ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ନ ମିଳିବା ପ୍ରସଙ୍ଗ: ପୁନର୍ବିଚାର ଦାବି

ଖୋର୍ଦ୍ଧା ଅଫିସ,୫ା୧୨: ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ନୁହେଁ ବୋଲି ଗୁରୁବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡି ରାଜ୍ୟ ସଭାରେ କହିଛନ୍ତି।ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ(ଆଇସିଏଚ୍‌ଆର୍‌)ରୁ ମିଳିଥିବା ରିପୋର୍ଟ ଅନୁଯାୟୀ ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ଯୁଦ୍ଧ କୁହାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ରେଡ୍ଡୀ କହିବା ସହ ଓଡ଼ିଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଏନେଇ ଅସନ୍ତୋଷ ବଢ଼ୁଥିବାବେଳେ ଏହାର ପୁନର୍ବିଚାର ଲାଗି ଦାବି ହେଉଛି।

ପାଇକ ବୀରଙ୍କ ପ୍ରତି କୁଠାରାଘାତ ସଦୃଶ
ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପାଳନ କରାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଉଦ୍‌ଘାଟନ କରିବା ସହ ଏକ ବର୍ଷ ବ୍ୟାପୀ ବିଭିନ୍ନ ସଭା, ସମିତି, ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ୨୦୧୯ ଡିସେମ୍ବର ୮ରେ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ଏନସିଆରଟି ପାଠ୍ୟପୁସ୍ତକରେ ମଧ୍ୟ ଏହା ସ୍ଥାନ ପାଇଛି। ଏବେ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ବିଟ୍ରିଶ ବିରୋଧରେ ଲଢ଼ି ଆତ୍ମବଳି ଦେଇଥିବା ପାଇକ ବୀରଙ୍କ ପ୍ରତି କୁଠାରାଘାତ କରିଛନ୍ତି।
-କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ, ସମ୍ପାଦକ କଳିଙ୍ଗ ପାଇକ ସଙ୍ଗଠନ

ପୁଣି ପାଇକ ବିଦ୍ରୋହ ସମ୍ପର୍କିତ ରିପୋର୍ଟ ଦାଖଲ କର
୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ବିଟ୍ରିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ୧୮୧୭ରେ ବକ୍ସିଙ୍କ ନେତୃତ୍ୱରେ ଏହା ଉଗ୍ରରୂପ ଧାରଣ କରିଥିଲା। ଚାରିଆଡେ ପାଇକ ବୀରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହାର ଭୟାବହତା ଉପରେ ଇଂରେଜ ଐତିହାସିକ ଜର୍ଜ ଟଏନବି ତାଙ୍କ ଦ୍ୱାରା ଲିଖିତ ଓଡ଼ିଶା ଇତିହାସ ପୁସ୍ତକରେ ନିଜେ ସ୍ବୀକାର କରିଛନ୍ତି। ତେଣୁ ରାଜ୍ୟର ସମସ୍ତ ଐତିହାସିକ, ଗବେଷକ, ସାହିତି୍ୟକ, ଲେଖକ ଏକାଠି ହୋଇ ପୁଣି ଥରେ ପାଇକ ବିଦ୍ରୋହ ସମ୍ପର୍କରେ ତଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ପଡିବ, ଯାହା ଦ୍ୱାରା ଏହାର ଗୌରବ ବୃଦ୍ଧି ପାଇବ।
-ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ,ଐତିହ୍ୟ ଗବେଷକ

ପାଇକଙ୍କ ଲାଗି ଏ ମାଟି ଧନ୍ୟ
ପାଇକ ବିଦ୍ରୋହ ଥିଲା ବିଟ୍ରିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ। ପାଇକଙ୍କ ଯୋଗୁ ଏ ମାଟି ଧନ୍ୟ ହୋଇଛି। ଦ୍ୱିଶତବାର୍ଷିକୀ ଅବସରରେ ସାରା ଦେଶ ପାଇକ ବିଦ୍ରୋହ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲା। ବ୍ରିଟିଶ ବିରୋଧରେ କେବଳ ଏହା ଏକ ସଂଗ୍ରାମ ନ ଥିଲା ବରଂ ଦେଶମାତୃକା ପ୍ରତି ରହିଥିବା କର୍ତ୍ତବ୍ୟର ଭାବକୁ ପ୍ରକାଶ କରେ। ତେଣୁ ରାଜ୍ୟ ସରକାର ତଥ୍ୟ ସମ୍ବଳିତ ରିପୋର୍ଟ କେନ୍ଦ୍ର ସଂସ୍କୃତି ବିଭାଗକୁ ପ୍ରଦାନ କରନ୍ତୁ। ଯଦ୍ଦ୍ବାରା ପାଇକ ବିଦ୍ରୋହ ମହତ୍ତ୍ୱ ବୃଦ୍ଧି ପାଇବ।
-କ୍ଷୀରୋଧ ପ୍ରସାଦ ମହାନ୍ତି, ପୂର୍ବତନ କୁଳପତି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ,

