Posted inଖେଳ

ଯାହାକୁ ଟିମ୍‌ରୁ ବାଦ୍‌ ଦେବାକୁ ନେଇ ହେଉଥିଲା ଚର୍ଚ୍ଚା, ସେ ହିଁ ବିଶ୍ୱକପ୍‌ରେ ଶତକ ମାରି ଭାଙ୍ଗିଲେ ବିଶ୍ୱ ରେକର୍ଡ

ଧର୍ମଶାଳା,୧୦।୧୦: ଯେଉଁ ବୟସରେ ଖେଳାଳିଙ୍କ କ୍ୟାରିୟର ସମାପ୍ତ ହୋଇଥାଏ, ଯେଉଁ ବୟସରେ କ୍ରିକେଟରମାନେ ଅଯୋଗ୍ୟ ନଜର ଆସିଥାନ୍ତି, ସେହି ବୟସରେ ଚମକିଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମଲାନ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ବିଶ୍ୱକପ୍‌ ୨୦୨୩ର ସପ୍ତମ ମ୍ୟାଚ୍‌ରେ ବାଲାଂଦେଶ ବିପକ୍ଷରେ ଚମତ୍କାର ଶତକ ହାସଲ କରିଛନ୍ତି। ଧର୍ମଶାଳାରେ ଖେଳାଯାଇଥିବା ଏହି ମୁକାବିଲାରେ ମାତ୍ର ୯୧ ବଲରେ ସେ ଶତକ ହାସଲ କରିଥିଲେ। ତେବେ ଏହା ଦିନିକିଆରେ ତାଙ୍କର ୬ଷ୍ଠ ଶତକ। କାରଣ ସେ କେବଳ ୨୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏବେ ତାଙ୍କ ଦିନିକିଆ କ୍ୟାରିୟରେ ଅର୍ଦ୍ଧଶତକ(୫)ଠାରୁ ଶତକ(୬) ଅଧିକ ହୋଇଛି। ଏଥିସହ ସେ ଏକ ବଡ଼ ବିଶ୍ୱ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଦିନିକିଆରେ ୬ ଶତକ ଉପଲବ୍ଧି ହାସଲ କରିବାରେ ଦ୍ରୁତତମ ଖେଳାଳି ହୋଇପାରିଛନ୍ତି ମଲାନ। ସେ ୨୩ ଇନିଂସରେ ଏହାକୁ ହାସଲ କରିଛନ୍ତି। ଭାରତ ବ୍ୟତିତ ଅଷ୍ଟ୍ରେଲିଆ, ବାଲାଂଦେଶ, ଦକ୍ଷିଣ ଆଫ୍ରିକାରେ ସେ ଏହି ଶତକ ମାରିଛନ୍ତି। ଏହାବ୍ୟତିତ ଇଂଲଣ୍ଡ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ତାଙ୍କ ଶତକ ରହିଛି।

ଜାଣି ଆଶ୍ଚର୍ଯ୍ୟ ହେବେ ଏକ ସମୟରେ ବିଶ୍ୱକପ୍‌ ଟିମ୍‌ରେ ଡେଭିଡ ମଲାନଙ୍କୁ ସାମିଲ କରା ନ ଯାଇପାରେ ବୋଲି କୁହାଯାଉଥିଲା। ତାଙ୍କ ସ୍ଥାନରେ ହ୍ୟାରି ବ୍ରୁକ୍ସଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଇଂଲଣ୍ଡ ଗଣମାଧ୍ୟମରେ ଆଲୋଚନା ହେଉଥିଲା। ହେଲେ ଚୟନକର୍ତ୍ତାମାନେ ମଲାନଙ୍କ ଉପରେ ଭରସା ଦେଖାଇଥିଲେ। ବର୍ତ୍ତମାନ ସେ ଏହାର ପରିଣାମସ୍ବରୂପ ପ୍ରଥମ ଶତକ ହାସଲ କରି ନିଜକୁ ପ୍ରମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?