୬୩ ଲକ୍ଷ କାମ: ୬ ମାସ ନ ପୂରୁଣୁ ପୁଣି ୨୪ ଲକ୍ଷ

ପଟ୍ଟାମୁଣ୍ଡାଇ,୭ା୧ (ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଦଶ ହଜାରୀ ଉତିକଣ ବନ୍ୟାବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ୬୩ ଲକ୍ଷ ଟଙ୍କାର କାମ ହୋଇଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ସେହି ରାସ୍ତା ୬ ମାସ ନ ପୂରୁଣୁ ଗର୍ତ୍ତ ସୃଷ୍ଟି ହୋଇଯିବାରୁ ଯାତାୟାତରେ ବାଧା ଉପୁଜୁଛି। ଏବେ ସେହି ରାସ୍ତାରେ ପୁଣି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ନୂଆ କାମ ହେଉଛି। ପଟ୍ଟାମୁଣ୍ଡାଇଠାରୁ ମଦନପୁର ପର୍ଯ୍ୟନ୍ତ ୧୫ କିମି ରାସ୍ତା ଏବେ ଶୋଚନୀୟ ହୋଇପଡିଛି। ଏହି ରାସ୍ତାର ପ୍ରଶସ୍ତୀକରଣ ପାଇଁ ନାବାର୍ଡ ଅନୁଦାନ ଅର୍ଥ ୧୩ କୋଟି ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତାର ପ୍ରଶସ୍ତୀକରଣ ଓ ପିଚୁ କରାଯିବା କଥା। ୨୦୧୮ ଅକ୍ଟୋବର ୧୫ରେ କାମ ଆରମ୍ଭ ହୋଇ ୨୦୧୯ ଏପ୍ରିଲରେ କାର୍ଯ୍ୟ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। ତାହା ଏ ପର୍ଯ୍ୟନ୍ତ ଶେଷ ହୋଇନାହଁି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଉତିକଣ ବନ୍ୟାବନ୍ଧ ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବାକୁ ୧୯୮୪ରେ ତତ୍‌କାଳୀନ ସରକାର, ବିଭାଗୀୟ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ସେହିଦିନଠାରୁ ରାସ୍ତାର ପିଚୁ କାମ ଓ ମରାମତି ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି। ବନ୍ୟାବନ୍ଧ କଡ଼ରେ ପ୍ରଶସ୍ତୀକରଣ ଘେରିବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ଜଳସମ୍ପଦ ବିଭାଗ ନିର୍ମାଣ କରୁଛି। ବନ୍ୟାବନ୍ଧ ରାସ୍ତାର ମରାମତି ଅଭାବରୁ ପିଚୁ ଉଠି ଆଣ୍ଠୁଏ ଲେଖାଏ ଖାଲଖମାରେ ପରିଣତ ହୋଇଛି। ଫଳରେ ବନ୍ୟାବନ୍ଧ ଦେଇ ପ୍ରତିଦିନ ରାଜନଗର ଯାତାୟାତ କରୁଥିବା ୧୨ରୁ ଅଧିକ ଯାତ୍ରୀବାହୀ ବସ୍‌ ଏବେ ବନ୍ଦ ହୋଇଯାଇଛି। ଫଳରେ ନଦୀବନ୍ଧର ଉଭୟପାର୍ଶ୍ୱରେ ଥିବା ପ୍ରାୟ ୩୨ଟି ଗ୍ରାମର ୫୦ ହଜାର ଲୋକ ବସ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ୪ ଚକିଆ ଓ ୨ ଚକିଆ ଯାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି।
କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ଅଧୀନରେ ଥିବା ବ୍ରାହ୍ମଣୀ ନଦୀ ବନ୍ୟା ନିରୋଧକ ବନ୍ଧ ରହିଛି। ଏହାର ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାକୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ନିର୍ମାଣ ଓ ମରାମତି କରାଯାଇଥିବା କାଗଜପତ୍ରରେ ଦର୍ଶାଇ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା। ଏ ନେଇ ତଥ୍ୟଭିତ୍ତିକ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତରବରିଆ ଭାବେ ବିଦ୍ୟୁତ୍‌ ଅଫିସ୍‌ ପୋଲ ପାଖରୁ ନୂଆଗଁା ପର୍ଯ୍ୟନ୍ତ ୨୪ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ମରାମତି ହୋଇଥିଲା। ଏବେ ପୁଣି ସେହିସବୁ ସ୍ଥାନରେ ପିଚୁରୁ ଗୋଡ଼ି ଉଠି ଚଳପ୍ରଚଳରେ ବାଧା ହେଉଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ସମସ୍ୟା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାକୁ ଚଳାଚଳ ଉପଯୋଗୀ କରିବା ପାଇଁ ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ସଂସାରଫଳ, ଖଣତା, ଚନ୍ଦନନଗର ପ୍ରଭୃତି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡର ଲୋକ ଦାବି କରିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଲୋକମାନେ ରାସ୍ତାକୁ ଓହ୍ଲାଇବେ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ନାୟକଙ୍କୁ ପଚାରିବାରୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ନାହିଁ। ଗାଡ଼ିର ଭାଇବ୍ରେଶନକୁ ଏଠାରେ ଥିବା ମାଟି ସହ୍ୟ କରିପାରୁନାହିଁ। ସେଥିପାଇଁ ରାସ୍ତା ଖରାପ ହୋଇଯାଉଛି। ବନ୍ୟାବନ୍ଧ ରାସ୍ତା ନିର୍ମାଣ ପାଇଁ ୨୦ କୋଟି ଟଙ୍କାର ଟେଣ୍ଡର ହୋଇଛି, ସବୁଦିନିଆ ରାସ୍ତା ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଦ୍ୱାରଦେଶରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଥୁଆମୂଳ ରାମପୁର ବ୍ଲକ୍‌ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍‌ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri