ଦାୟିତ୍ୱ ନେଲେ ପିସିସି ସଭାପତି

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): କଂଗ୍ରେସର ଗୌରବମୟ ଇତିହାସ ରହିଛି। ଏ ରାଜ୍ୟ, ଜାତି ଓ ଦେଶକୁ କଂଗ୍ରେସ ବହୁତ କିଛି ଦେଇଛି। ରାଜନୈତିକ ଯାତ୍ରାରେ ଉତ୍‌ଥାନ-ପତନ ଲାଗି ରହିବ। ସମସ୍ତେ ଏକଜୁଟ୍‌ ହେବା ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ। ଓଡ଼ିଶା ବିଧାନସଭାରେ ଏବେ ୯ ଜଣ ସଦସ୍ୟ ଅଛନ୍ତି। ଶୃଙ୍ଖଳା ଓ ଏକତା କଂଗ୍ରେସକୁ ୯ରୁ ୯୦କୁ ନେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ। ଶୁକ୍ରବାର କଂଗ୍ରେସ ଭବନରେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସେ ଦେଶର ସର୍ବପୁରାତନ ଦଳର ରୁଦ୍ଧିମନ୍ତ ଇତିହାସର ସ୍ମୃତି ରୋମନ୍ଥନ କରିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଧିବଦ୍ଧ ଭାବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ଏହି ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଶରତ ବର୍ଷିଥିଲେ। ସେ କହିଥିଲେ, କେନ୍ଦ୍ରରେ ଏକ ଜନବିରୋଧୀ ସରକାର ରହିଛି। ୨୨ ବର୍ଷର ଶାସନ ସତ୍ତ୍ୱେ ଓଡ଼ିଶା ଯଥେଷ୍ଟ ଉନ୍ନତି କରିପାରିନାହିଁ। କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ହିଁ ଉପଯୁକ୍ତ ବିକଳ୍ପ ହୋଇପାରିବ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତିଙ୍କୁ ବିମାନବନ୍ଦରରେ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିମାନବନ୍ଦରରୁ ଏକ ବିଶାଳ ରାଲିରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ କଂଗ୍ରେସ ଭବନ ଯାଏ ପାଛୋଟି ନେଇଥିଲେ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିବାର ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବା ଲାଗି ତାରା ଦାବି କରିଥିଲେ। ତେବେ ଅଖିଳ ଭାରତ କଂଗ୍ରେସ କମିଟି ବିଧାୟକଙ୍କୁ ବାଦ୍‌ ଦେଇ ଶରତଙ୍କ ଉପରେ ଭରସା କଲା। ଏହାପରେ ଅନୁଷ୍ଠିତ ଦୁଇଦିନିଆ ଶିବିରରେ ଅସନ୍ତୁଷ୍ଟ ବିଧାୟକମାନେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ନୂତନ ପିସିସି ସଭାପତିଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ତାରାଙ୍କ ଉପସ୍ଥିତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି। ଏହି ଅବସରରେ ତାରା ନିଜ ଭାଷଣରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସମସ୍ତେ ଏକାଠି ହୋଲେ ଓଡ଼ିଶାର ବିକାଶ କରିହେବ। ସେହିପରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ସଂହତି, ସଙ୍ଗଠନ ଏବଂ ଆନ୍ଦୋଳନ କଂଗ୍ରେସକୁ ଆଗକୁ ବଢ଼ାଇବ। ବିଧାୟକ ଦଳ ମଧ୍ୟରେ ସଂହତି ଆସୁ। ତା’ହେଲେ ଦଳ ଆଗକୁ ବଢ଼ିବ ଏବଂ ସଫଳତା ମଳିବ।
ଅନ୍ୟପଟେ ଏହି ସଭାରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ଯୋଗଦେଇ ନ ଥିବା ଦେଖିବାକୁ ମିଳିଛି। ସେହିପରି ପିସିସି ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ବିଧାୟକ ମହମ୍ମଦ ମୋକିମ ମଧ୍ୟ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଛି। ବିଧାୟକ ରମେଶ ଜେନାଙ୍କୁ ମଧ୍ୟ ସଭାରେ ଦେଖିବାକୁ ମିଳିନି। ତେବେ ଆଗକୁ ସମସ୍ତ ଦଳୀୟ ବିଧାୟକଙ୍କୁ ନେଇ କିପରି ନୂଆ ସଭାପତି ଆଗକୁ ବଢ଼ିବେ ତାହାକୁ ଉପରେ ଗୁଞ୍ଜରଣ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri