ମାଟିରେ ମିଶିବ ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ

ପାରାଦୀପ,୭।୭ (ଶରତ ରାଉତ): ପାରାଦୀପର ବେଳାଭୂମି ରାସ୍ତା କଡରେ ଥିବା ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ ଏବେ ଭଙ୍ଗା ଚାଲିଛି। ଆଉ କିଛି ଦିନ ମଧ୍ୟରେ ତାହା ସମ୍ପୂର୍ଣ୍ଣ ମାଟିରେ ମିଶିଯିବ। ସେହି ପୁରୁଣା ସର୍କିଟ ହାଉସ ସୀମା ମଧ୍ୟରେ ଆଉ ଏକ ନୂଆ ସର୍କିଟ ହାଉସ ନିର୍ମାଣ ସରିଛି। ଉକ୍ତ ପୁରୁଣା ଘର ୧୯୮୪ରେ ନିର୍ମିତ ହୋଇଥିଲା। ସେତେବେଳେ ଏହି ସର୍କିଟ ହାଉସ ଭିତରେ ଅତିଥିମାନଙ୍କ ରହିବା ପାଇଁ ୧୦ଟି ବିଳାସପୂର୍ଣ୍ଣ କକ୍ଷ, ବୈଠକ ଘର, ରୋଷେଇ ଘର, ଅଫିସ, ଷ୍ଟାଫଙ୍କ ରହିବା ପାଇଁ ଅଲଗା କ୍ୱାର୍ଟର, ଗାଡ଼ି ରହିବା ପାଇଁ ଗ୍ୟାରେଜ ଆଦି ଥିଲା। ମାତ୍ର ୩୫ ଟଙ୍କାରେ ସ୍ବତନ୍ତ୍ର ଅତିଥିମାନେ ଏଠାରେ ରହୁଥିଲେ। ପରିଚାଳନା ପାଇଁ ୧୦ରୁ ଅଧିକ କର୍ମଚାରୀ ଥିଲେ। ସମୟାନୁସାରେ କର୍ମଚାରୀ ହ୍ରାସ ପାଇବା ସହ ଘର ଭଗ୍ନ ଅବସ୍ଥାରେ ପହଞ୍ଚତ୍ୟାଇଛି। ଗତ ୫ ବର୍ଷ ମଧ୍ୟରେ ଏଠାରେ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ କେବଳ ମରାମତି ବାବଦରେ ଖର୍ଚ୍ଚ ହୋଇଛି ବୋଲି ଜନସୂଚନା ତଥ୍ୟରୁ ଜଣାପଡିଛି। ଏହା ମଧ୍ୟ ଉକ୍ତ ପୁରୁଣା ସର୍କିଟ ହାଉସକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଉଛି। ଏବେ ଯେଉଁ ନୂଆ ସର୍କିଟ ହାଉସ ହୋଇଛି ସେଥିରେ ମାତ୍ର ଅତିଥି ରହିବା ପାଇଁ ୪ ଟି କକ୍ଷ ରହିଛି। ଜଣେ ମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହାକୁ ପରିଚାଳନା କରୁଛନ୍ତି। ଅତିଥି ରହଣି ଭଡ଼ା ଗୋଟିଏ ଦିନ ପାଇଁ ୫୦୦ ଟଙ୍କାରୁ ଅଧିକ ରହିଛି। ସେହି ସର୍କିଟ ହାଉସ ପରିସରରେ କିଛି ସରକାରୀ ଗାଡ଼ି ଖତ ଖାଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ପାରାଦୀପର ସ୍ବତନ୍ତ୍ର ପ୍ରତୀକ ଥିବା ସର୍କିଟ ହାଉସ ପାଖରେ ଏବେ ନୂଆକରି ପୋର୍ଟସାଇଡ କାଫେ ସେଣ୍ଟର ଖୋଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri