କାର୍ଯ୍ୟକାରୀ ହେଉନି କୋର୍ଟଙ୍କ ନିର୍ଦ୍ଦେଶ

ନବରଙ୍ଗପୁର,୧ା୫(ବି.ପ୍ର.): ନବରଙ୍ଗପୁର ସହରରେ ଗୋରାମୁଣ୍ଡା, ନୂଆବନ୍ଧ ଓ ପ୍ରତାପ ସାଗର ଏପରି ୩ଟି ଜଳାଶୟ ରହିଛି। ଏହାକୁ ବାଦ ଦେଲେ ସହରର ସୌନ୍ଦର୍ଯକରଣ ଅସମ୍ପୂର୍ଣ୍ଣ ହେବ। ଜଳାଶୟଗୁଡିକୁ ସୌନ୍ଦର୍ଯ୍ୟକରଣ ସହ ଓ ବିପଦମୁକ୍ତ କରିବାକୁ ସ୍ଥାନୀୟ ଜନ କଲ୍ୟାଣ ଅନୁଷ୍ଠାନ ଗୋବିନ୍ଦାଳୟ ୨୦୧୭ରୁ ଡିସେମ୍ବରରୁ ଲଢେଇ ଆରମ୍ଭ କରିଛି । ଏହି ୩ ପ୍ରମୁଖ ପୋଖରୀର ଊନ୍ନତି ପାଇଁ ନବରଙ୍ଗପୁର ପୌରପାଳିକାକୁ ନିର୍ଦ୍ଦେଶ ଦେବାକୁ ଜନସାର୍ଥ ମାମଲା ଉପଜିଲାପାଳଙ୍କ କୋର୍ଟରେ ଦାୟର କରାଗଲା। ମାସ ମାସ ଧରି ଫାଇଲ ପଡ଼ିରହିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଗୋବିନ୍ଦାଳୟକୁ ପୌରପାଳିକା ଓ ପ୍ରଶାସନିକ ଯୋଜନାରେ ହସ୍ତକ୍ଷେପ କରିବାର ଆରୋପ ସହିବାକୁ ପଡିଲା । ଉପଜିଲାପାଳଙ୍କ ଜନସ୍ବାର୍ଥ ମାମଲା ଶୁଣିବାର କ୍ଷମତା ବାବଦରେ ବିି ପ୍ରଶ୍ନ ଉଠିଲା। ପରେ ଗୋବିନ୍ଦାଳୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଯାଇଥିଲା। ଜିଲା ପ୍ରଶାସନକୁ ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିବା ପାଇଁ ୨୦୧୮ରେ ଜୁଲାଇ ସେଠାରୁ ନିର୍ଦ୍ଦେଶ ଆସିଲା। ଉପଜିଲାପାଳଙ୍କ କୋର୍ଟରେ ମାମଲା ଆରମ୍ଭ ହେଲା। ଅନେକ ତଥ୍ୟ ପ୍ରସ୍ତୁତ କରି ଜମା କଲା ଗୋବିନ୍ଦାଳୟ I ଜଳାଶୟଗୁଡିକର ପାର୍ଶ୍ୱ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ହେଉଥିବା ଦୁର୍ଘଟଣାର ବିବରଣୀ ଦିଆଗଲା କୋର୍ଟକୁ। ଗୋବିନ୍ଦାଳୟ ଦାୟର କରିଥିବା ଜନସ୍ବାର୍ଥ ମାମଲା ଖାରଜ କରିବା ପାଇଁ ପୌରପାଳିକା ଓକିଲ ନିୟୋଜିତ କଲା। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲା ନିଶ୍ଚିତ ଭାବେ ଜନସ୍ବାର୍ଥ ମାମଲା ବୋଲି ଘୋଷଣା କଲେ । ମାସକ ମଧ୍ୟରେ ଜଳାଶୟଗୁଡିକର ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ୨୦୧୮ ଅଗଷ୍ଟରେ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ। ପୌରପାଳିକା କୋର୍ଟ ନିର୍ଦ୍ଦେଶକୁ ଖାତିର କଲାନାହିଁ।  ଅନ୍ୟପକ୍ଷରେ କୋର୍ଟ କିରାଣୀ ଗୋବିନ୍ଦାଳୟ ମାମଲାକୁ ଆଉ କୋର୍ଟ ଶୁଣାଣି ପାଇଁ ତାଲିକାଭୁକ୍ତ କଲେନି। ଫାଇଲ କୁଆଡେ ହଜିଗଲା ବୋଲି କୁହାଗଲା। ୨୦୨୨ରେ ଗୋବିନ୍ଦାଳୟ ପ୍ରତିଷ୍ଠାତା ସାନମୁଗା ପାତ୍ର ତତ୍କାଳୀନ ଉପଜିଲାପାଳଙ୍କୁ ମାମଲାକୁ ଯୁକ୍ତିଯୁକ୍ତ ଭାବେ ଆଗକୁ ବଢ଼ାଇବା ପାଇଁ ଅନୁରୋଧ କଲେ। ପୁଣି ଶୁଣାଣି ଆରମ୍ଭ ହେଲା। ୨୦୨୨ ଜୁଲାଇ ୭ ତାରିଖରେ କୋର୍ଟ ପୌରପାଳିକାକୁ ୨୦୧୮ର ନିର୍ଦ୍ଦେଶକୁ ୧ ମାସ ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ। ନିର୍ଦ୍ଧାରିତ ସମୟ ସୀମା ଭିତରେ ପୌରପାଳିକାକୁ ଆଦେଶ ପାଳନ ନ କଲେ ଧାରା ୧୩୬ ଅନୂଯାୟୀ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଦେଶ ରହିଥିଲା। ଉଲ୍ଲଘନକରୀଙ୍କୁ ୬ ମାସ ପର୍ଯ୍ୟନ୍ତ କାରାଗାର ଦଣ୍ଡ ଦିଆଯିବାର ସମ୍ଭାବନା ରହିଛି। ଜନସାର୍ଥ ମାମଲା ବାବଦରେ ନବରଙ୍ଗପୁରବାସୀଙ୍କ ମଧ୍ୟରେ ସଚେତନତା ଅଭାବରୁ, ଗୋବିନ୍ଦାଳୟର ଅନନ୍ୟ ପ୍ରୟାସ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଲା ନାହିଁ। ପୌରପାଳିକା ଓ କ୍ଷମତାସୀନ ଉପଜିଲାପାଳ କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅର୍ଡର ଅଣଦେଖା କରିଥିବାରୁ, ସନମୁଗ ପାତ୍ର ଗତ ଜାନୁୟାରୀ ୨ ତାରିଖରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗୁହାରୀ କଲେ। ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଲେ। ଉପଜିଲାପାଳଙ୍କୁ ତଦନ୍ତ ଭାର ଦେଇ ମାସକ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଲେ। ତେବେ ତାହା ପୁଣି ପଡ଼ି ରହିଲା। ଗୋବିନ୍ଦାଳୟ ନିଜ ଅଭିଯୋଗ ପାଇଁ ହେଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ କିଛି ଜାଣି ପାରିଲାନି। ଗତ ମାର୍ଚ୍ଚରେ ପୁଣି ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯିବାକୁ ପଡ଼ିଲା। ଏଥିରେ ଅତିରିକ୍ତ ଜିଲାପାଳଙ୍କୁ ତଦନ୍ତ ଭାର ଦେଇ ମାସକ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଗଲା। ତଥାପି ଏ ଯାଏ ସୁଫଳ ମିଳଲାନି। ଜନସାର୍ଥ ମାମଲାରେ କୋର୍ଟ ଦେଇଥିବା ଅର୍ଡର ର୍ନିର୍ଦ୍ଦିଷ୍ଟ ସମୟରେ ପାଳନ ନ କରିବା ବାବଦରେ ପ୍ରଶାସନ କ’ଣ ପଦେକ୍ଷପ ନେଇଛି ଗୋବିନ୍ଦାଳୟ ବା ନବରଙ୍ଗପୁରବାସୀଙ୍କୁ କୌଣସି ସୂଚନା ପାଇନାହାନ୍ତି। ଇତିମଧ୍ୟରେ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶକୁ ଅଣଦେଖା କରି ସରକାରୀ ଯୋଜନା ମାଧ୍ୟମରେ ହେବାକୁ ଥିବା କିଛି ଜଳାଶୟ ଉନ୍ନୟନ କାମକୁ ନେଇ ପୌରପାଳିକା ନିଜ ପାରିବା ପଣିଆ ଦେଖାଇବାରେ ବ୍ୟସ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri