ସଙ୍କଟରେ ପେଲେଟ୍‌ ଶିଳ୍ପ

ଭୁବନେଶ୍ୱର,୧୪।୮: ରାଜ୍ୟର ବେନିଫିସିଏଶନ ଏବଂ ପେଲେଟ୍‌ ଶିଳ୍ପ ବର୍ତ୍ତମାନ ଶଙ୍କାକୁଳ ସ୍ଥିତି ଦେଇ ଗତି କରୁଛି। ଇସ୍ପାତ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଚାହିଦା ମୁତାବକ ଉତ୍ପାଦନ ହୋଇପାରୁନାହିଁ। ଫଳରେ ପେଲେଟ୍‌ ଉତ୍ପାଦନକାରୀ ସଂସ୍ଥାଗୁଡିକ ସ୍ଥାଣୁ ଅବସ୍ଥାକୁ ଆସିଯାଇଛି। ଶିଳ୍ପର କାର୍ଯ୍ୟକଳାପକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ପେଲେଟ୍‌ ମାନୁଫାକ୍‌ଚରର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(ପିଏମ୍‌ଏଆଇ)ପକ୍ଷରୁ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗକୁ ଏକ ଚିଠି ଲେଖାଯାଇଛି।
ଏହି ପରିପ୍ରେକ୍ଷୀରେ ପିଏମ୍‌ଏଆଇର ସର୍ବଭାରତୀୟ ଉପସଭାପତି ଡ.ଶୁଭାଶିଷ ଦାସ କହିଛନ୍ତି ଯେ, ରାଜ୍ୟରେ ଥିବା ଖଣିଗୁଡିକ ଜୁଲାଇ ୨୦୨୦ରୁ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଇସ୍ପାତ ଭିତ୍ତିକ କଞ୍ଚାମାଲ ଚାହିଦା ମୁତାବକ ବଜାରରେ ଉପଲବ୍ଧ ହୋଇ ପାରୁନାହିଁ। ଫଳରେ ଗତ ୪ ବର୍ଷ ଧରି ଦେବାଳିଆ ଅବସ୍ଥାରେ ଥିବା ଇସ୍ପାତ ଶିଳ୍ପ ଉପରେ ସଙ୍କଟ ସ୍ଥିତି ଉପୁଜିଛି। ଚଳିତ ବର୍ଷ ଜୁଲାଇରେ ୬ ନିୟୁତ ଟନ୍‌ କଞ୍ଚାମାଲ ଆବଶ୍ୟକ ହେଉଥିବା ବେଳେ ମାତ୍ର ୩୩ ହଜାର ଟନ୍‌ କଞ୍ଚାମାଲ ପେଲେଟ୍‌ ଶିଳ୍ପକୁ ଯୋଗାଣ ହୋଇଛି। ପୁରୁଣା ଲିଜ୍‌ଧାରୀ ଖଣିଗୁଡିକ ୨୦୨୦ ସେପ୍ଟେମ୍ବର ପରେ ଆଉ କଞ୍ଚାମାଲ ଯୋଗାଇବାକୁ ସକ୍ଷମ ହେବେ ନାହିଁ। ୨୦୨୦ ମାର୍ଚ୍ଚ ପରେ ନିଲାମ ହୋଇଥିବା ଖଣିଗୁଡିକୁ ଲିଜ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ସେଥିରୁ ଉତ୍ପାଦନ ଆରମ୍ଭ ହୋଇନାହିଁ ବୋଲି ଦାସ ସ୍ପଷ୍ଟ କରିଛନ୍ତି।
ଅପରପକ୍ଷରେ ଅଣ ନିଲାମଧାରୀ ନିଜସ୍ବ ଖଣି କମ୍ପାନୀଗୁଡିକ ଜୁଲାଇ ମାସର ଉତ୍ପାଦନରେ ବୃଦ୍ଧି ଘଟିନାହିଁ। ଫଳରେ ଅଗଷ୍ଟରେ ପେଲେଟ୍‌ ଶିଳ୍ପ ବନ୍ଦ ହେବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନାହିଁ ବୋଲି ଶିଳ୍ପ ସୂତ୍ରରୁ ସୂଚନା ମିଳିଛି। ଚାହିଦା ଏବଂ ଯୋଗାଣରେ ସମାନତା ନ ରହିବାରୁ ଅଣନିଲାମୀ ଖଣି କମ୍ପାନୀଗୁଡିକ ଗତ ୧୫ ଦିନ ମଧ୍ୟରେ କଞ୍ଚାମାଲ ମୂଲ୍ୟରେ ପ୍ରାୟ ୩୫% ବୃଦ୍ଧି କରିସାରିଛନ୍ତି। ଏହା ପେଲେଟ୍‌ ଶିଳ୍ପ ଲାଗି ବୋଝ ସଦୃଶ ହୋଇଛି। ଏହି ସମସ୍ୟାର ସମାଧାନ ଲାଗି ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯାଇଛି। ନୂଆ ଖଣି ଲିଜ୍‌ ପାଇଥିବା କମ୍ପାନୀଗୁଡିକ ମାଇନ୍ସ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ(ଏମ୍‌ଡିପିଏ) ମୁତାବକ ଅଧିକ ପରିମାଣର କଞ୍ଚାମାଲ ବଜାରରେ ଉପଲବ୍ଧ କରାଇବା, ଲିଜ୍‌ଧାରୀ କମ୍ପାନୀଗୁଡିକ ଅଧିକ ପରିମାଣର କଞ୍ଚାମାଲ ବଜାରକୁ ଛାଡ଼ିବା, କଳାବଜାର ରୋକିବା, କଞ୍ଚାମାଲ ଅଭାବ ଦୂରକରିବା ଦିଗରେ ସହଯୋଗ ଉପରେ ସଂଘ ଆଶା ପ୍ରକଟ କରିଛି।
ସରକାର ଏହି ସମସ୍ୟା ସମାଧାନ ନ କଲେ ଶିଳ୍ପର ଅବସ୍ଥା ଶୋଚନୀୟ ହେବ ବୋଲି ଶିଳ୍ପର ପ୍ରତିନିଧିମାନେ ଆଶଙ୍କା କରିଛନ୍ତି। ଏ କ୍ଷେତ୍ରରେ ସରକାର ସର୍ବନିମ୍ନ ୫୦% ଉତ୍ପାଦନ ଏବଂ ରପ୍ତାନି ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରାଯାଇଛି। ବର୍ତ୍ତମାନ ଓଡ଼ିଶା ଏବଂ କର୍ନାଟକରେ ଅଧିକାଂଶ ଖଣି ଖୋଲିନାହିଁ। କେତେକ ଖଣିର ଲିଜ୍‌ ମଧ୍ୟ ସମାପ୍ତ ହୋଇଛି। ଲୁହାପଥର ଉତ୍ପାଦନ ହ୍ରାସ ହେଲେ ଏହା ଉପଲବ୍ଧତା ଉପରେ ପ୍ରଭାବ ପକାଇବ। ଏହା ବଜାରର ସଙ୍କଟକୁ ବଢ଼ାଇବା ନେଇ ଶିଳ୍ପ ଶଙ୍କାରେ ରହିଛି। କଞ୍ଚାମାଲ ଉତ୍ପାଦନରେ ସମସ୍ୟାକୁ ଧ୍ୟାନରେ ରଖି ସରକାର ଲୁହାପଥର ଯୋଗାଣ ଏବଂ ଉତ୍ପାଦନ ଉପରେ ଦୃଷ୍ଟିଦେବାକୁ ଶିଳ୍ପ ପକ୍ଷରୁ ନିବେଦନ କରାଯାଇଛି। ଏହା ନ ହେଲେ ସରକାର ପ୍ରାୟ୧୨୦୦ କୋଟି ଟଙ୍କାର ରାଜସ୍ବ ହରାଇପାରନ୍ତି ବୋଲି ଚିଠିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri