ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି ୩୨୭୬ନମ୍ବର୍ ବିଶିଷ୍ଟ ହାଇଓ୍ବା ରାସ୍ତା୍କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଛି। ଜିମ୍ପସନ ସବୁ ବିଲ ଭିତରେ ପଡ଼ିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ପାରାଦୀପରୁ ରିମୁଳି ଅଭିମୁଖେ ଯାଉଥିବା ଜିମ୍ପସନ ବୋଝେଇ ହାଇୱା ଗାଡ଼ି ଟି କୁଆପଶି ରାଇସିମିଲ ପୋଖରୀ ନିକଟରେ ବିଦ୍ୟୁତ୍ଖୁଣ୍ଟକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।