କାର୍ଯ୍ୟକାରୀ ହେଉନି କୋର୍ଟଙ୍କ ନିର୍ଦ୍ଦେଶ

ନବରଙ୍ଗପୁର,୧ା୫(ବି.ପ୍ର.): ନବରଙ୍ଗପୁର ସହରରେ ଗୋରାମୁଣ୍ଡା, ନୂଆବନ୍ଧ ଓ ପ୍ରତାପ ସାଗର ଏପରି ୩ଟି ଜଳାଶୟ ରହିଛି। ଏହାକୁ ବାଦ ଦେଲେ ସହରର ସୌନ୍ଦର୍ଯକରଣ ଅସମ୍ପୂର୍ଣ୍ଣ ହେବ। ଜଳାଶୟଗୁଡିକୁ ସୌନ୍ଦର୍ଯ୍ୟକରଣ ସହ ଓ ବିପଦମୁକ୍ତ କରିବାକୁ ସ୍ଥାନୀୟ ଜନ କଲ୍ୟାଣ ଅନୁଷ୍ଠାନ ଗୋବିନ୍ଦାଳୟ ୨୦୧୭ରୁ ଡିସେମ୍ବରରୁ ଲଢେଇ ଆରମ୍ଭ କରିଛି । ଏହି ୩ ପ୍ରମୁଖ ପୋଖରୀର ଊନ୍ନତି ପାଇଁ ନବରଙ୍ଗପୁର ପୌରପାଳିକାକୁ ନିର୍ଦ୍ଦେଶ ଦେବାକୁ ଜନସାର୍ଥ ମାମଲା ଉପଜିଲାପାଳଙ୍କ କୋର୍ଟରେ ଦାୟର କରାଗଲା। ମାସ ମାସ ଧରି ଫାଇଲ ପଡ଼ିରହିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଗୋବିନ୍ଦାଳୟକୁ ପୌରପାଳିକା ଓ ପ୍ରଶାସନିକ ଯୋଜନାରେ ହସ୍ତକ୍ଷେପ କରିବାର ଆରୋପ ସହିବାକୁ ପଡିଲା । ଉପଜିଲାପାଳଙ୍କ ଜନସ୍ବାର୍ଥ ମାମଲା ଶୁଣିବାର କ୍ଷମତା ବାବଦରେ ବିି ପ୍ରଶ୍ନ ଉଠିଲା। ପରେ ଗୋବିନ୍ଦାଳୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଯାଇଥିଲା। ଜିଲା ପ୍ରଶାସନକୁ ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିବା ପାଇଁ ୨୦୧୮ରେ ଜୁଲାଇ ସେଠାରୁ ନିର୍ଦ୍ଦେଶ ଆସିଲା। ଉପଜିଲାପାଳଙ୍କ କୋର୍ଟରେ ମାମଲା ଆରମ୍ଭ ହେଲା। ଅନେକ ତଥ୍ୟ ପ୍ରସ୍ତୁତ କରି ଜମା କଲା ଗୋବିନ୍ଦାଳୟ I ଜଳାଶୟଗୁଡିକର ପାର୍ଶ୍ୱ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ହେଉଥିବା ଦୁର୍ଘଟଣାର ବିବରଣୀ ଦିଆଗଲା କୋର୍ଟକୁ। ଗୋବିନ୍ଦାଳୟ ଦାୟର କରିଥିବା ଜନସ୍ବାର୍ଥ ମାମଲା ଖାରଜ କରିବା ପାଇଁ ପୌରପାଳିକା ଓକିଲ ନିୟୋଜିତ କଲା। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲା ନିଶ୍ଚିତ ଭାବେ ଜନସ୍ବାର୍ଥ ମାମଲା ବୋଲି ଘୋଷଣା କଲେ । ମାସକ ମଧ୍ୟରେ ଜଳାଶୟଗୁଡିକର ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ୨୦୧୮ ଅଗଷ୍ଟରେ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ। ପୌରପାଳିକା କୋର୍ଟ ନିର୍ଦ୍ଦେଶକୁ ଖାତିର କଲାନାହିଁ।  ଅନ୍ୟପକ୍ଷରେ କୋର୍ଟ କିରାଣୀ ଗୋବିନ୍ଦାଳୟ ମାମଲାକୁ ଆଉ କୋର୍ଟ ଶୁଣାଣି ପାଇଁ ତାଲିକାଭୁକ୍ତ କଲେନି। ଫାଇଲ କୁଆଡେ ହଜିଗଲା ବୋଲି କୁହାଗଲା। ୨୦୨୨ରେ ଗୋବିନ୍ଦାଳୟ ପ୍ରତିଷ୍ଠାତା ସାନମୁଗା ପାତ୍ର ତତ୍କାଳୀନ ଉପଜିଲାପାଳଙ୍କୁ ମାମଲାକୁ ଯୁକ୍ତିଯୁକ୍ତ ଭାବେ ଆଗକୁ ବଢ଼ାଇବା ପାଇଁ ଅନୁରୋଧ କଲେ। ପୁଣି ଶୁଣାଣି ଆରମ୍ଭ ହେଲା। ୨୦୨୨ ଜୁଲାଇ ୭ ତାରିଖରେ କୋର୍ଟ ପୌରପାଳିକାକୁ ୨୦୧୮ର ନିର୍ଦ୍ଦେଶକୁ ୧ ମାସ ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ। ନିର୍ଦ୍ଧାରିତ ସମୟ ସୀମା ଭିତରେ ପୌରପାଳିକାକୁ ଆଦେଶ ପାଳନ ନ କଲେ ଧାରା ୧୩୬ ଅନୂଯାୟୀ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଦେଶ ରହିଥିଲା। ଉଲ୍ଲଘନକରୀଙ୍କୁ ୬ ମାସ ପର୍ଯ୍ୟନ୍ତ କାରାଗାର ଦଣ୍ଡ ଦିଆଯିବାର ସମ୍ଭାବନା ରହିଛି। ଜନସାର୍ଥ ମାମଲା ବାବଦରେ ନବରଙ୍ଗପୁରବାସୀଙ୍କ ମଧ୍ୟରେ ସଚେତନତା ଅଭାବରୁ, ଗୋବିନ୍ଦାଳୟର ଅନନ୍ୟ ପ୍ରୟାସ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଲା ନାହିଁ। ପୌରପାଳିକା ଓ କ୍ଷମତାସୀନ ଉପଜିଲାପାଳ କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅର୍ଡର ଅଣଦେଖା କରିଥିବାରୁ, ସନମୁଗ ପାତ୍ର ଗତ ଜାନୁୟାରୀ ୨ ତାରିଖରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗୁହାରୀ କଲେ। ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଲେ। ଉପଜିଲାପାଳଙ୍କୁ ତଦନ୍ତ ଭାର ଦେଇ ମାସକ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଲେ। ତେବେ ତାହା ପୁଣି ପଡ଼ି ରହିଲା। ଗୋବିନ୍ଦାଳୟ ନିଜ ଅଭିଯୋଗ ପାଇଁ ହେଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ କିଛି ଜାଣି ପାରିଲାନି। ଗତ ମାର୍ଚ୍ଚରେ ପୁଣି ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯିବାକୁ ପଡ଼ିଲା। ଏଥିରେ ଅତିରିକ୍ତ ଜିଲାପାଳଙ୍କୁ ତଦନ୍ତ ଭାର ଦେଇ ମାସକ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଗଲା। ତଥାପି ଏ ଯାଏ ସୁଫଳ ମିଳଲାନି। ଜନସାର୍ଥ ମାମଲାରେ କୋର୍ଟ ଦେଇଥିବା ଅର୍ଡର ର୍ନିର୍ଦ୍ଦିଷ୍ଟ ସମୟରେ ପାଳନ ନ କରିବା ବାବଦରେ ପ୍ରଶାସନ କ’ଣ ପଦେକ୍ଷପ ନେଇଛି ଗୋବିନ୍ଦାଳୟ ବା ନବରଙ୍ଗପୁରବାସୀଙ୍କୁ କୌଣସି ସୂଚନା ପାଇନାହାନ୍ତି। ଇତିମଧ୍ୟରେ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶକୁ ଅଣଦେଖା କରି ସରକାରୀ ଯୋଜନା ମାଧ୍ୟମରେ ହେବାକୁ ଥିବା କିଛି ଜଳାଶୟ ଉନ୍ନୟନ କାମକୁ ନେଇ ପୌରପାଳିକା ନିଜ ପାରିବା ପଣିଆ ଦେଖାଇବାରେ ବ୍ୟସ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri