ବିରୋଧୀଙ୍କ ରଣନୀତି ବିଜେଡିକୁ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ,୭ା୨: ଜଗତ୍‌ସିଂହପୁର ଜିଲାରେ ୨୦୧୭ ନିର୍ବାଚନ ବେଳେ ୨୬ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ କଂଗ୍ରେସ ବାଲିକୁଦା ବ୍ଲକର ୧ନଂ. ଜୋନ୍‌ ଜିତି ଥିଲା। ସେତେବେଳେ ପ୍ରଥମେ ବିଜେଡି ପ୍ରାର୍ଥୀ ଜିତି ଥିବା ପ୍ରଚାର ହୋଇଥିଲା। କିନ୍ତୁ ପରେ କଂଗ୍ରେସ ପ୍ରାର୍ଥୀ ୭୮୩ ଖଣ୍ଡ ଭୋଟ ବ୍ୟବଧାନରେ ଜିତିବା ଖବର ନିଆରା ପରିବେଶ ସୃଷ୍ଟି କରିଥିଲା। ଏବେ ମଧ୍ୟ ଏହି ଜୋନ୍‌ରେ ରାଜନୈତିକ ପରିବେଶ ଉଷ୍ମ ରହିଛି। ଜୋନ୍‌ରେ ବିଜେଡି, ଭାଜପା, କଂଗ୍ରେସ ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି। କିନ୍ତୁ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ୍ଡା ମୁକାବିଲା ହେଉଥିବା ବେଳେ ଭାଜପା ମଧ୍ୟ ପଛରେ ପଡିନାହିଁ। ବିଜେଡି ଗୋଷ୍ଠୀ କନ୍ଦଳର ଫାଇଦା ନେବାକୁ କଂଗ୍ରେସ ଓ ଭାଜପା ପ୍ରାର୍ଥୀମାନେ ଦମ୍‌ ଲଗାଇ ଦେଇଛନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି।
ବାଲିକୁଦା ୧ନଂ. ଜୋନ୍‌ ଗତଥର ଅଣସଂରକ୍ଷିତ ଥିଲା। ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନ୍‌ ଗରାମ, ଇଚ୍ଛାପୁର, ସଂଗ୍ରାମପୁର, କାଳିଓ, କୃଷ୍ଣଦାସପୁର, ଅଳାବୋଳ ଓ ଅରିଲୋ ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନ୍‌ରେ ଭୋଟର ସଂଖ୍ୟା ୩୧,୧୭୯ ଥିଲା। କିନ୍ତୁ ଏଥର ଅଧିକ ୧୬୦୦ ଯୋଡି ହୋଇଛନ୍ତି। ଯାହାଦ୍ୱାରା ମୋଟ ଭୋଟର ସଂଖ୍ୟା ୩୨,୭୭୯ରେ ପହଞ୍ଚତ୍ଛି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଜଣାଯାଏ, ଏହି ଜୋନ୍‌ରୁ କଂଗ୍ରେସ ପ୍ରାର୍ଥୀ ମହନି ଚରଣ ରାଉତଙ୍କୁ ୩୬.୪୩%, ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ୩୩.୯୨%, ଭାଜପାର ଅଶେଷ କୁମାର ଘୋଷଙ୍କୁ ୬.୧୨% ଭୋଟ ମିଳିଥିଲା।
ବାଲିକୁଦା ବ୍ଲକ ଅଞ୍ଚଳରେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ନେତାମାନେ ଚାପରେ ରହୁଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ୨୦୧୭ ନିର୍ବାଚନ ଫଳାଫଳ ଦୋହରାଇବାକୁ ଉଦ୍ୟମ କରୁଛନ୍ତି। ମାତ୍ର ବାଲିକୁଦା-ଏରସମା ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଣେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଭାଜପା ମଧ୍ୟ ପୂରା ଦମ୍‌ ଲଗାଇ ଦେଇଛି। ତେଣୁ ଉଭୟ ଦଳର ନେତାମାନେ ନୂଆ ରଣନୀତି ଆପଣାଉଛନ୍ତି। ଏଥର କଂଗ୍ରେସରୁ ସ୍ବର୍ଣ୍ଣପ୍ରଭା ଭୋଳ, ବିଜେଡିରୁ ଡଲି ପଣ୍ଡା, ଭାଜପାରୁ ସସ୍ମିତା ସ୍ବାଇଁ ଓ ବିଏସ୍‌ପିରୁ ଗାୟତ୍ରୀ ରାଉତ ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ସ୍ବାଇଁ କହିଛନ୍ତି, ତାଙ୍କ ସ୍ବାମୀ ଶୁଭେନ୍ଦୁ ଭୋଳ କୃଷକ ସଙ୍ଗଠନର ଜଣେ ସକ୍ରିୟ କର୍ମକର୍ତ୍ତା। ଭୋଳ ଏହି ଜୋନ୍‌ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ସମିତିସଭ୍ୟ ଥିଲେ। ଅଳାବୋଳ ହେଉଛି ତାଙ୍କ ନିଜ ପଞ୍ଚାୟତ। ଜୋନ୍‌ର ଅଳାବୋଳ ଓ ଅରିଲୋ ପଞ୍ଚାୟତରୁ ଯଥେଷ୍ଟ ଅଧିକ ସମର୍ଥନ ମିଳୁଛି। ସ୍ଥାନୀୟ ସମସ୍ୟା ଓ ପୂର୍ବରୁ ହୋଇଥିବା ଦୁର୍ନୀତିକୁ ସେ ଅସ୍ତ୍ର କରିଛନ୍ତି। ସେ ନୂଆ ମୁହଁ ହୋଇଥିବାରୁ ବର୍ତ୍ତମାନ ସ୍ଥିତିରେ ତାଙ୍କ ସପକ୍ଷରେ ଜନମତ ଅଛି। ୫ଟି ପଞ୍ଚାୟତରେ ପ୍ରଚାର ସରିଥିବାବେଳେ ଅରିଲୋ ଓ କୃଷ୍ଣଦାସପୁରରେ ଖୁବ୍‌ଶୀଘ୍ର ବୁଲି ପ୍ରଚାର କରାଯିବ। ବିଜେଡିର ଗୋଷ୍ଠୀ କନ୍ଦଳ ତାଙ୍କୁ ସୁହାଉଥିବା ସ୍ବାଇଁ କହିଛନ୍ତି। କଂଗ୍ରେସ ନେତା ମହାପାତ୍ର କହିଛନ୍ତି, ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର କରାଯାଇଛି। ଗତଥର କଂଗ୍ରେସ ସମର୍ଥନରେ ଗରାମ, ଇଚ୍ଛାପୁର ଓ କୃଷ୍ଣଦାସପୁର ସରପଞ୍ଚ ପ୍ରାର୍ଥୀମାନେ ଜିତିଥିଲେ। ସଂଗ୍ରାମପୁର ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଥିଲେ। ସେମାନେ ଅଞ୍ଚଳର ଅନେକ ସମସ୍ୟାର ସମାଧାନ କରି ଦଳୀୟ ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିଛନ୍ତି। ଗତଥରର ଜିଲା ପରିଷଦ ସଭ୍ୟ ରାଉତ ନିରନ୍ତର ଭାବେ ଲୋକ ସମ୍ପର୍କରେ ଥିଲେ। ଅନ୍ୟପକ୍ଷେ ସମସ୍ତ ପଞ୍ଚାୟତରେ ବିଜେଡିରୁ ଏକାଧିକ ଅସନ୍ତୁଷ୍ଟ ପ୍ରାର୍ଥୀ ଥିବାରୁ କଂଗ୍ରେସ ସପକ୍ଷରେ ଜନମତ ଆସିବ। ଗରାମ, ଅରିଲୋ, ଇଚ୍ଛାପୁର, ସଂଗ୍ରାମପୁର ଓ କୃଷ୍ଣଦାସପୁର ପଞ୍ଚାୟତରେ ଅଧିକ ଭଲ ସ୍ଥିତି ରହିଥିବା ମହାପାତ୍ର କହିଛନ୍ତି। ବିଜେଡି ପ୍ରାର୍ଥୀ ପଣ୍ଡା କହିଛନ୍ତି, ୨୦୦୨ ନିର୍ବାଚନରେ ସେ ଜିଲା ପରିଷଦ ସଭ୍ୟା ଥିଲେ। ଗତଥର ତାଙ୍କ ସ୍ବାମୀ ମହାପାତ୍ର ଏହି ଜୋନ୍‌ରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ବିଜେଡିର ସାଙ୍ଗଠନିକ କାମ ତାଙ୍କୁ ବେଶ୍‌ ସହାୟତା କରୁଛି। ସବୁ ପଞ୍ଚାୟତରେ ସମର୍ଥନ ବଢୁଥିବା ବେଳେ ଗରାମରେ ଅଧିକ ଭଲ ସ୍ଥିତି ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri