ଟ୍ରେନ୍‌ରେ କଟି ବୃଦ୍ଧଙ୍କ ଜୀବନ ଗଲା

କେସିଙ୍ଗା,୨୭ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମର ପାଳେଶ୍ୱର କୁମାର(୬୫)ଙ୍କ ଟ୍ରେନ୍‌ ଧକ୍କାରେ ବୁଧବାର ମୃତ୍ୟୁ ଘଟିଛି। ପାଳେଶ୍ୱର କୁମାରଙ୍କ ଝିଅ ନାତିର ମୁଣ୍ଡନ କରିବାକୁ ରାୟଗଡ଼ାର ମାଝି ଗୌରୀ ମନ୍ଦିରକୁ ଯାଇଥିଲେ। ବିଶାଖାପାଟଣା -ରାୟପୁର ଟ୍ରେନ୍‌ରେ କାଣ୍ଡେଲ ରୋଡ୍‌ ଷ୍ଟେଶନ ଦୁଇ ନମ୍ବର ପ୍ଲାଟ୍‌ଫର୍ମରୁ ଓହ୍ଲାଇ ୧ ନମ୍ବର ପ୍ଲାଟଫର୍ମ୍‌କୁ ଯାଉ ଥିବା ବେଳେ ହଠାତ ଦ୍ରୁତଗାମୀ ଟ୍ରେନ୍‌ ରାୟଗଡ଼ା-ସମ୍ବଲପୁର ତପସ୍ବିନୀ ଧକ୍କା ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଖବର ଦେବାରୁ ମୃତଦେହ ନେଇ ଦାହ କରିଥିଲେ। ମୃତଦେହ ସତ୍କାର ପାଇଁ ପରଲସିଙ୍ଗା ସରପଞ୍ଚ କୃତାଞ୍ଜଳ ଗୌଡ଼ ପରିବାରବର୍ଗଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଦେଇଥିବାର ପ୍ରକାଶ କରିଛନ୍ତି।