ପାଇକଙ୍କ ବଳିଦାନ ଅତୁଳନୀୟ
ପାଇକ ବିଦ୍ରୋହ ବିଟ୍ରିଶ ଶାସନ ବିରୋଧରେ ସଶସ୍ତ ସଂଗ୍ରାମର ମୂଳଦୁଆ ପକାଇଥିଲା। ପାଇକଙ୍କ ବୀରତ୍ୱ, ସୌର୍ଯ୍ୟ ଆଗରେ ବିଟ୍ରିଶ ମଥା ନୁଆଁଇଥିଲେ। ନିଜ ମାଟିର ସୁରକ୍ଷା ପାଇଁ ପାଇକଙ୍କ ବଳିଦାନ, ତ୍ୟାଗ, ନିଷ୍ଠା ଅତୁଳନୀୟ। ଏହା ଏକ ଜାତୀୟତାବୋଧକୁ ପ୍ରମାଣ କରେ। ପାଇକ ବିଦ୍ରୋହ ସମ୍ପର୍କରେ ପୁଣି ଥରେ ପୁନଃଲିଖନର ଆବଶ୍ୟକ ରହିଛି।
-ନରେନ୍ଦ୍ର ପୃଷ୍ଟି, ସାମାଜିକ କର୍ମୀ

ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା
ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା। ଏ ଜାତି ପାଇକ ବୀରଙ୍କ ବୀରତ୍ୱ ପାଇଁ ସର୍ବଦା ସେମାନଙ୍କ ନିକଟରେ ଚିରଋଣୀ ହୋଇ ରହିବ। ଏହି ଐତିହାସିକ ସଂଗ୍ରାମ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ଏବେ କେନ୍ଦ୍ର ଏହାକୁ ପ୍ରତ୍ୟାଖ୍ୟାନ କରିବା କୋଟି କୋଟି ଓଡ଼ିଆଙ୍କୁ ଶକ୍ତ ଆଘାତ ଲାଗିଛି। ଏ ସମ୍ପର୍କରେ ବିଶଦ ଆଲୋଚନା ହେବା ଆବଶ୍ୟକ।
-ଅଜିତ୍‌ ପଟ୍ଟନାୟକ, ସଭାପତି, ଖୋର୍ଦ୍ଧା ଓକିଲ ସଂଘ

ଓଡ଼ିଶା ପ୍ରତି ଅବହେଳା କରାଯାଉଛି
୧୮୧୭ ମସିହାରେ ବିଟ୍ରିଶ ସାମ୍ରାଜ୍ୟର ମୂଳୋତ୍ପାଟନ ଲାଗି ପାଇକ ବୀରଙ୍କ ବୀରତ୍ୱ, ଶୌଯ୍ୟ, ଐତିହାସିକ ସଂଗ୍ରାମ ରହିଥିଲା। ଏହାର ୨ଶହ ବର୍ଷ ପୂର୍ତ୍ତି ଅବସରରେ ତତ୍‌କାଳନୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲୀ ବିଜ୍ଞାନ ଭବନରେ ଏହାକୁ ଏକ ସ୍ବରରେ ସ୍ବୀକାର କରିଥିଲେ। ତତ୍କାଳୀନ ରାଷ୍ଟ୍ରପତି ପାଇକ ବୀରଙ୍କ ବୀରତ୍ୱର ପ୍ରଶଂସା କରିଥିଲେ। ଏବେ ପୁଣି ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ମନା କରୁଛନ୍ତି। କେନ୍ଦ୍ରର ଏଭଳି ନିଷ୍ପତ୍ତି ସାରା ଓଡ଼ିଶାବାସୀଙ୍କୁ କୁଠାରାଘାତ କରଛି।
-ଭୀମସେନ ପ୍ରଧାନ, ଶିକ୍ଷାବିତ୍‌

ପୁଣି ଥରେ ପୁନର୍ବିଚାର ଆବଶ୍ୟକ ରହିଛି
୧୮୦୪ରେ ଜୟୀ ରାଜଗୁରୁ, ୧୮୧୭ରେ ବକ୍ସିଙ୍କ ନେତୃତ୍ୱରେ ବିଟ୍ରିଶ ବିରୋଧରେ ପାଇକମାନେ ସଂଗ୍ରାମ କରିଥିଲେ। ଶତାଧିକ ପାଇକ ଏଥିରେ ସାମିଲ ହୋଇଥିବାରୁ ଏହାକୁ ବିଦ୍ରୋହ ବୋଲି କୁହାଯାଇଥିଲା। ଏହାର ୪୦ବର୍ଷ ପରେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଏହି ସଂଗ୍ରାମ ବ୍ରିଟିଶ ସରକାରଙ୍କ ଥରହର କରିଦେଇଥିଲା। ଏହି ଦୃଷ୍ଟିକୋଣରୁ ଖୋର୍ଦ୍ଧା ପାଇକ ବିଦ୍ରୋହ ହେଉଛି ଏକ ସ୍ବାଧୀନତା ଆନ୍ଦୋଳନର ଏକ ଗୌରବମୟ ଇତିହାସ। ପୁଣି ଥରେ ଏହାର ପୁନର୍ବିଚାର ଆବଶ୍ୟକତା ରହିଛି।-ଦିଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri