Categories: ଖେଳ

ଇତିହାସ ରଚିଲା ପାକିସ୍ତାନ କ୍ରିକେଟ୍‌ ଦଳ

ଲାହୋର,୧୬।୨: ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଏହା ସହିତ ସେ ବିଶ୍ୱର ପ୍ରଥମ ଦଳ ଭାବେ ୧୦୦ଟି ଟି -୨୦ ଅନ୍ତର୍ଜାତୀୟ ଜିତିବାର ରେକର୍ଡ କରିଛି। ସୂଚନାଯୋଗ୍ୟ, ପାକିସ୍ତାନ ଏପର୍ଯ୍ୟନ୍ତ ୧୬୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି। ଏଥିମଧ୍ୟରେ ପାକିସ୍ତାନ ୧୦୦ଟି ମ୍ୟାଚ ଜିତିଥିବା ବେଳେ ୫୯ଟି ମ୍ୟାଚରେ ହାରିଛି।

Share