ପାକିସ୍ତାନୀ ପାଇଲଟ ଆକାଶରେ ଦେଖିଲେ ଅଜବ ଦୃଶ୍ୟ: ଏହାକୁ ନେଇ ହେଉଛି ବିଭିନ୍ନ ଚର୍ଚ୍ଚା

ଇସଲାମାବାଦ୍‌,୨୮।୧: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏକ ଅଜବ ଦୃଶ୍ୟ ଦେଖିଥିବା କହିଛନ୍ତି। ସେ ଏଲିଅନଙ୍କୁ ଦେଖିଥିବା ଜୋର୍‌ ଦେଇ କୁହନ୍ତି। ଏହି ଖବର ପାକିସ୍ତାନୀ ମିଡିଆରେ ଚର୍ଚ୍ଚା ହେଉଛି। ଖାଲି ଦୃଶ୍ୟ ଦେଖିନାହାନ୍ତି, ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି।


ସୂଚନାନୁଯାୟୀ, ପାକିସ୍ତାନ ଇଣ୍ଟନ୍ୟାଶନାଲ ଏୟାରଲାଇନ୍ସ ପାଇଲଟ ରହିମ ଏହି ଅଜବ ଦୃଶ୍ୟ ଦେଖିଥିଲେ। ସେ ଏୟାରବେସ୍‌ରୁ ଏ-୩୨୦ ବିମାନ ନେଇ ଲାହୋରରୁ କରାଚି ଯାଉଥିଲେ। ଏହି ସମୟରେ ସେ ଅଜବ ଦୃଶ୍ୟ ଦେଖିବାକୁ ପାଇଥିଲେ। ସେ କୁହନ୍ତି, ସୂର୍ଯ୍ୟଙ୍କ କିରଣରେ ଏହି ଅଜବ ବସ୍ତୁ ଦେଖିବାକୁ ମିଳିଥିଲା। ତାଙ୍କ କହିବା ଅନୁଯାୟୀ, ବିମାନ ଉଡ଼ାଣ ସମୟରେ ସେ କେବେ ଏମିତି ଦୃଶ୍ୟ ଦେଖି ନ ଥିଲେ। ଏହା ଏକ କୃତ୍ରିମ ଉପଗ୍ରହ ପରି ଦେଖାଯାଉଥିଲା। ଏହା ଦେଖିବା ପରେ ସେ ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେବା ସହ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ। ସେ କୁହନ୍ତି, ରାତିରେ ଚମକୁଥିବା ଜିନିଷ ଦେଖିବା କିଛି ନୂଆ କଥା ନୁହେଁ, ମାତ୍ର ଦିନବେଳା ଏପରି ଦୃଶ୍ୟ ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ପ୍ରୋଟୋକଲର ବର୍ତ୍ତମାନ ଯାଞ୍ଚ ଚାଲିଛି।

Share