ବିଗ୍‌ ବସ୍‌ ଶୋରେ ରୋମାନ୍ସ କରିଥିଲେ ଏହି ଯୋଡ଼ି, ପରେ ହୋଇଥିଲା ବ୍ରେକ୍‌ଅପ୍‌

ବିଗ୍‌ ବସ୍‌ ୧୪ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କରୋନା ଯୋଗୁ ଏଥର ଶୋ ସମ୍ପୂର୍ଣ୍ଣ ଭିନ୍ନ ହେବ। ଶୋ’ର ପ୍ରତ୍ୟେକ ସିଜିନରେ୍‌ ଝଗଡାଠାରୁ ଆରମ୍ଭ କରି ପ୍ରେମ କାହାଣୀ ପର୍ଯ୍ୟନ୍ତ ପରିପୂର୍ଣ୍ଣ। ତେବେ ଆସନ୍ତୁ ଜାଣିବା ଏହିପରି ପ୍ରତିଯୋଗୀମାନଙ୍କ ବିଷୟରେ ଯେଉଁମାନେ ଶୋ’ରେ ରୋମାନ୍ସ କରୁଥିବା ଦେଖାଯାଇଥିଲା କିନ୍ତୁ ପରେ ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଥିଲା।

ବୀଣା ମଲିକ ଏବଂ ଅସ୍ମିତ ପଟେଲ
ବିଗ୍‌ ବସ୍‌ ସିଜନ ୪ ରେ ବୀଣା ଏବଂ ଅସ୍ମିତ ଉପସ୍ଥିତ ଥିଲେ। ଶୋ’ରେ ଦୁହେଁ ନିକଟତର ନଜର ଆସିଥିଲେ। ତେବେ ଏହି କାରଣରୁ ଶୋ’ ବିବାଦ ଘେରକୁ ଆସିଥିଲା। ବୀଣା ଏବଂ ଅସ୍ମିତ ବିଗ୍‌ ବସ୍‌ରେ ଚର୍ଚ୍ଚାରେ ରହିିଥିଲେ, କିନ୍ତୁ ବାହାରକୁ ଯିବାପରେ ଉଭୟ ଅଲଗା ହୋଇଯାଇଥିଲେ।

 

କରିସ୍ମା ତନ୍ନା ଏବଂ ଉପେନ ପଟେଲ
ବିଗ୍‌ ବସ୍‌ ୮ରେ ଉପେନ ପଟେଲଙ୍କ କରିସ୍ମା ତନ୍ନାଙ୍କୁ ପ୍ରପୋଜ କରିଥିଲେ।
ଦୁହେଁ ବହୁତ ନିକଟତର ଦେଖାଯାଇଥିଲେ। ସିଜିନ୍‌ ଶେଷ ହେବା ପର୍ଯ୍ୟନ୍ତ କିଛି ଦିଦ ପାଇଁ ସେମାନେ ଏକାଠି ଥିଲେ କିନ୍ତୁ ପରେ ସେମାନେ ଅଲଗା ହୋଇଗଲେ।

 

ଗୌହର ଖାନ ଏବଂ କୁଶଲ ଟଣ୍ଡନ
ବିଗ୍‌ ବସ୍‌ ୭ରେ ଗୌହର ଖାନ ଏବଂ କୁଶଲ ଟଣ୍ଡନଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ହୋଇଥିଲା। ବିଗ୍‌ ବସ୍‌ ଘରୁ ବାହାରିବା ପରେ ମଧ୍ୟ ସେମାନେ ଏକାଠି ଥିଲେ କିନ୍ତୁ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

ତନିଶା ମୁଖାର୍ଜୀ ଏବଂ ଅରମାନ କୋହଲି
କାଜଲଙ୍କ ଭଉଣୀ ତନିଶା ମୁଖାର୍ଜୀ ବିଗ ବସ୍‌ ୭ ରେ ଭାଗ ନେଇଥିଲେ । ଏହି ଶୋ’ରେ ତନିଶା ଏବଂ ଅରମାନଙ୍କ ମଧ୍ୟରେ ଘନିଷ୍ଠତା ଦେଖାଯାଇଥିଲା। ଏହି ଦୁଇଜଣ ସେମାନଙ୍କ ସମ୍ପର୍କକୁ କେବେ ସ୍ବୀକାର କରି ନ ଥିଲେ କିନ୍ତୁ ପରେ ଅନେକ ସ୍ଥାନରେ ଏକାଠି ଦେଖାଦେଇଥିଲେ । କିଛି ଦିନ ପରେ, ସେମାନଙ୍କ ବ୍ରେକ୍‌ଅପ୍‌ ଖବର ଜଣାପଡ଼ିଥିଲା।

ପାୟଲ ରୋହତଗି ଏବଂ ରାହୁଲ ମହାଜନ
ରାହୁଲ ଏବଂ ପାୟଲ ମଧ୍ୟ ଏହିପରି ଜଣେ ଯୋଡି ଯିଏ ପରସ୍ପର ସହ ଫ୍ଲର୍ଟ କରିଥିଲେ। ଉଭୟ ସୁଇମିଂ ପୁଲରେ ବହୁତ ମଜା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହା କେବଳ ଶୋ ପାଇଁ ଦେଖା ଦେଇଥିଲା । ପରେ ପାୟଲ ଏବଂ ରାହୁଲଙ୍କ ଶୀଘ୍ର ଅଲଗା ହୋଇଗଲେ।

Share