Posted inଜାତୀୟ

ଜେପିସି ତଦନ୍ତ ଦାବିକଲେ ବିରୋଧୀ

ନୂଆଦିଲ୍ଲୀ/ମୁମ୍ବାଇ,୩ା୨:ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଦାନୀ ସମୂହ ବିରୋଧରେ ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ ଓ ଆକାଉଣ୍ଟସ ହେରଫେର ଅଭିଯୋଗର ତଦନ୍ତ ଦାବି ଭାରତରେ ଜୋର୍‌ ଧରିଛି। ଗୁରୁବାର ପାର୍ଲାମେଣ୍ଟ ବଜେଟ ଅଧିବେଶନର ତୃତୀୟ ଦିନରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଉକ୍ତ ପ୍ରସଙ୍ଗରେ ବିତର୍କ ଏବଂ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଅଭିଯୋଗଗୁଡ଼ିକର ତଦନ୍ତ ଦାବିରେ ଅଡ଼ିବସିଥିଲେ। ବିପକ୍ଷର ସଦସ୍ୟମାନେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ଫଳରେ ଦୁଇ ସଦନରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ହୋହଲ୍ଲା ମଧ୍ୟରେ ଗୃହକୁ ବାରମ୍ବାର ସ୍ଥଗିତ କରିବାକୁ ପଡ଼ିଥିଲା। ଶେଷରେ ରାଜ୍ୟ ସଭା ଅଧ୍ୟକ୍ଷ ଏବଂ ଲୋକ ସଭା ବାଚସ୍ପତି ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।
ଆଦାନୀ ଗ୍ରୁପ୍‌ ଉପରେ ଭରସା କରି ନିବେଶକମାନେ ଯେଉଁ ଟଙ୍କା ଲଗାଇଥିଲେ ତାହା ଫେରସ୍ତ ପାଇବେ କି ନାହିଁ ସନ୍ଦେହ। ତେଣୁ ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ପାଇଁ ୯ ବିରୋଧୀ ଦଳ ଏକାଠି ହୋଇଥିଲେ। ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଚାମ୍ବରରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ସମାଜବାଦୀ ପାର୍ଟି (ଏସ୍‌ପି), ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ), ସଂଯୁକ୍ତ ଜନତା ଦଳ (ଜେଡିୟୁ), ଉଦ୍ଧବଙ୍କ ଶିବସେନା ଏବଂ ବାମପନ୍ଥୀ ନେତାମାନେ ରଣନୀତି ପ୍ରସ୍ତୁତ କରିଥିଲେ। ଅଧିବେଶନ ଆରମ୍ଭ ହେବା ମାତ୍ରେ ଯୁଗ୍ମ ସଂସଦୀୟ କମିଟି କିମ୍ବା ସୁପ୍ରିମକୋର୍ଟ ନିଯୁକ୍ତ ଏକ କମିଟି ଦ୍ୱାରା ଏହି ଜାଲିଆତିର ତଦନ୍ତ କରାଯାଉ ବୋଲି ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସେମାନଙ୍କ ଅନୁରୋଧକୁ ଶୁଣି ନ ଥିଲେ। ଭିତ୍ତିହୀନ ଦାବି ନ କରିବାକୁ ସେ ଏମ୍‌ପିମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ବିରୋଧୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ସେମାନେ ବିଶୃଙ୍ଖଳିତ ହୋଇଯାଇଥିବା କହିଥିଲେ। ଏହାକୁ ନେଇ ୯ ବିରୋଧୀ ଦଳର ସଦସ୍ୟମାନେ ଉଭୟ ଗୃହ ମଧ୍ୟଭାଗକୁ ଯାଇ ମୋଦି ସରକାର ଓ ଆଦାନୀ ଗ୍ରୁପ୍‌ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କିତ ଆଲୋଚନା କରାଇଦେବାକୁ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଗୌତମ ଆଦାନୀଙ୍କ ବନ୍ଦରରୁ ଶକ୍ତି ବ୍ୟବସାୟ ସାମ୍ରାଜ୍ୟରେ ରାଷ୍ଟ୍ରାୟତ୍ତ ସଂସ୍ଥା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏବଂ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି) ବିପୁଳ ଅର୍ଥ ନିବେଶ କରିଥିବାରୁ ଦେଶର ଜମାକାରୀମାନଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି କହି ନିଜ ଦାବିରେ ବିରୋଧୀ ଅଡ଼ିବସିଥିଲେ। ଶେଷରେ ଉଭୟ ଗୃହର ଅଧ୍ୟକ୍ଷ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।
କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଏକ ମିଳିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ଏହାର ଜେପିସି କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାହୁଁଛୁ। ତଦନ୍ତରେ ଯାହା ସବୁ ସାମ୍ନାକୁ ଆସିବ ତା’ର ଦୈନନ୍ଦିନ ରିପୋର୍ଟିଂ କରାଯାଉ। ଏହା ଉପରେ ବିତର୍କ ଦାବିରେ କଂଗ୍ରେସ ଏବଂ ଅନ୍ୟ ୮ ବିରୋଧୀ ଦଳ ରାଜ୍ୟ ସଭାରେ ନୋଟିସ ଦେଇଛୁ। କିନ୍ତୁ ଗୃହର ଅଧ୍ୟକ୍ଷ ଧନକର ଏହାକୁ ଗ୍ରହଣ କରିନାହାନ୍ତି। ସେହିପରି ଏଏପି ଏମ୍‌ପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଅନ୍ୟ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ ଭଳି ଆଦାନୀ ମଧ୍ୟ ବିଦେଶକୁ ପଳାୟନ କରିବା ଆଶଙ୍କା ଥିବରୁ ତାଙ୍କ ପାସପୋର୍ଟ ବାଜ୍ୟାପ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସଞ୍ଜୟ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୌତମ ଆଦାନୀଙ୍କୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଋଣର ହିସାବ ମାଗିଛନ୍ତି। ଅଦାନୀ ଗ୍ରୁପ୍‌ ଅଧୀନ ୧୦ ଲିଷ୍ଟେଡ୍‌ ଏଣ୍ଟିଟିଜ୍‌କୁ କେଉଁ ବ୍ୟାଙ୍କ କେତେ ପରିମାଣର ଋଣ ପ୍ରଦାନ କରିଛନ୍ତି ତାହା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଆର୍‌ବିଆଇର ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri