ଯନ୍ତ୍ରଣା ଲାଗି ରହିବ

ଗତ ମାସରେ ଜାତିସଂଘ ସାଧାରଣ ସଭାରେ ବ୍ରିଟେନ୍‌, କାନାଡା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଏବଂ ପର୍ତ୍ତୁଗାଲ ସମେତ ୧୫୦ରୁ ଅଧିକ ଦେଶ ପାଲେଷ୍ଟାଇନ୍‌କୁ ଏକ ଦେଶ ଭାବେ ସ୍ବୀକୃତି ଦେଇଥିଲେ। ଏହି ପଦକ୍ଷେପ ସହିତ ୭ ଅକ୍ଟୋବର ୨୦୨୩ରେ ହମାସ୍‌ ଆକ୍ରମଣ ପରେ ଗାଜାରେ ଇସ୍ରାଏଲର ଆକ୍ରମଣାତ୍ମକ କାର୍ଯ୍ୟକାଳପକୁ ନେଇ ବିଶ୍ୱର ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି, ଯାହା ଯୁକ୍ତିଯୁକ୍ତ ମନେହୁଏ। ଇସ୍ରାଏଲ ସରକାର ବିଶେଷକରି ଗାଜାର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ଅନ୍ତର୍ଜାତୀୟ ମାନବୀୟ ଆଇନକୁ ଉଲ୍ଲଂଘନ କରିଛି। କିନ୍ତୁ ପାଲେଷ୍ଟାଇନ୍‌ର ସାର୍ବଭୌମତ୍ୱ ପାଇଁ ସାଙ୍କେତିକ ସମର୍ଥନ ଇସ୍ରାଏଲକୁ ଉତ୍ତରଦାୟୀ କରାଇବା ପାଇଁ ଯଥେଷ୍ଟ ହେବ ନାହିଁ। ସେହିଭଳି ଅନ୍ତର୍ଜାତୀୟ ନିୟମକୁ ଇସ୍ରାଏଲର ଖୋଲାଖୋଲି ଉଲ୍ଲଂଘନ କରି ଗାଜାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଇସ୍ରାଏଲ କରିଥିବା କ୍ଷତିକୁ ବିଶ୍ୱର ବିଭିନ୍ନ ଦେଶର ସରକାର ଭରଣା କରିବା ଦରକାର। ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ଭବିଷ୍ୟତରେ ଯୁଦ୍ଧ ପାଇଁ ଏହା ଏକ ବିପଜ୍ଜନକ ଦୃଷ୍ଟାନ୍ତ ହୋଇ ରହିଯିବ।
ଦୁଇ ବର୍ଷରୁ ଅଧିକ ସମୟ ହେଲା ଇସ୍ରାଏଲ୍‌ ଗାଜାରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଆକ୍ରମଣ କରିଛି ଏବଂ ଓ୍ବେଷ୍ଟ ବ୍ୟାଙ୍କରେ କିଛି ମାତ୍ରାରେ ଏହା ଘଟିଛି। ଜଣେ ଜରୁରିକାଳୀନ ମେଡିସିନ ଡାକ୍ତର ତଥା ବିଶ୍ୱ ସ୍ବାସ୍ଥ୍ୟ ଗବେଷକ ଭାବେ ମୁଁ ଏହି ସ୍ଥିତିକୁ ଅତି ନିକଟରୁ ଅନୁଧ୍ୟାନ କରିଛି। ୭ ଅକ୍ଟୋବର ୨୦୨୩ରୁ ୩୦ ଜୁନ୍‌ ୨୦୨୪ ମଧ୍ୟରେ ମୋ ସହ-ଗବେଷକ ଏବଂ ମୁଁ ଗାଜାରେ ସ୍ବାସ୍ଥ୍ୟସେବା ଉପରେ ହୋଇଥିବା ୮୦୦ରୁ ଅଧିକ ଆକ୍ରମଣ ଏବଂ ଆକ୍ରମଣସ୍ଥଳ ନିକଟବର୍ତ୍ତୀ ହସ୍ପିଟାଲଗୁଡ଼ିକ ଉପରେ ଅନୁଧ୍ୟାନ କରିଥିଲୁ। ଗାଜାରେ ହୋଇଥିବା ମୋଟ ଆକ୍ରମଣର ୫୦.୪%ରେ ଚିକିତ୍ସା ଭିତ୍ତିଭୂମି କ୍ଷତି ହୋଇଥିବାବେଳେ ୪୯.୬% ଆକ୍ରମଣରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ କ୍ଷତି ଘଟିଛି। ଇସ୍ରାଏଲ୍‌ର ଅନେକ ଆକ୍ରମଣ ଗାଜାର ତିନୋଟି ବୃହତ୍‌ ହସ୍ପିଟାଲ ଯଥା ଖାନ୍‌ ୟୁନିସର ନାସର ହସ୍ପିଟାଲ, ଗାଜା ସିଟିରେ ଅଲ୍‌-ସିଫା ହସ୍ପିଟାଲ ଏବଂ ଜବାଲିଆରେ ଅଲ୍‌-ଓ୍ବଦା ହସ୍ପିଟାଲ ଚାରିପାଖରେ କେନ୍ଦ୍ରିତ ଥିଲା। ଅଗଷ୍ଟରେ ନାସର ହସ୍ପିଟାଲରେ ହୋଇଥିବା ଆକ୍ରମଣର ବହୁଳ ପ୍ରସାରିତ ଭିଡିଓ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ। ପ୍ରଥମ ପରେ ଦ୍ୱିତୀୟଥର ଆକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରେ ଥିଲେ ଅନେକ ସାମ୍ବାଦିକ ଏବଂ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଯାହାକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏକ ‘ଦୁଃଖଦ ଦୁର୍ଘଟଣା’ ବୋଲି କହିଛନ୍ତି।
ଯୁଦ୍ଧର ପରିଣାମ ଅତ୍ୟନ୍ତ ବିଧ୍ୱଂସକ ହୋଇଛି। ଗାଜାରେ ଥିବା ହସ୍ପିଟାଲଗୁଡ଼ିକ ମଧ୍ୟରୁ ଅଧାରୁ ସାମାନ୍ୟ ଅଧିକ ଆଂଶିକ କାମ କରୁଛି। ଏଯାବତ୍‌ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ୨୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି କିମ୍ବା ଆହତ ହୋଇଛନ୍ତି। ଏହା ବ୍ୟତୀତ ଇସ୍ରାଏଲ୍‌ ସେନା ଅନ୍ୟାୟ ଭାବେ ଅଟକ ରଖିଥିବା ଅତିକମ୍‌ରେ ୪୦୫ ପାଲେଷ୍ଟିନୀୟ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଯୁଦ୍ଧ ବିରତି ହେଲେ ମଧ୍ୟ ତଥାପି ଗାଜାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ପୁନର୍ଗଠନ ପାଇଁ ଅନେକ ଦଶନ୍ଧି ଲାଗିଯିବ। ଜଣେ ଡାକ୍ତର ଭାବେ ମୁଁ ଜାଣେ ଯେ, ନିର୍ଯାତନାର କୌଣସି ସ୍ତର ନାହିଁ। ହସ୍ପିଟାଲ ଓ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନେଉଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ପଷ୍ଟ ଭାବେ ଅନ୍ତର୍ଜାତୀୟ ଆଇନ ରହିଛି। ତେବେ ସେମାନଙ୍କ ମୃତ୍ୟୁ ଆକ୍ରମଣ ଯୋଗୁ ଘଟିନାହିଁ ବୋଲି କହିବା ଆମ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ତର୍ଜାତୀୟ ନିୟମ ଅନୁଯାୟୀ, ଶତ୍ରୁର କ୍ଷତି କରିବା ଭଳି ସେନା କାର୍ଯ୍ୟକଳାପ ପାଇଁ ଯଦି ହସ୍ପିଟାଲକୁ ବ୍ୟବହାର କରାଯାଏ, ତେବେ ହସ୍ପିଟାଲ ତାହାର ସୁରକ୍ଷିତ ସ୍ଥିତିକୁ ହରାଇଥାଏ। ମେଡିକାଲ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ଇସ୍ରାଏଲ ଏହି ଯୁକ୍ତି ଉପରେ ବିଶ୍ୱାସ କରି ଦାବି କରିଛି ଯେ, ସେଗୁଡ଼ିକ ହମାସ୍‌ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଛି। କିନ୍ତୁ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି)ର ପୂର୍ବତନ ପ୍ରୋସିକ୍ୟୁଟର ପାଲେଷ୍ଟାଇନ କ୍ଷତିର ତଦନ୍ତ ସମୀକ୍ଷା କରୁଥିବା ଆଣ୍ଡ୍ର୍ୟୁ କେଲେଙ୍କ ମତରେ ଏହିସବୁ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଇସ୍ରାଏଲ୍‌ ତା’ ଦାବିକୁ ସିଦ୍ଧ କରିବା ପାଇଁ ପ୍ରମାଣକୁ ସ୍ବାଧୀନ ଭାବେ ଯାଞ୍ଚ ନ କରି ହସ୍ପିିଟାଲକୁ ମାଟିରେ ମିିଶାଇଦେବା ଏବଂ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ତା’ ଅଧିକାର ବାହାରେ।
ବିଶ୍ୱର ନେତାମାନେ ଅନ୍ତର୍ଜାତୀୟ ମାନବୀୟ ଆଇନ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ନିଶ୍ଚିତ କରିବା ଦରକାର। ୨୦୨୪ରେ ଆଇସିସି ୭ ଅକ୍ଟୋବର ଆକ୍ରମଣ ଓ ତା’ ପରବର୍ତ୍ତୀ ଗାଜାରେ ଯୁଦ୍ଧ ଅପରାଧର ତଦନ୍ତ ପରେ ହମାସ୍‌ ଓ ଇସ୍ରାଏଲ୍‌ ନେତାମାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା। ଜାତିସଂଘ ସୁରକ୍ଷା ପରିଷଦ ଗାଜାର ସ୍ବାସ୍ଥ୍ୟସେବା ଉପରେ ଇସ୍ରାଏଲ୍‌ ଆକ୍ରମଣ ଉପରେ ତଦନ୍ତ ଓ ବିଚାର ପାଇଁ ଆଇସିସିକୁ ସୁପାରିସ କରିଥିଲା। ସୁରକ୍ଷା ପରିଷଦର ଏହି ସୁପାରିସ୍‌କ୍ରମେ ଆଇସିସିର ଅଣ-ସଦସ୍ୟ ଦେଶ ଭାବେ ଇସ୍ରାଏଲ୍‌ର ତଦନ୍ତ ଓ ବିଚାର ପାଇଁ କୋର୍ଟର ନ୍ୟାୟିକ କ୍ଷେତ୍ର ରହିଛି, ଯାହା ୨୦୧୧ରେ ଡାର୍‌ଫୁର ଓ ଲିବ୍ୟା କ୍ଷେତ୍ରରେ ଘଟିଥିଲା। ହେଲେ ଏହି ବାଟରେ ବାଧା ଉପୁଜିଛି। କାରଣ ଇସ୍ରାଏଲ୍‌କୁ ନେଇ ଆଇସିସି କରିଥିବା ସୁପାରିସ ଉପରେ ଆମେରିକା ଭିଟୋ ପ୍ରୟୋଗ କରିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବିଶ୍ୱସ୍ତରରେ ସ୍ବାସ୍ଥ୍ୟସେବା ଉପରେ ଆକ୍ରମଣଗୁଡ଼ିକୁ ନିନ୍ଦା କରି ଏକ ପ୍ରସ୍ତାବ ଅଣାଗଲେ ତାହା ରାଜନୈତିକ ଗତିରୋଧକୁ ହଟାଇପାରିବ ଏବଂ ଅନ୍ତର୍ଜାତୀୟ ଆଇନକୁ ନିଶ୍ଚିତ କରିବା ଲାଗି ଏକ ଲମ୍ବା ପଥ ପ୍ରସ୍ତୁତ କରିପାରିବ। ୨୦୧୬ରେ ଏହି ସମସ୍ୟାର ସମାଧାନ ପାଇଁ ସୁରକ୍ଷା ପରିଷଦରେ ଶେଷ ପ୍ରସ୍ତାବ ପାସ୍‌ ହୋଇଥିଲା। ତା’ପରଠାରୁ ମିଲିଟାରି ଟେକ୍‌ନୋଲୋଜିରେ ବିକାଶ ଘଟିଛି ଏବଂ ସ୍ବାସ୍ଥ୍ୟସେବା ଉପରେ ଆକ୍ରମଣ ତୀବ୍ର ହୋଇଛି, ଯାହା ନିକଟରେ ୟୁକ୍ରେନ୍‌, ସୁଦାନ ଏବଂ ସିରିଆରେ ଘଟିଛି। ନାଗରିକଙ୍କ ମୃତ୍ୟୁକୁ ସକ୍ରିୟ ଭାବେ ସନ୍ଧାନ କରି ତାହାକୁ ଇନ୍‌ସିକ୍ୟୁରିଟି ଇନ୍‌ସାଇଟ ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ଯାଞ୍ଚ କରାଯାଉଛି। ଆମ ସମକ୍ଷ ଅନ୍ୟ ଗବେଷକଙ୍କ ଗବେଷଣା, ସାଟେଲାଇଟ ଛବିର ବିଶ୍ଳେଷଣ ଏବଂ ଯୁଦ୍ଧ ସମୟରେ କାର୍ଯ୍ୟରତ ଡାକ୍ତରମାନଙ୍କ ସାକ୍ଷ୍ୟ ଏବକାର ଯୁଦ୍ଧ ପ୍ରପୀଡ଼ିତ ଅଞ୍ଚଳର ବାସ୍ତବତାକୁ ପ୍ରତିପାଦିତ କରୁଥିବା ଏକ ପ୍ରସ୍ତାବ ପାଇଁ ଅତ୍ୟନ୍ତ ଆବଶ୍ୟକ।
ପ୍ରମାଣକୁ ସ୍ବୀକାର କରାଯିବା ଦରକାର ଏବଂ ଏହାକୁ ଭୁଲ୍‌ ପ୍ରମାଣିତ କରାଯାଇ ନପାରେ। ଗାଜା ଏବଂ ଏହା ବାହାରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଗୁଳି କରାଯାଇଛି। ନିରପେକ୍ଷ ଚିକିତ୍ସା ସେବା ଯୋଗାଇ ଦେବା ଯେଭଳି ଡାକ୍ତରଙ୍କ ନୈତିକ ଦାୟିତ୍ୱ, ସେହିଭଳି ଯୁଦ୍ଧର ନିୟମଗୁଡ଼ିକୁ ପାଳନ କରିବା ବିଶ୍ୱ ନେତାଗଣଙ୍କ ଦାୟିତ୍ୱ। ବିଶ୍ୱରେ ଯୁଦ୍ଧରେ ସ୍ବାସ୍ଥ୍ୟସେବା ଉପରେ ଆକ୍ରମଣ କରାଯାଉଥିବାରୁ ବନ୍ଧୁକ ନୀରବିଗଲା ପରେ ମଧ୍ୟ ଯନ୍ତ୍ରଣା ଦୀର୍ଘଦିନ ଧରି ଲାଗି ରହିବ।

ତୁଷାରା ସୁରପାନେନି

ଏମର୍ଜେନ୍ସି ମେଡିସିନ୍‌ ଫିଜିକ୍ସିଆନ ଆଣ୍ଡ୍‌ ଇନ୍‌ଷ୍ଟ୍ରକ୍ଟର,
ୟେଲ୍‌ ସ୍କୁଲ ଅଫ୍‌ ମେଡିସିନ, ଆମେରିକା

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ…

ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri