Posted inଫୁରସତ

ଏଲନ କେମିତି ହୋଇଥିଲେ ଟୁଇଟର ମାଲିକ ଜାଣନ୍ତି…

ଇଲେକ୍ଟ୍ରିକ କାର୍‌ ନିର୍ମାତା ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ବର୍ତ୍ତମାନ ଟୁଇଟରର ମାଲିକ ହୋଇଛନ୍ତି। ଏଲନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଗଣା। ଯାହାଙ୍କ ସମ୍ପତ୍ତି ମୂଲ୍ୟ ୩ ଶହ ବିଲିୟନ ଡଲାର ଅଟେ। ଚଳିତ ବର୍ଷ ମାର୍ଚ୍ଚରେ ସେ ଟୁଇଟର ପରି ଏକ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ କିଣିବା ପାଇଁ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଏହା ପରେ ମସ୍କ ଟୁଇଟରରେ ନିରାଶ ହୋଇଥିଲେ। ଏହି ଚୁକ୍ତିରେ ଏକ ନାଟକୀୟ ପରିବର୍ତ୍ତନ ଆସିଥିଲା, ଯେତେବେଳେ ମସ୍କ ପୁଣି ଟୁଇଟର ଚୁକ୍ତିରେ ରାଜି ହୋଇଥିଲେ। ଏହି ବିଷୟଟି ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ଜାଣନ୍ତୁ ସେ ସମ୍ପର୍କରେ…

ଏପ୍ରିଲ ୧୪ରେ ମସ୍କ ସର୍ବସାଧାରଣରେ ଘୋଷଣା କରିଥିଲେ ଯେ, ସେ ଟୁଇଟର କିଣିବାକୁ ଚାହୁଁଛନ୍ତି। ମସ୍କରେ ଏଥିପାଇଁ ଟୁଇଟର କମ୍ପାନୀକୁ ୪୪ ବିଲିୟନ ଡଲାର ଅଫର ଦିଆଯାଇଥିଲା। ପ୍ରାରମ୍ଭରେ ଟୁଇଟର ବୋର୍ଡ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲା। ପୁଣି ଏକ ନାଟକୀୟ ମୋଡ଼ରେ ଟୁଇଟର ବୋର୍ଡ ୨୫ ଏପ୍ରିଲରେ ଘୋଷଣା କରିଥିଲା, ଏହା ମସ୍କଙ୍କ ପ୍ରସ୍ତାବକୁ ଗ୍ରହଣ କରିଛି। ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପାଇଁ ଚୁକ୍ତି ଶେଷ ହୋଇଥିଲା। ଏହା ପରେ ମସ୍କ ଉତ୍ସାହିତ ହୋଇଥିଲେ।

ତେବେ ଡିଲର ତିନିମାସ ପରେ ମସ୍କ ପୁଣି ଥରେ ଟୁଇଟର ପ୍ରତି ଆଗ୍ରହ ହରାଇଲେ। ଜୁଲାଇରେ ଏହି ଡିଲ ପ୍ରାୟ ବାତିଲ ହେବାକୁ ଯାଉଥିଲା। ଜୁଲାଇ ୮ରେ, ମସ୍କ ଘୋଷଣା କରିଥିଲେ ଯେ, ସେ ଏହି ଚୁକ୍ତିରୁ ଓହରିଯିବାକୁ ଚାହୁଁଛନ୍ତି। ମସ୍କଙ୍କ ପଦକ୍ଷେପ ପରେ ଟୁଇଟର ମଧ୍ୟ ଏହାର ପ୍ରତିଶୋଧ ନେଇଛି। ଟୁଇଟର ମ୍ୟାନେଜମେଣ୍ଟ କହିଛି, ସର୍ତ୍ତ ଅନୁଯାୟୀ, ମସ୍କ ବର୍ତ୍ତମାନ କମ୍ପାନୀ କିଣିବାକୁ ଆଇନଗତ ଭାବେ ବାଧ୍ୟ ହୋଇଛନ୍ତି। ଏହି ଡିଲରୁ ଫେରିବା ପାଇଁ ମସ୍କଙ୍କ କୌଣସି ବିକଳ୍ପ ନ ଥିଲା। ଶେଷରେ ମସ୍କ ଟୁଇଟର କିଣିବାକୁ ରାଜି ହୋଇଥିଲେ। ମସ୍କ ନିଜେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ ନିଜକୁ ଟୁଇଟର ମୁଖ୍ୟ ବୋଲି କହିଥିଲେ। ପକ୍ଷୀ ବର୍ତ୍ତମାନ ମୁକ୍ତ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri