ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର

ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ ରହିଛି। ମାତ୍ର ଏହି ପ୍ରକୃତିକୁ ଆମେ ନଷ୍ଟ କରି ଓ ପରିବେଶକୁ ଦୂଷିତ କରି ଜୀବଜଗତକୁ ଧ୍ୱଂସ ଆଡକୁ ନେଉଯାଉଛୁ। ଏହି ପରିସ୍ଥିତିରେ ଯେଉଁ ବ୍ୟକ୍ତି ସୁସ୍ଥ ଓ ନୀରୋଗ ଅବସ୍ଥାରେ ୬୦ ବର୍ଷ ଟପିଲେଣି ସେମାନଙ୍କୁ ଭଗବାନଙ୍କ ଆର୍ଶୀବାଦ। ଏଭଳି ବୟସରେ ପହଞ୍ଚତ୍ଲେ ସୁସ୍ଥ ରହିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଏହି ସମୟରେ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ଗୁରୁତ୍ୱ ଦେଇପାରନ୍ତି।
ଅବସର ସମୟରେ ଉପନୀତ ହେଲେ ମାନସିକ ଅବସାଦ ଦେଖାଯାଏ। ତେଣୁ ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜେ ଲିପ୍ତ ରହିବେ। ବଳକା ସମୟ ପରିବାର ଓ ଛୋଟ ପିଲାଙ୍କ ସହ ଭାବ ବିନିମୟ କରିବେ। ଏହାଦ୍ୱାରା ବୟସ୍କ ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ମିଳେ ଓ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗର କୋଷକୁ ଅମ୍ଳଜାନ ପହଞ୍ଚତ୍ପାରେ। ପ୍ରାତଃ ସୂର୍ଯ୍ୟକିରଣରୁ ଭିଟାମିନ୍‌ ‘ଡି’ ମିଳିଥାଏ। ଏହାଦ୍ୱାରା ମଧୁମେହ, ଉଚ୍ଚ ରକ୍ତଚାପ କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ। କୋଲେଷ୍ଟରଲ ଓ ଚର୍ବି ଜମିବା କମେ। ତେଣୁ ଏହି ବୟସରେ ସକାଳର କଅଁଳ କିରଣ ସଂସ୍ପର୍ଶରେ ଆସନ୍ତୁ। ସକାଳେ ଖାଲି ପାଦରେ ଶିଶିର ପଡିଥିବା ଘାସ ଉପରେ ଚାଲିଲେ ରକ୍ତଚାପ କମେ ଏବଂ ଦୃଷ୍ଟିଶକ୍ତି ଠିକ୍‌ ରହେ। ଦିନରେ କିଛି ସମୟ ବାହାର କରି ବଗିଚା କାମ କରନ୍ତୁ। ଏହାଦ୍ୱାରା ମନରେ ଏକାଗ୍ରତା ଆସିଥାଏ। ଏହି ବୟସରେ ଅହଂ ଭାବକୁ ପରିତ୍ୟାଗ କରନ୍ତୁ। କାରଣ ଏଭଳି ଭାବନା ଆପଣଙ୍କର ମାନସିକ ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଅନ୍ୟମାନଙ୍କ ସହ ଖୁସିର ମାହୋଲରେ କଥାବାର୍ତ୍ତା କରନ୍ତୁ। ଏହାଦ୍ୱାରା ନିଃସଙ୍ଗତାଜନିତ ଅବସାଦରୁ ମୁକ୍ତି ମିଳେ ଏବଂ ମନ ହାଲୁକା ରହିଥାଏ।
ଗାଧୋଇବା ପୂର୍ବରୁ ଶରୀରକୁ ସୋରିଷ ତେଲ ଦ୍ୱାରା କିଛି ସମୟ ମାଲିସ କରିବେ। ରାତିରେ ଏହି ତେଲରେ ରସୁଣ ଏବଂ କଞ୍ଚା ଜିରା ଫୁଟାଇ ଉଷୁମ କରି ତଳିପାରେ ମାଲିସ କରିବେ। ଏହାଦ୍ୱାରା ବାତଜନିତ ଦେହହାତ, ଗଣ୍ଠିବ୍ୟଥା, ଥକ୍କା ଓ କଫଜନିତ ଥଣ୍ଡା ସର୍ଦ୍ଦି ହୋଇ ନ ଥାଏ। ଦୈନିକ ଭୋଜନରେ ମିଠା, ଲୁଣ, ତେଲ ମସଲା ଓ କାର୍ବୋହାଇଡ୍ରେଡ୍‌ (ଭାତ) ଯେତେ କମ୍‌ ଖାଇବେ ସେତେ ଭଲ। ସବୁଜ ପନିପରିବାରେ ପ୍ରସ୍ତୁତ ତରକାରି, ସାଲାଡ ଯେତେ ଅଧିକ ତାହା ଶରୀର ପାଇଁ ସେତେ ଉପକାରୀ। ଖାଦ୍ୟରେ ପ୍ରାକୃତିକ ଉତ୍ପାଦିତ ପନିପରିବା ସାମିଲ କରନ୍ତୁ। ସାର ଏବଂ କୀଟନାଶକ ପ୍ରୟୋଗ କରା ନ ଯାଇ ଜୈବିକ ଖତରୁ ପ୍ରସ୍ତୁତ ପନିପରିବା ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ପାଟିକୁ କଷା, ପିତା ଲାଗୁଥିବା ଖାଦ୍ୟ ଶରୀର ପାଇଁ ଉପକାରୀ। ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌, ହୋଟେଲ ଖାଇବା ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ।
ମନକୁ ଅଧିକ ଲୋଭଗ୍ରସ୍ତ କରନ୍ତୁ ନାହିଁ। ନିଜ ମନକୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ। ଖାଦ୍ୟପେୟ, ଦୈନନ୍ଦିନ ଚାଲିଚଳଣି ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଏଗୁଡିକ ଠିକ୍‌ ଚାଲିଲେ ଆପଣ ଅନେକାଂଶରେ ସୁସ୍ଥ ରହିବେ। ତା’ ସହ ନିୟମିତ ସମୟ ବ୍ୟବଧାନରେ ନିଜ ଶରୀରର ରୁଟିନ୍‌ ଚେକ୍‌ଅପ୍‌ କରାଇ ନେବାକୁ ଭୁଲନ୍ତୁ ନାହିଁ। ଯଦି କୌଣସି ରୋଗରେ ପୀଡ଼ିତ ତେବେ ଔଷଧ ଖାଇବା ସହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଇଲେକଟ୍ରୋନିକ୍‌ ଜିନିଷ ମୋବାଇଲ୍‌ ଏବଂ ଲାପଟପକୁ ସୀମିତ ବ୍ୟବହାର କରନ୍ତୁ। ଏହାର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ଆପଣଙ୍କର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏ.ସି. (ଏୟାର କଣ୍ଡିଶନର) ଯେତେ କମ୍‌ ବ୍ୟବହାର କରିବେ ତାହା ସେତେ ଭଲ। ସବୁବେଳେ ଫ୍ରିଜ୍‌ରେ ରହିଥିବା ଖାଦ୍ୟ ଖାଆନ୍ତୁ ନାହିଁ।
ବୟସ ବୃଦ୍ଧି ସଙ୍ଗେ ସଙ୍ଗେ କୋଷଗୁଡ଼ିକର ପୁନଃ ନିର୍ମାଣ କମିବାକୁ ଲାଗେ। ତେଣୁ ଆଣ୍ଟି ଏଜିଂ କୋଷକୁ ସତେଜ କରିବା ପାଇଁ ଦୈନିକ ସକାଳେ ଖାଲି ପେଟରେ ଅଁଳା ଚୂର୍ଣ୍ଣ ଏକ ଚାମଚ ଉଷୁମ ପାଣି ସହିତ ମିଶାଇ ପିଇବେ। ଦୃଷ୍ଟିଶକ୍ତି ସମସ୍ୟା, ବାତରୋଗ, ଝାଡ଼ା ଅପରିଷ୍କାର ହେଉଥିଲେ ତ୍ରିଫଳା ଚୂର୍ଣ୍ଣ ଏକ ଚାମଚ ଏବଂ ଅଶ୍ୱଗନ୍ଧା ଚୂର୍ଣ୍ଣ ଅଧ ଚାମଚ ଉଷୁମ କ୍ଷୀର କିମ୍ବା ପାଣି ସହ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏକଥା ଆମେ ମନେ ରଖିବା ଦରକାର ଯେ, ‘ପ୍ରକୃତିର ବିକଳ୍ପ ନାହିଁ’।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର
ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri