ପୁରୁଣା ଢଳେଇ ଭାଙ୍ଗି ତଳେ ବିଛାଚାଲିଛି

ଜଗତ୍‌ସିଂହପୁର,୩୦ା୩(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟରୁ ବଡ଼ବଜାର ରଶ୍ମି ହଲ ଛକ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିରେ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ବକ୍ସ କଲଭର୍ଟ ନିର୍ମାଣରେ ଦୁର୍ନୀତି ଚାଲିଥିତ୍ବା ବାରମ୍ବାର ଅଭିଯୋଗ ହେଉଛି। ଏଠାରେ ଠିକାଦାର ମନମୁଖିଭାବେ କାମ କରି ଚାଲିଥିଲେ ସୁଦ୍ଧା ବିଭାଗ ନୀରବ ରହିଛି। କେନାଲର ପୁରୁଣା ସିମେଣ୍ଟ ୱାଲ ଓ ତଳ ଢଳେଇକୁ ମେଶିନ ସାହାଯ୍ୟରେ ତଡ଼ାଯାଇ ତାହାକୁ ପୁନର୍ବାର ତଳେ ବିଛାଯାଉଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାଛଡ଼ା ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଲୁହାରଡ୍‌, ସିମେଣ୍ଟ ଆଦି ବ୍ୟବହାର ହେଉଛି। ଲଗାଯାଇଥିବା ଲୁହାରଡ୍‌ଗୁଡିକ ମଧ୍ୟରେ ଦୂରତା ଠିକ ରହୁନି। ଏଥିସହ ସିମେଣ୍ଟ, ମେଟାଲ ଆଦିର ଭାଗମାପରେ ଚଞ୍ଚକତା କରାଯାଉଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଅନୁପସ୍ଥିତିରେ ଠିକାଦାର ମନମୁଖି ଭାବେ କାମ କରିଚାଲିଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଠିକାଦାର କେନାଲ ଭିତର ଓ ପାର୍ଶ୍ୱ ତରବରିଆ ଭାବେ ଖୋଳି ସେଥିରୁ ବାହାରୁଥିବା ମାଟି ଅବାଧରେ ବିକ୍ରି କରିଚାଲିଛନ୍ତି। ଜଳସମ୍ପଦ ବିଭାଗର ଏହି ମାଟି ଉପରେ ଅଙ୍କୁଶ ନ ଥିବା ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର କିଛି ଦିନ ପୂର୍ବରୁ ପ୍ରତିକ୍ରିୟାରେ କହିଥିଲେ। କିନ୍ତୁ ଏ ସମ୍ପର୍କରେ ଜଗତ୍‌ସିଂହପୁର ତହସିଲଦାର ତାରେଣୀ ରାୟଙ୍କ ମତରେ ଠିକାଦାର ମନଇଚ୍ଛା ମାଟି ବିକ୍ରି କରିପାରିବେ ନାହିଁ ବୋଲି କହିଥିଲେ। ସେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ, ଠିକାଦାର ଯେତିକି ମାଟି ଉଠାଇଥିଲେ ତାର ଆକଳନ କରାଯିବ ଏବଂ ଏ ବାବଦରେ ରୟାଲିଟି ଦେବାକୁ ପଡ଼ିବ। ତେଣୁ ତଦନ୍ତ କରି ରିପୋର୍ଟ ଦେବାକୁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ଅନ୍ୟପଟେ ଏବେ ମାଟିର ଚାହିଦା ରହୁଥିବାରୁ ଠିକାଦାର ଦୁଇଆଡୁ ଲାଭବାନ ହେଉଛନ୍ତି। କଲଭର୍ଟ କାମ ଓ ସରକାରୀ ସ୍ଥାନରୁ ମାଟି ଉଠାଇ ସହଜରେ ବିକି ବେଶ୍‌ ଲାଭ ଉଠାଉଛନ୍ତି। ମାତ୍ର ସର୍ବସାଧାରଣଙ୍କ ସ୍ବାର୍ଥକୁ ଗୌଣ କରି ମୁଖ୍ୟ ରାସ୍ତାପାର୍ଶ୍ୱରେ ବେପରୁଆ ଭାବେ କିଛି ପରିମାଣର ମାଟି ଗଦାକରି ଗମନାଗମନରେ ବାଧା ସୃଷ୍ଟି କରୁଛନ୍ତି। ନିକଟରେ ହୋଇଥିବା ବର୍ଷାରେ ଏହି ମାଟି ଯୋଗୁ ନାନା ସମସ୍ୟା ସୃଷ୍ଟି ହୋଇଥିଲା। କେବଳ ଏତିକି ନୁହେଁ, ଏହି ବର୍ଷାରେ ନିର୍ମାଣାଧୀନ ବକ୍ସ କଲଭର୍ଟ ପାର୍ଶ୍ୱ ୧୦ନଂ. କେନାଲ ମାଟି ଧସିଥିଲା। କେତୋଟି ୩୩ କେ.ଭି. ବିଦ୍ୟୁତ ଖୁଣ୍ଟ ମୂଳ ସିମେଣ୍ଟ ଚଟାଣ ଫାଟି ଆଁ କରିଥିଲା। ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେପରି ଏହା ଯେକୌଣସି ସମୟରେ ଉପୁଡିପଡ଼ିବ। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, ଗୋଟିଏ ଖୁଣ୍ଟ ଉପୁଡିଲେ ଧାଡି ହୋଇ ଅନ୍ୟସବୁ ଖୁଣ୍ଟ ପଡ଼ିଯିବ। ଏହାଦ୍ୱାରା ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇ ନ ପାରେ। ସୌଭାଗ୍ୟ ସେଭଳି କିଛି ହେଲାନାହିଁ। ଧରିତ୍ରୀ ସମେତ ଅନ୍ୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବାରୁ ବିଭାଗ ଓ ପ୍ରଶାସନ ଚିନ୍ତାରେ ପଡ଼ିଯାଇଥିଲା। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରତ୍ୟେକ ବିଦ୍ୟୁତ୍‌ ଖୁଣ୍ଟକୁ ସୁରକ୍ଷା ଦେବା ପାଇଁ ଠିକାଦାରଙ୍କୁ କଡ଼ା ନିର୍ଦ୍ଦେଶ ହୋଇଥିଲା। ଏହି ଅନୁଯାୟୀ ଠିକାଦାର ଏକାଧିକ ଖୁଣ୍ଟ ମୂଳରେ ବାଲି ବସ୍ତା ରଖିସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ତା’ପରେ ଯଥା ପୂର୍ବଂ ତଥା ପର। ଅର୍ଥାତ୍‌ କେନାଲ ଉପରେ ଥିବା ପୁରୁଣା ପୋଲ, ଏହା ପାର୍ଶ୍ୱ ଓ ତଳ ସିମେଣ୍ଟ ଚଟାଣକୁ ଠିକାଦାର ମେଶିନରେ ଫଟାଇ ଖଣ୍ଡ ଖଣ୍ଡ କରି ତଳେ ବିଛାଉଥିବା ଦେଖିବାକୁ ମିଳୁଛି। ବିଭାଗୀୟ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କହିବା କଥା ହେଲା, କେନାଲ ଚଟାଣ ୧ ଫୁଟ ଉଚ୍ଚର ଢଳେଇ ହେବ। ବର୍ତ୍ତମାନ ଯାହା ଦେଖାଯାଉଛି ଠିକାଦାର ପୁରୁଣା ସିମେଣ୍ଟ ଢଳେଇ ଖଣ୍ଡଗୁଡିକୁ ତଳେ ପାରି ଲୁଟ୍‌ ପାଇଁ ଉଦ୍ୟମ କରୁଛନ୍ତି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗ କିମ୍ବା ଜିଲା ପ୍ରଶାସନ ଚୁପ୍‌ ରହିବା ସନ୍ଦେହକୁ ବହୁଗୁଣିତ କରିଦେଉଛି। ସେହିପରି କେନାଲ ପାର୍ଶ୍ୱ ଅର୍ଥାତ୍‌ ରାସ୍ତା କଡ଼ରେ ବହୁ ଅର୍ଥ ବିନିମୟରେ ଲାଗିଥିବା ପାମ ଗଛ ଓ ତା’ଚାରିପଟେ କରାଯାଇଥିବା ପିଣ୍ଡିର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ଏହି ଗଛଗୁଡିକ ବଞ୍ଚତ୍ବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri