ରାସ୍ତା ନିର୍ମାଣ ପାଇଁ ଜମି ଛାଡ଼ିବାକୁ ରାଜିହେଲେ ମାଲିକ

କୁଜଙ୍ଗ ୧୮।୨ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆରୁ ଇବ୍ରିସିଂ ୭ କି.ମି. ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ବାଲଙ୍ଗ ପର୍ଯ୍ୟନ୍ତ ୩ କି.ମି. ରାସ୍ତା ନିର୍ମାଣରେ ବାଧକ ସାଜୁଥିବା ଘରୋଇ ଜମି ସମସ୍ୟାର ସମାଧାନ ହୋଇଯାଇଛି। ଗ୍ରାମ ଉନ୍ନୟନ ବିଭାଗ ଉପଦେଷ୍ଟାଙ୍କ ହସ୍ତକ୍ଷେପ ପରେ କିଛି ଜମି ଛାଡିବାକୁ ମାଲିକମାନେ ରାଜି ହୋଇଛନ୍ତି।
ପ୍ରକାଶଯେ ଉକ୍ତ ୨ ରାସ୍ତାର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଯଥାକ୍ରମେ ୫ କୋଟି ୫୪ଲକ୍ଷ ଓ ୧କୋଟି ୬୭ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଟେଣ୍ଡର ହୋଇଥିଲା। କାର୍ଯ୍ୟାଦେଶ ପାଇଲାପରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଦେଖିବାକୁ ପାଇଲେ କିଛି ସ୍ଥାନରେ ରାସ୍ତାର ଚଉଡା ନିମନ୍ତେ ଘରୋଇ ଜମି ଉପରେ ନିର୍ଭର କରିବାକୁ ପଡୁଛି ା ମାତ୍ର ଜମି ମାଲିକମାନେ ତାଙ୍କ ଯାଗାକୁ ଚଢ଼ାଇ ରାସ୍ତା ଯାଉ ବୋଲି ଚାହୁଁ ନ ଥିଲେ ା ଯାହାଫଳରେ ରାସ୍ତା କାମ ଆରମ୍ଭ ହୋଇପାରୁ ନ ଥିଲା ା ଖବରପାଇ ଗ୍ରାମ ଉନ୍ନୟନ ବିଭାଗ ଉପଦେଷ୍ଟା ସବିତା ମହାପାତ୍ର, ଜଗତ୍‌ସିଂହପୁର ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟନ୍ତ କୁମାର ପୃଷ୍ଟି ବାଲଙ୍ଗରେ ପହଁଚି ଜନସାଧାରଣ ଓ ଜମିମାଲିକଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣ ନିମନ୍ତେ ପଥ ପରିଷ୍କାର କରିଛନ୍ତି ା ଏହ ଇବସରରେ ଉପଦେଷ୍ଟା ମହାପାତ୍ର କହିଥିଲେ, ରାଜ୍ୟ ସରକାର ଆମର ଯାତାୟତ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି ା ଯଦି ଆମେ ଏ ସୁଯୋଗ ହାତଛଡା କରିବା ଭବିଷ୍ୟତରେ ଆମକୁ ଭାବିବାକୁ ପଡିବ ା ଯେଉଁମାନଙ୍କର ୧ଫୁଟ କି ଦୁଇ ଫୁଟ ଜାଗାଯାଉଛି ସେମାନେ ସର୍ବସାଧାରଣଙ୍କ ଗମନା ଗମନ ନିମନ୍ତେ ଊତ୍ସର୍ଗ କଲେ ଆମ ଜନ୍ମ ଭୁମି ଆଲୋକିତ ହେବ ା ଏହାପରେ ସମସ୍ତେ ରାସ୍ତା ନିର୍ମାଣ ପାଇଁ ସହଯୋଗ କରିବେ ବୋଲି କହିଛନ୍ତି। ଉକ୍ତ ଆଲୋଚନାରେ ଜନସାଧାଣଙ୍କ ସମେତ ପୂର୍ବତନ ସରପଞ୍ଚ ନନ୍ଦିନୀ ପଣ୍ଡା ଓ ଅଜୟ ମହାନ୍ତି ପ୍ରମୁଖ ଭାଗ ନେଇଥିଲେ ା