ସବୁଠୁ ପୁରୁଣା ମନ୍ଦିର

ଆମ ଦେଶ ବ୍ୟତୀତ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଛୋଟବଡ଼ ଅନେକ ହିନ୍ଦୁ ମନ୍ଦିର ରହିଛି। ତେବେ ଜାଣିଲେ ଆଶ୍ଚର୍ଯ୍ୟ
ହେବେ, କାମ୍ବୋଡ଼ିଆଠାରେ ରହିଛି ପୃଥିବୀର ସର୍ବବୃହତ୍‌ ମନ୍ଦିର ଅଙ୍ଗକୋର ଓ୍ବାଟ୍‌ । ଜାଣିବା ଏହା ସମ୍ପର୍କରେ …
ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ। ଉକ୍ତ ମନ୍ଦିରର ପ୍ରକୃତ ନାମ ବରାହ ବିଷ୍ଣୁଲୋକ କିମ୍ବା ପରମ ବିଷ୍ଣୁଲୋକ ହୋଇଥିଲେ ହେଁ ଏହା ଅଙ୍ଗ୍‌କୋର ଓ୍ବାଟ୍‌ ନାମରେ ବିଶ୍ୱପ୍ରସିଦ୍ଧ। କାମ୍ବୋଡ଼ିଆ ଭାଷାରେ ଅଙ୍ଗ୍‌କୋର ଅର୍ଥ ସହର ଏବଂ ଓ୍ବାଟ୍‌ ଅର୍ଥ ମନ୍ଦିର। ଅର୍ଥାତ୍‌ ଅଙ୍ଗ୍‌କୋର ଓ୍ବାଟ୍‌ ହେଉଛି ମନ୍ଦିରର ସହର।
ମନ୍ଦିର କାମ୍ବୋଡିଆର ସିମ୍‌ ରିପ୍‌ ସହରରେ ମିକାଙ୍ଗ୍‌ ନଦୀ ତଟରେ ରହିଛି। ପ୍ରାୟ ୪୦୦ ଏକର ପରିମିତ ସ୍ଥାନରେ ଏହି ଭବ୍ୟ ମନ୍ଦିର ସ୍ଥାପନ କରାଯାଇଛି। କୁହାଯାଏ, ଏହି ମନ୍ଦିର ନିର୍ମାଣ କରିବା ଲାଗି ୩୫ ବର୍ଷ ସମୟ ଲାଗିଥିବା ବେଳେ ପ୍ରାୟ ୩,୦୦,୦୦୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ଏବଂ ପ୍ରାୟ ୬,୦୦୦ ହାତୀ ନିଯୁକ୍ତ ହୋଇଥିଲେ।
କାମ୍ବୋଡିଆରେ ପ୍ରାୟ ୨୭ ଜଣ ଭାରତୀୟ ଶାସକଙ୍କ ଶାସନ ରହିଥିଲା। ସେମାନଙ୍କ ମଧ୍ୟରେ କେତେକ ହିନ୍ଦୁ ହୋଇଥିବା ବେଳେ ଅନ୍ୟମାନେ ବୌଦ୍ଧଧର୍ମାବଲମ୍ବୀ ଥିଲେ। ତେଣୁ ଏହି ମନ୍ଦିରରେ ବିଶାଳକାୟ ହିନ୍ଦୁ ଏବଂ ବୌର୍ଦ୍ଧମୂର୍ତ୍ତି ଦେଖିବାକୁ ମିଳେ।
ବାସ୍ତୁକଳାର ଶାସ୍ତ୍ରୀୟ ଶୈଳୀର ସବୁଠାରୁ ଭଲ ଉଦାହରଣ ଦେଖିବାକୁ ମିଳେ ଏହି ମନ୍ଦିରର ପ୍ରତ୍ୟେକ କଳାକୃତିରେ।
ମସିହାରେ ଏହି ମନ୍ଦିରକୁ ରାଷ୍ଟ୍ରୀୟ ସମ୍ମାନ ସ୍ବରୂପ କାମ୍ବୋଡ଼ିଆ ରାଷ୍ଟ୍ରୀୟ ପତାକାରେ ସ୍ଥାନ ଦିଆଯାଇଛି।
ମନ୍ଦିରର ଅନେକ କାନ୍ଥରେ ରାମାୟଣ ଏବଂ ମହାଭାରତ ଆଦି ହିନ୍ଦୁ ଧର୍ମଗ୍ରନ୍ଥ ଖୋଦେଇ ହୋଇଥିବାର ମନୋରମ ଦୃଶ୍ୟ ଦେଖିବାକୁ ମିଳେ।
ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ରେ ୧୯୯୨ରେ ସ୍ଥାନ ପାଇଛି।