Categories: ଫୁରସତ

୭୮ ବର୍ଷ ବୟସରେ ଶକ୍ତି ପ୍ରଦର୍ଶନ କଲେ ବୃଦ୍ଧା, ଯୁବକ ବି ପଡ଼ିଯିବେ ପଛରେ

କେବଳ ମଣିଷ ଯେ ଯୁବାବସ୍ଥାରେ ଅନେକ କାମ କରିପାରେ ବାର୍ଦ୍ଧକ୍ୟରେ ପାରେନା ତାହା ଭୁଲ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୭୮ ବର୍ଷୀୟା ବୃଦ୍ଧା। ତାଙ୍କ ବୟସଠାରୁ ସେ ଦୁଇଗୁଣ ଅଧିକ ଓଜନ ଉଠାଇ ଚର୍ଚ୍ଚାରେ ରହିଛନ୍ତି। ଏହି ଭାରୋତ୍ତୋଳନକାରୀଙ୍କ ନାମ ନୋରା ଲଣ୍ଡନ। ନୋରା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶୋୟାର କରିଛନ୍ତି। ଏଥିରେ ସେ ୧୫୯ କେଜିର ପାଓ୍ବାର ଲିଫ୍ଟ କରିଛନ୍ତି। ଏହା ପୂର୍ବରୁ ନୋରା ୨୦୦୭ରେ ଭାରୋତ୍ତଳନକାରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଗତ ୧୪ ବର୍ଷ ଧରି ନୋରା ପ୍ରାୟ ୨୨ଟି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସେଥିମଧ୍ୟରୁ ୨୦ଟି ପ୍ରତିଯୋଗିତାରେ ସେ ବିଜୟ ଲାଭ କରିଛନ୍ତି। ୨୦୦୮ରେ ସେ ଅନ୍ତର୍ଜାତୀୟ ଭାରୋତ୍ତୋନକାରୀ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିଲେ। ୨୦୨୦ରେ ଆମେରିକାନ ଫେଡେରେଶନର ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ। ବୟସ ବଢ଼ିବା ସହ ନୋରା ନିଜ ନାମରେ ୧୯ଟି ଓ୍ବାଲର୍‌ଡ ରେକର୍ଡ କରିଛନ୍ତି।

Share