ସନାତନ ଧର୍ମ ସମ୍ମିଳନୀ ଉଦ୍‌ଘାଟନ ପୂର୍ବରୁ ମଣ୍ଡପ ଭୁଶୁଡ଼ିଲା

ରାଜନଗର, ୨୫ା୩(ଡି.ଏନ୍‌.ଏ.): ରାଜନଗର ବ୍ଲକ ଖମାରସାହିଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାଜନଗର ଭକ୍ତଗୋଷ୍ଠୀ ପକ୍ଷରୁ ଆୟୋଜିତ ୫୩ତମ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତମିଳନ ଉତ୍ସବ ଶୁକ୍ରବାର ଉଦ୍‌ଘାଟନ ହୋଇଥାନ୍ତା। ହେଲେ ଏହା ପୂର୍ବରୁ କାଳବୈଶାଖୀ ତାଣ୍ଡବରେ ଅପରାହ୍ନ ୧ଟାରେ ସନାତନ ଧର୍ମ ସମ୍ମିଳନୀ ମୁଖ୍ୟ ମଣ୍ଡପ, ପ୍ରସାଦ ମଣ୍ଡପ ଟେଣ୍ଟ ସହ ବାଉଁଶ ମାଟିରେ ଶୋଇଯାଇଛି। ଅଳ୍ପ କେତେ ମିନିଟ୍‌ ମଧ୍ୟରେ ଦୀର୍ଘଦିନର ପ୍ରସ୍ତୁତି ମାଟିରେ ମିଶିଯାଇଛି।
ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାଜନଗର ଆଞ୍ଚଳିକ ଭକ୍ତ ଗୋଷ୍ଠୀ ପକ୍ଷରୁ ସନାତନ ଧର୍ମ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଗୁରୁବାର ସକାଳୁ ରାଜନଗରସ୍ଥିତ ଅଭିରାମ ଆଶ୍ରମରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରତିମୂର୍ତ୍ତିକୁ ସୁସଜ୍ଜିତ ରଥରେ ସ୍ଥାପନ କରାଯାଇ ନାମ ସଂକୀର୍ତ୍ତନ ଓ ଘଣ୍ଟ ପାଟୁଆ ସହ ଶତାଧିକ ଭକ୍ତଙ୍କ ଶୋଭାଯାତ୍ରାରେ ରାଜନଗର ବଜାର, ଗଁା ପରିକ୍ରମା ପରେ ମହୁଲିଆ, ଚାନ୍ଦିବାଉଁଶମୂଳ, କଣ୍ଡିରା, ଭିତରଗଡ଼, ଘଡ଼ିଆମାଳ, ଈଶ୍ୱରପୁର ପଞ୍ଚାୟତ ସହିତ ଖମାରସାହି, ଡାଙ୍ଗମାଳ ଓ କୃଷ୍ଣନଗର ପଞ୍ଚାୟତର ପ୍ରତ୍ୟେକ ଗଁା ପରିକ୍ରମା କରିବା ପରେ ଠାକୁରଙ୍କୁ ସମ୍ମିଳନୀ ସ୍ଥଳକୁ ନିଆଯାଇଥିଲା। ସମ୍ମିଳନୀ ସ୍ଥଳରେ ନିର୍ମାଣ ହୋଇଥିବା ମନ୍ଦିରରେ ଠାକୁରଙ୍କୁ ସ୍ଥାପନ କରାଯାଇଥିଲା। ଶୁକ୍ରବାର ସକାଳେ ବସୁଧା ପୂଜା, ସୂର୍ଯ୍ୟପୂଜା, ଗୋମାତା ପୂଜା ସହ ଠାକୁରଙ୍କ ନୀତି ପୂଜା କରାଯାଇଥିଲା। ମଧ୍ୟାହ୍ନରେ ୩ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା। ୨ ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିସାରିଥିଲେ। ଏହି ସମୟରେ ହଠାତ୍‌ ବର୍ଷା ପବନ ତାଣ୍ଡବ ରଚିଥିଲା। କେହି କିଛି ବୁଝିବା ପୂର୍ବରୁ ମଞ୍ଚ ଭୁଶୁଡ଼ିବା ଆରମ୍ଭ କରିଥିଲା। ଖାଇବାକୁ ବସିଥିବା ଲୋକେ ଓ ମଞ୍ଚ ତଳେ ଥିବା ଲୋକେ ସୌଭାଗ୍ୟକ୍ରମେ ବାହାରକୁ ଚାଲିଆସିଥିଲେ। ପରେ ମୁଖ୍ୟ ମଣ୍ଡପ ସହ ପ୍ରସାଦ ମଣ୍ଡପ, ଭଣ୍ଡାରଘର, ଅତିଥି ଭବନ ଓ ଭକ୍ତନିବାସ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିଲା। ଏହି ଧର୍ମ ସମ୍ମିଳନୀ ଆୟୋଜିତ ହୋଇଥିବା ବିଲରେ କାଦୁଅ ହେବା ସହ ପାଣି ଜମି ରହିଛି। କାଳବୈଶାଖୀ ସମୟରେ ଭକ୍ତମାନେ ଠାକୁରଙ୍କୁ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଇଥିଲେ। ବାତ୍ୟା ଆଶ୍ରୟସ୍ଥଳରେ ଠାକୁରଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି। ସନ୍ଧ୍ୟାରେ ସନାତନ ଧର୍ମ ସଭା ଉଦ୍‌ଘାଟନ ହୋଇଥାନ୍ତା। ଏହି ସନାତନ ଧର୍ମସଭା ପାଇଁ ବାବାଜୀ ପରମେଶ୍ୱର ଦାସ, ବାବାଜୀ ଆମତ୍ାରାମ ଦାସ, ବାବାଜୀ ଶ୍ରୀନିବାସ ଦାସ, ବାବାଜୀ ରତ୍ନାକର ଦାସ, ବାବାଜୀ ଭୀମସେନ ଦାସ, ବାବାଜୀ ଅଖିଳାନନ୍ଦ ଦାସ, ସ୍ବାମୀ ଉଦୟନାଥ ପର୍ବତ, ସ୍ବାମୀ ତ୍ରୈଲୋକ୍ୟଶ୍ୱର ଭାରତୀ, ଚାରଣ ଉଦୟନାଥ ସାହୁ ଓ ଦିବ୍ୟଜୀବନ ସଂଘର ୨ଜଣ ବାବାଜୀ ସମ୍ମିଳନୀ ସ୍ଥଳରେ ପହଞ୍ଚି ସାରିଥିଲେ। ଏହି ଧର୍ମ ସମ୍ମିଳନୀର ସଂଯୋଜକ ଅଭୟ ବାବାଙ୍କ ସୂଚନା ମୁତାବକ, ସକାଳେ ଠାକୁରଙ୍କ ପୂଜା ନୀତି ସରିଥିଲା। ମଧ୍ୟାହ୍ନରେ ଲୋକମାନେ ପ୍ରସାଦ ସେବନ କରୁଥିଲେ। ରାତିରେ ୭ ହଜାର ଲୋକଙ୍କ ପ୍ରସାଦ ସେବନ ପାଇଁ ପରିବା କଟା ଚାଲିଥିବା ବେଳେ ପ୍ରକୃତି ଦାଉ ସାଧିଲା। ଠାକୁର ନିମନ୍ତ୍ରିତ ହୋଇ ୩ ଦିନ ପାଇଁ ଆସିଛନ୍ତି। ଆଞ୍ଚଳିକ ଭକ୍ତଗୋଷ୍ଠୀର କର୍ମକର୍ତ୍ତା ଓ ୩ ପଞ୍ଚାୟତର ମୁରବିମାନେ ପରବର୍ତ୍ତୀ ନିଷ୍ପତ୍ତି ପାଇଁ ବସିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri