ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା ଓ କାଇତାଲା ରାଜସ୍ବ ମୌଜାର ୫୩୨ଜଣ ସ୍ବତ୍ୱାଧିକାରୀ ଜମି ମାଲିକଙ୍କୁ ପଟ୍ଟା ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା। ଦୀର୍ଘ ବର୍ଷ ଧରି ଏହି ଜମି ମାଲିକମାନେ ତହସିଲ ଅଫିସକୁ ଦୌଡୁଥିଲେ ମଧ୍ୟ ସମସ୍ୟା ସମାଧାନ ବାଟ ଫିଟୁ ନ ଥିଲା। ବିଧାୟକ ଡ. ନାୟକଙ୍କ ହସ୍ତକ୍ଷେପ ପରେ ସ୍ଥିତିବାନ ଜମି ପଟ୍ଟା ମିଳିଲା ବୋଲି ଜମି ମାଲିକମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ନବକୃଷ୍ଣ ଜେନା, ଉପ ଜିଲାପାଳ ଅରୁଣ କୁମାର ନାୟକ, ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ରାଜସ୍ବ ନିରୀକ୍ଷକ ଦେବେନ୍ଦ୍ର ସାହୁ, ଭାଜପା ନେତା ସରୋଜକାନ୍ତ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share