ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ନ ମିଳିବା ପ୍ରସଙ୍ଗ: ପୁନର୍ବିଚାର ଦାବି

ଖୋର୍ଦ୍ଧା ଅଫିସ,୫ା୧୨: ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ନୁହେଁ ବୋଲି ଗୁରୁବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡି ରାଜ୍ୟ ସଭାରେ କହିଛନ୍ତି।ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ(ଆଇସିଏଚ୍‌ଆର୍‌)ରୁ ମିଳିଥିବା ରିପୋର୍ଟ ଅନୁଯାୟୀ ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ଯୁଦ୍ଧ କୁହାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ରେଡ୍ଡୀ କହିବା ସହ ଓଡ଼ିଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଏନେଇ ଅସନ୍ତୋଷ ବଢ଼ୁଥିବାବେଳେ ଏହାର ପୁନର୍ବିଚାର ଲାଗି ଦାବି ହେଉଛି।

ପାଇକ ବୀରଙ୍କ ପ୍ରତି କୁଠାରାଘାତ ସଦୃଶ
ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପାଳନ କରାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଉଦ୍‌ଘାଟନ କରିବା ସହ ଏକ ବର୍ଷ ବ୍ୟାପୀ ବିଭିନ୍ନ ସଭା, ସମିତି, ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ୨୦୧୯ ଡିସେମ୍ବର ୮ରେ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ଏନସିଆରଟି ପାଠ୍ୟପୁସ୍ତକରେ ମଧ୍ୟ ଏହା ସ୍ଥାନ ପାଇଛି। ଏବେ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ବିଟ୍ରିଶ ବିରୋଧରେ ଲଢ଼ି ଆତ୍ମବଳି ଦେଇଥିବା ପାଇକ ବୀରଙ୍କ ପ୍ରତି କୁଠାରାଘାତ କରିଛନ୍ତି।
-କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ, ସମ୍ପାଦକ କଳିଙ୍ଗ ପାଇକ ସଙ୍ଗଠନ

ପୁଣି ପାଇକ ବିଦ୍ରୋହ ସମ୍ପର୍କିତ ରିପୋର୍ଟ ଦାଖଲ କର
୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ବିଟ୍ରିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ୧୮୧୭ରେ ବକ୍ସିଙ୍କ ନେତୃତ୍ୱରେ ଏହା ଉଗ୍ରରୂପ ଧାରଣ କରିଥିଲା। ଚାରିଆଡେ ପାଇକ ବୀରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହାର ଭୟାବହତା ଉପରେ ଇଂରେଜ ଐତିହାସିକ ଜର୍ଜ ଟଏନବି ତାଙ୍କ ଦ୍ୱାରା ଲିଖିତ ଓଡ଼ିଶା ଇତିହାସ ପୁସ୍ତକରେ ନିଜେ ସ୍ବୀକାର କରିଛନ୍ତି। ତେଣୁ ରାଜ୍ୟର ସମସ୍ତ ଐତିହାସିକ, ଗବେଷକ, ସାହିତି୍ୟକ, ଲେଖକ ଏକାଠି ହୋଇ ପୁଣି ଥରେ ପାଇକ ବିଦ୍ରୋହ ସମ୍ପର୍କରେ ତଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ପଡିବ, ଯାହା ଦ୍ୱାରା ଏହାର ଗୌରବ ବୃଦ୍ଧି ପାଇବ।
-ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ,ଐତିହ୍ୟ ଗବେଷକ

ପାଇକଙ୍କ ଲାଗି ଏ ମାଟି ଧନ୍ୟ
ପାଇକ ବିଦ୍ରୋହ ଥିଲା ବିଟ୍ରିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ। ପାଇକଙ୍କ ଯୋଗୁ ଏ ମାଟି ଧନ୍ୟ ହୋଇଛି। ଦ୍ୱିଶତବାର୍ଷିକୀ ଅବସରରେ ସାରା ଦେଶ ପାଇକ ବିଦ୍ରୋହ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲା। ବ୍ରିଟିଶ ବିରୋଧରେ କେବଳ ଏହା ଏକ ସଂଗ୍ରାମ ନ ଥିଲା ବରଂ ଦେଶମାତୃକା ପ୍ରତି ରହିଥିବା କର୍ତ୍ତବ୍ୟର ଭାବକୁ ପ୍ରକାଶ କରେ। ତେଣୁ ରାଜ୍ୟ ସରକାର ତଥ୍ୟ ସମ୍ବଳିତ ରିପୋର୍ଟ କେନ୍ଦ୍ର ସଂସ୍କୃତି ବିଭାଗକୁ ପ୍ରଦାନ କରନ୍ତୁ। ଯଦ୍ଦ୍ବାରା ପାଇକ ବିଦ୍ରୋହ ମହତ୍ତ୍ୱ ବୃଦ୍ଧି ପାଇବ।
-କ୍ଷୀରୋଧ ପ୍ରସାଦ ମହାନ୍ତି, ପୂର୍ବତନ କୁଳପତି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ,

ପାଇକଙ୍କ ବଳିଦାନ ଅତୁଳନୀୟ
ପାଇକ ବିଦ୍ରୋହ ବିଟ୍ରିଶ ଶାସନ ବିରୋଧରେ ସଶସ୍ତ ସଂଗ୍ରାମର ମୂଳଦୁଆ ପକାଇଥିଲା। ପାଇକଙ୍କ ବୀରତ୍ୱ, ସୌର୍ଯ୍ୟ ଆଗରେ ବିଟ୍ରିଶ ମଥା ନୁଆଁଇଥିଲେ। ନିଜ ମାଟିର ସୁରକ୍ଷା ପାଇଁ ପାଇକଙ୍କ ବଳିଦାନ, ତ୍ୟାଗ, ନିଷ୍ଠା ଅତୁଳନୀୟ। ଏହା ଏକ ଜାତୀୟତାବୋଧକୁ ପ୍ରମାଣ କରେ। ପାଇକ ବିଦ୍ରୋହ ସମ୍ପର୍କରେ ପୁଣି ଥରେ ପୁନଃଲିଖନର ଆବଶ୍ୟକ ରହିଛି।
-ନରେନ୍ଦ୍ର ପୃଷ୍ଟି, ସାମାଜିକ କର୍ମୀ

ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା
ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା। ଏ ଜାତି ପାଇକ ବୀରଙ୍କ ବୀରତ୍ୱ ପାଇଁ ସର୍ବଦା ସେମାନଙ୍କ ନିକଟରେ ଚିରଋଣୀ ହୋଇ ରହିବ। ଏହି ଐତିହାସିକ ସଂଗ୍ରାମ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ଏବେ କେନ୍ଦ୍ର ଏହାକୁ ପ୍ରତ୍ୟାଖ୍ୟାନ କରିବା କୋଟି କୋଟି ଓଡ଼ିଆଙ୍କୁ ଶକ୍ତ ଆଘାତ ଲାଗିଛି। ଏ ସମ୍ପର୍କରେ ବିଶଦ ଆଲୋଚନା ହେବା ଆବଶ୍ୟକ।
-ଅଜିତ୍‌ ପଟ୍ଟନାୟକ, ସଭାପତି, ଖୋର୍ଦ୍ଧା ଓକିଲ ସଂଘ

ଓଡ଼ିଶା ପ୍ରତି ଅବହେଳା କରାଯାଉଛି
୧୮୧୭ ମସିହାରେ ବିଟ୍ରିଶ ସାମ୍ରାଜ୍ୟର ମୂଳୋତ୍ପାଟନ ଲାଗି ପାଇକ ବୀରଙ୍କ ବୀରତ୍ୱ, ଶୌଯ୍ୟ, ଐତିହାସିକ ସଂଗ୍ରାମ ରହିଥିଲା। ଏହାର ୨ଶହ ବର୍ଷ ପୂର୍ତ୍ତି ଅବସରରେ ତତ୍‌କାଳନୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲୀ ବିଜ୍ଞାନ ଭବନରେ ଏହାକୁ ଏକ ସ୍ବରରେ ସ୍ବୀକାର କରିଥିଲେ। ତତ୍କାଳୀନ ରାଷ୍ଟ୍ରପତି ପାଇକ ବୀରଙ୍କ ବୀରତ୍ୱର ପ୍ରଶଂସା କରିଥିଲେ। ଏବେ ପୁଣି ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ମନା କରୁଛନ୍ତି। କେନ୍ଦ୍ରର ଏଭଳି ନିଷ୍ପତ୍ତି ସାରା ଓଡ଼ିଶାବାସୀଙ୍କୁ କୁଠାରାଘାତ କରଛି।
-ଭୀମସେନ ପ୍ରଧାନ, ଶିକ୍ଷାବିତ୍‌

ପୁଣି ଥରେ ପୁନର୍ବିଚାର ଆବଶ୍ୟକ ରହିଛି
୧୮୦୪ରେ ଜୟୀ ରାଜଗୁରୁ, ୧୮୧୭ରେ ବକ୍ସିଙ୍କ ନେତୃତ୍ୱରେ ବିଟ୍ରିଶ ବିରୋଧରେ ପାଇକମାନେ ସଂଗ୍ରାମ କରିଥିଲେ। ଶତାଧିକ ପାଇକ ଏଥିରେ ସାମିଲ ହୋଇଥିବାରୁ ଏହାକୁ ବିଦ୍ରୋହ ବୋଲି କୁହାଯାଇଥିଲା। ଏହାର ୪୦ବର୍ଷ ପରେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଏହି ସଂଗ୍ରାମ ବ୍ରିଟିଶ ସରକାରଙ୍କ ଥରହର କରିଦେଇଥିଲା। ଏହି ଦୃଷ୍ଟିକୋଣରୁ ଖୋର୍ଦ୍ଧା ପାଇକ ବିଦ୍ରୋହ ହେଉଛି ଏକ ସ୍ବାଧୀନତା ଆନ୍ଦୋଳନର ଏକ ଗୌରବମୟ ଇତିହାସ। ପୁଣି ଥରେ ଏହାର ପୁନର୍ବିଚାର ଆବଶ୍ୟକତା ରହିଛି।-ଦିଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri