ମତସାବ୍ୟସ୍ତ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨୨।୨(ଡି.ଏନ୍‌.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଜାରି ରହିଛି। ଗଜପତି ଜିଲାର କାଶୀନଗର ଓ ଗୁମ୍ମା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବରେ ଲୋକ ନିଜର ମତସାବ୍ୟସ୍ତ କରୁଛନ୍ତି। ସକାଳ ୭ ଟାରୁ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ସମସ୍ତ ବୁଥ୍‌ରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି। କାଶୀନଗର ବ୍ଳକ ହାଡ ଭଙ୍ଗୀ ପଞ୍ଚାୟତର ଗ୍ରାମ ବିସ୍ତଲାରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ମତଦାନ କରିଛନ୍ତି ।