Posted inଖେଳ

ଭାରତ ହାରିବା ପରେ ଲାଇଭ୍‌ ଶୋ’ରେ ନାଚିଲେ ପାକିସ୍ତାନ ଖେଳାଳି

ଇସଲାମାବାଦ,୧।୧୧:ଟି -୨୦ ବିଶ୍ୱକପରେ ଭାରତକୁ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରବିବାର ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପୂର୍ବରୁ ପାକିସ୍ତାନ ଓପନିଂ ମ୍ୟାଚ୍‌ରେ ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟିଂ ଅତି ସାଧାରଣ ମନେ ହେଉଥିଲା। ୨୦ ଓଭରରେ ମାତ୍ର ୧୧୦ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ କିୱି ଦଳ ମାତ୍ର ୨ ଉଇକେଟ ହରାଇ ଜିତିଛି। ଏହି ପରାଜୟ ପରେ ଟିମ ଇଣ୍ଡିଆର ପ୍ରଶଂସକମାନେ ନିରାଶ ହୋଇଥିଲେ। କିନ୍ତୁ ଟିମ ଇଣ୍ଡିଆର ପରାଜୟ ପାକିସ୍ତାନରେ ଖୁସିର ଉତ୍ସବ ଭାବରେ ପାଳନ କରାଯାଇଥିଲା।
ଏହାର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ, ୱାକର ୟୁନିସ ଭାରତର ପରାଜୟରେ ଖୁସି ହୋଇଥିଲେ। ଲାଇଭ ଶୋ ସମୟରେ ଷ୍ଟୁଡିଓରେ ଉଭୟଙ୍କୁ ନାଚୁଥିବାର ଦେଖାଯାଇଥିଲା। ୱାହାବ ରିଆଜ ଏବଂ ପାକିସ୍ତାନ ଦଳର ପୂର୍ବତନ ପ୍ରଶିକ୍ଷକ ମିସବା-ଉଲ-ହକ ମଧ୍ୟ ଉପସ୍ଥିତ ଥିଲେ। ଏକ ଗୀତ ବାଜିବା କ୍ଷଣି ସମସ୍ତେ ନିଜ ନିଜ ସ୍ଥାନରେ ବସି ଭାରତ ପରାଜୟର ମଜା ଉଠାଇଥିଲେ। ଖେଳାଳିଙ୍କ ଉତ୍ସବ ପାଳନ କରୁଥିବା ଏହି ଭିଡିଓ ପାକିସ୍ତାନର ଏକ ସ୍ପୋର୍ଟସ ଚ୍ୟାନେଲରୁ ଆସିଛି।


ଟିମ ଇଣ୍ଡିଆର ପରାଜୟ ପରେ ଶାହିଦ ଆଫ୍ରିଦି ମଧ୍ୟ ଉପଭୋଗ କରିଥିଲେ। ସେ ଟୁଇଟ କରିଛନ୍ତି- ଭାରତୀୟ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। କିନ୍ତୁ ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ ଦୁଇଟି ବଡ଼ ମ୍ୟାଚ ଖେଳିଛି। ଏହା ପରେ ଯଦି ସେ ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିବ, ତେବେ ଏହା ଚମତ୍କାରଠାରୁ କମ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri