନାହିଁ। କେତେକ ଖଣିର ଲିଜ୍‌ ମଧ୍ୟ ସମାପ୍ତ ହୋଇଛି। ଲୁହାପଥର ଉତ୍ପାଦନ ହ୍ରାସ ହେଲେ ଏହା ଉପଲବ୍ଧତା ଉପରେ ପ୍ରଭାବ ପକାଇବ। ଏହା ବଜାରର ସଙ୍କଟକୁ ବଢ଼ାଇବା ନେଇ ଶିଳ୍ପ ଶଙ୍କାରେ ରହିଛି। କଞ୍ଚାମାଲ ଉତ୍ପାଦନରେ ସମସ୍ୟାକୁ ଧ୍ୟାନରେ ରଖି ସରକାର ଲୁହାପଥର ଯୋଗାଣ ଏବଂ ଉତ୍ପାଦନ ଉପରେ ଦୃଷ୍ଟିଦେବାକୁ ଶିଳ୍ପ ପକ୍ଷରୁ ନିବେଦନ କରାଯାଇଛି। ଏହା ନ ହେଲେ ସରକାର ପ୍ରାୟ୧୨୦୦ କୋଟି ଟଙ୍କାର ରାଜସ୍ବ ହରାଇପାରନ୍ତି ବୋଲି ଚିଠିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri