ଚାଲି ପାରିଲାନି ଯାତ୍ରୀବାହୀ ଟ୍ରେନ୍‌

ଚଣ୍ଡିଖୋଲ,(ଡି.ଏନ୍‌.ଏ.)/ ଭୁବନେଶ୍ୱର, (ବ୍ୟୁରୋ) ୩ା୧: ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରୁ ଶେଷ କରାଯାଇ ପୂର୍ବତଟ ରେଳପଥକୁ ହସ୍ତାନ୍ତର କରାଯାଇଛି। ଏହାପରେ ବିଭାଗ ପକ୍ଷରୁ ଟ୍ରାକ୍‌ ଯାଞ୍ଚ କରାଯାଇ ୨୦୨୦ ଜୁଲାଇ ୩୦ରୁ ଏହି ରେଳପଥରେ ରେଳଯାତ୍ରା ଆରମ୍ଭ ହୋଇଛି। ତେବେ ସେହିଦିନଠାରୁ ଆଜିଯାଏ ମାଲବାହୀ ଟ୍ରେନ୍‌ ଚାଲିଥିଲେ ମଧ୍ୟ ଯାତ୍ରୀବାହୀ ଟ୍ରେନ୍‌ ଚାଲି ପାରିଲା ନାହିଁ। ସେତେବେଳେ ରେଲଓ୍ବେ ପକ୍ଷରୁ ଦର୍ଶାଯାଇଥିଲାଯେ, କୋଭିଡ୍‌ କଟକଣା ଯୋଗୁ ଯାତ୍ରୀ ବାହୀ ଟ୍ରେନ ଚାଲିପାରିବ ନାହିଁ । କୋଭିଡ୍‌ କଟକଣା ପରେ ୨୦୨୦ ଡିସେମ୍ବରରେ ଯାତ୍ରୀବାହୀ ଟ୍ରେନ୍‌ ଚାଲିବ। ଯାତ୍ରୀବାହୀ ଟ୍ରେନ୍‌ ଚାଲିବା ନେଇ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲା ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ୬ ମାସ ପରେ ରେଳ ଚାଲିବା ପ୍ରତିଶ୍ରୁତି ମିଳିବା ପରେ ମାଲବାହୀ ଟ୍ରେନ୍‌ ଯାତାୟାତ କରିଥିଲା। ଏହା ମଧ୍ୟରେ ଦେଢ଼ ବର୍ଷ ବିତିଗଲାଣି। ତଥାପି ଯାତ୍ରୀବାହୀ ଟ୍ରେନ୍‌ ଚାଲିପାରିଲା ନାହିଁ ।
ସୂଚନାଥାଉକି, ଦୀର୍ଘ ୮୨ କିମି ଲମ୍ବ ବିଶିଷ୍ଟ ଏହି ରେଳପଥ ୩ଟି ଜିଲା ଦେଇ ଅତିକ୍ରମ କରିଛି। ପାରାଦୀପ ବନ୍ଦରକୁ ମାଲ ପରିବହନ ଓ ବିଶ୍ୱପ୍ରସିଦ୍ଧ ବୌଦ୍ଧକ୍ଷେତ୍ର ଲଳିତଗିରି-ଉଦୟଗିରି-ରତ୍ନଗିରିକୁ ଦେଶ ବିଦେଶର ପର୍ଯ୍ୟଟକ ଆସିବା ପାଇଁ ଏହି ରେଳ ପଥ ନିର୍ମାଣ କରାଯାଇଥିବା ସେତେବେଳେ ସୂଚନା ଦିଆଯାଇଥିଲା। ୧୯୯୭ରେ ଏହି ରେଳ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁର ମିଳିଥିଲା। ସେ ସମୟରେ ହୀରକ ତ୍ରିଭୁଜକୁ ବୌଦ୍ଧଧର୍ମାବଲମ୍ବୀ ଓ ପର୍ଯ୍ୟଟକ ଆସିବାକୁ ଏହି ରେଳପ୍ରକଳ୍ପର ଆବଶ୍ୟକତା ଥିଲା ବୋଲି କୁହାଯାଇଥିଲା। ସେଥିପାଇଁ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ପାଇଁ ୨ଟି ଷ୍ଟେଶନ ନିର୍ମାଣ କରାଯାଇଛି। ଏହାସହ କେନ୍ଦ୍ରାପଡ଼ା ଜିଲାରେ ପୂର୍ବରୁ ଆଦୌ ରେଳପଥ ନ ଥିବାବେଳେ ପ୍ରଥମକରି ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କେନ୍ଦ୍ରାପଡ଼ା ଜିଲାକୁ ସଂଯୋଗ କରିବ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ୨୦୨୧ ରେଳ ବଜେଟରେ ଏହି ରେଳ ପ୍ରକଳ୍ପର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ତଥାପି ଆଜିଯାଏ ଯାତ୍ରୀବାହୀ ଟ୍ରେନ ଚଳାଚଳ କରି ପାରିଲା ନାହିଁ। ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଯଦି ଆସନ୍ତା ତିନି ମାସ ମଧ୍ୟରେ ଯାତ୍ରୀ ବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରା ନ ଯାଏ ତେବେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପାରାଦୀପ-ହରିଦାସପୁର ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଟୁଇଟ ଯୋଗେ ଦାବି କରାଯାଇଛି। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏନେଇ ସୂଚନା ଦେଇଛନ୍ତି। ବେହେରା କହିଛନ୍ତି, ଆସନ୍ତା ୭ତାରିଖରେ ରେଳମନ୍ତ୍ରୀ ନୀଳଗିରି-ବାଲେଶ୍ୱର ରେଳଲାଇନ ଉଦ୍‌ଘାଟନ ପାଇଁ ଓଡ଼ିଶା ଆସୁଛନ୍ତି। ଏହି ଦିନ ସେ ପାରାଦୀପଠାରୁ ହରିଦାସପୁର ପର୍ଯ୍ୟନ୍ତ ନୂତନ ପାସେଞ୍ଜର ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି, ଏହି ରେଳପଥରେ କେତେକ ଷ୍ଟେଶନର ଭିତ୍ତିଭୂମି ବିକାଶ କରାଯାଉଛି। ସେହି କାମ ସରିଲା ପରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri