ଚୁଲିରୁ ନିଆଁ ଲାଗି ବୃଦ୍ଧା ଗୁରୁତର

ପାଟଣା,୮।୧୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ରସପଡା ଗ୍ରାମରେ ଚୁଲିରୁ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହି ବୃଦ୍ଧା ଜଣଙ୍କ ହେଉଛନ୍ତି ଯଶୋଦା ମହାନ୍ତ (୬୧)। ତାଙ୍କର ଅଣ୍ଟା ଓ ପିଠିର ୩୬ ପ୍ରତିଶତ ପୋଡି ହୋଇ ଯାଇଥିବା ଡା. ଶୁଭେନ୍ଦୁ ସାଗର କୁମାର ନାଏକ କହିଛନ୍ତି।

ସୂଚନାନୁସାରେ, ଯଶୋଦା ରବିବାର ରାତିରେ ରୋଷେଇ କରୁଥିବା ସମୟରେ ତାଙ୍କ ପିନ୍ଧା ଲୁଗା ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।