ପାଣି ପାଇଁ ରୋଗୀ ହନ୍ତସନ୍ତ

କଟକ,୭ା୪(ଶିଳ୍ପା ପ୍ରିୟଦର୍ଶିନୀ)ରାଜ୍ୟ ସମେତ କଟକ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜ୍ୟର ସର୍ବବୃହତ ଏସ୍‌ସିବି ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ପାଣି ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି। ଏଠାରେ ଥିବା ଆଶୁ ଚିକିତ୍ସା କେନ୍ଦ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ରଞ୍ଜନରଶ୍ମି ବିଭାଗ ନିକଟ ସମେତ ଅନ୍ୟ ସ୍ଥାନରେ ସେମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା ମେଡିକାଲ ପକ୍ଷରୁ କରାଯାଇଛି। ଅଧିକାଂଶ ସ୍ଥାନରେ ଟ୍ୟାପ୍‌ ଲାଗିଥିଲେ ମଧ୍ୟ ପାଣି ଆସୁନାହିଁ। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏସ୍‌ସିବି ମେଡିକାଲକୁ ଆସିଥିବା ଯାଜପୁର ଅଞ୍ଚଳର ରମେଶ ଭଦ୍ରା କହିଛନ୍ତି, ରଞ୍ଜନରଶ୍ମି ବିଭାଗରେ ଏକ୍ସ-ରେ କରିବା ପାଇଁ ଧାଡ଼ିରେ ଛିଡା ହୋଇରହିଛି। ଏଭଳି ଗରମରେ ତଣ୍ଟି ଶୁଖି ଯିବାରୁ ପାଣି ପାଇଁ ନିକଟରେ ଥିବା ଟ୍ୟାପ୍‌ ପାଖକୁ ଯାଇଥିଲି। ହେଲେ ସେଠାରେ ଥିବା ୪ଟି ଟ୍ୟାପ୍‌ରୁ ଗୋଟିଏରେ ପାଣି ଆସୁଛି। ଫଳରେ ପାଣି ପାଇଁ ଲୋକଙ୍କ ଲମ୍ବାଧାଡି ଲାଗିଛି। ଏ ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ମେଡିକାଲ ପରିସରରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଗରମରେ ରୋଗୀ କିପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ମେଡିକାଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଜାଗାରେ ପାଣିଟ୍ୟାପ ଖରାପ ରହିଛି, ପିଏଚ୍‌ଡି ବିଭାଗ ସହ ଯୋଗାଯୋଗ କରି ତୁରନ୍ତ ଠିକ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri