ଅଯୋଧ୍ୟା ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଭିକ୍ଷା କରି ୮ ଦିନ ପରେ ଭୋକ ଉପାସରେ ପହଞ୍ଚିଲେ ଘରେ, ବଖାଣିଲେ ପୂରା କାହାଣୀ…

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଗତ ୨ ତାରିଖରେ ଅଯୋଧ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ ଓ ଜଣଙ୍କର ଫେରିବା ବାଟରେ ମୃତ୍ୟୁ ହୋଇଯାଇଥିଲା। ତେବେ ଗୁରୁବାର ନିଖୋଜ ବ୍ୟକ୍ତି ଜଣକ ନିଜ ଗାଁରେ ପହଞ୍ଚିଛନ୍ତି। ସେ ବର୍ତ୍ତମାନ ଭୋକ ଉପାସରେ ଫେରିଥିବା ବେଳେ ତାଙ୍କ ନିକଟରେ ପଇସା ନ ଥିବାରୁ ହଟହଟା ହୋଇ ଭିକ୍ଷା କରି ଘରେ ପହଞ୍ଚିଛନ୍ତି ବୋଲି କହିଛନ୍ତି ସିମନବାଡ଼ି ଅଞ୍ଚଳର ସୁଧାକର ଚୌଧୁରୀ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ବେଳେ ତାଙ୍କର ଅଯୋଧ୍ୟାରେ ଚପଲ ହଜିଯାଇଥିଲା। ଫଳରେ ନୂଆ ଚପଲ କିଣିବାକୁ ତାଙ୍କ ନିକଟରେ ପଇସା ନ ଥିଲା। ଖାଲି ପାଦରେ ଅଯୋଧ୍ୟାରୁ ସିମନବାଡ଼ି ପର୍ଯ୍ୟନ୍ତ ଆସିଥିବାରୁ ତାଙ୍କ ପାଦ ଗରମରେ ଜଳି ପୋଡ଼ି ଗୁରୁତର ହୋଇପଡ଼ିଛନ୍ତି। ଗୋଟିଏ ପଟେ ଭୋକ ଉପାସ ଅନ୍ୟ ପଟେ ଖାଲି ପାଦ ଯୋଗୁ ବୃଦ୍ଧ ଜଣକ ଘରକୁ ଗୁରୁତର ଅବସ୍ଥାରେ ପହଞ୍ଚିଛନ୍ତି। ପରିବାର ଲୋକ ସୁଧାକରଙ୍କୁ ପାଇ ଖୁସିରେ ବିଭୋର ହୋଇପଡ଼ିଛନ୍ତି।

ସୁଧାକରଙ୍କ କହିବା କଥା ସେ ୨ରେ ବିଶ୍ୱ ହିନ୍ଦୁ ପରିଷଦର କନ୍ଧମାଳ ପ୍ରାନ୍ତ ମନୋଜ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବାହାରିଥିଲେ। ଯାହା ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ତାଙ୍କୁ ମିଳି ନ ଥିଲା। ଅଯୋଧ୍ୟାରେ ତାଙ୍କୁ ୬ ତାରିଖରେ ଛାଡ଼ି ପଲେଇ ଆସିଲେ। ତାଙ୍କ ମୋବାଇଲ, ଟଙ୍କା ସବୁ ସେ ବସ୍‌ ଭିତରେ ରଖିଥିଲେ। ଫଳରେ ଘରକୁ ଯୋଗାଯୋଗ କରିବାକୁ କୌଣସି ସୁବିଧା ନ ଥିଲା। ସେପଟେ ତାଙ୍କ ନିକଟରେ ମାତ୍ର ୨ ଶହ ଟଙ୍କା ଥିଲା। ତାହା ଅଯୋଧ୍ୟାରେ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେଶନ ଯାତାୟାତରେ ଖର୍ଚ୍ଚ ହୋଇଗଲା। ଖାଇବାକୁ ନିକଟରେ ଟଙ୍କା ଟିଏ ବି ନ ଥିଲା। ଓଡ଼ିଶା ଫେରିବାକୁ ତାଙ୍କୁ ରାସ୍ତା ଜଣା ନ ଥିଲା। କିଭଳି ସେ ତାଙ୍କ ଘରେ ପହଞ୍ଚିବେ ତାଙ୍କୁ ଭାଳେଣି ପଡ଼ିଥିଲା। ସେ ସଠିକ୍‌ ହିନ୍ଦୀ କି ଇଂରାଜୀ ଭାଷା ଜାଣନ୍ତି ନାହିଁ। ଫଳରେ ସେ ଟ୍ରେନ୍‌ କିମ୍ବା ବସ୍‌ରେ ଓଡ଼ିଶା ଆସିବା ମୁସ୍କିଲ ହୋଇଥିଲା। ବାରମ୍ବାର ପ୍ରାୟ ୧୫ରୁ ଊଦ୍ଧ୍ୱ ଟ୍ରେନ୍‌ ଓ ବସ୍‌ ପରିବର୍ତ୍ତନ କରି ନିଜ ଘରେ ପହଞ୍ଚିଥିଲେ। ଘରେ ଆସି ଖାଦ୍ୟ ଖାଇବା ପରେ ତାଙ୍କ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତାଙ୍କ ମାନସିକ ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି ବୋଲି ତାଙ୍କ ସାନ ପୁଅ ରାମାନନ୍ଦ ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri