ପୁରୁଣା ଢଳେଇ ଭାଙ୍ଗି ତଳେ ବିଛାଚାଲିଛି

ଜଗତ୍‌ସିଂହପୁର,୩୦ା୩(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟରୁ ବଡ଼ବଜାର ରଶ୍ମି ହଲ ଛକ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିରେ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ବକ୍ସ କଲଭର୍ଟ ନିର୍ମାଣରେ ଦୁର୍ନୀତି ଚାଲିଥିତ୍ବା ବାରମ୍ବାର ଅଭିଯୋଗ ହେଉଛି। ଏଠାରେ ଠିକାଦାର ମନମୁଖିଭାବେ କାମ କରି ଚାଲିଥିଲେ ସୁଦ୍ଧା ବିଭାଗ ନୀରବ ରହିଛି। କେନାଲର ପୁରୁଣା ସିମେଣ୍ଟ ୱାଲ ଓ ତଳ ଢଳେଇକୁ ମେଶିନ ସାହାଯ୍ୟରେ ତଡ଼ାଯାଇ ତାହାକୁ ପୁନର୍ବାର ତଳେ ବିଛାଯାଉଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାଛଡ଼ା ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଲୁହାରଡ୍‌, ସିମେଣ୍ଟ ଆଦି ବ୍ୟବହାର ହେଉଛି। ଲଗାଯାଇଥିବା ଲୁହାରଡ୍‌ଗୁଡିକ ମଧ୍ୟରେ ଦୂରତା ଠିକ ରହୁନି। ଏଥିସହ ସିମେଣ୍ଟ, ମେଟାଲ ଆଦିର ଭାଗମାପରେ ଚଞ୍ଚକତା କରାଯାଉଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଅନୁପସ୍ଥିତିରେ ଠିକାଦାର ମନମୁଖି ଭାବେ କାମ କରିଚାଲିଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଠିକାଦାର କେନାଲ ଭିତର ଓ ପାର୍ଶ୍ୱ ତରବରିଆ ଭାବେ ଖୋଳି ସେଥିରୁ ବାହାରୁଥିବା ମାଟି ଅବାଧରେ ବିକ୍ରି କରିଚାଲିଛନ୍ତି। ଜଳସମ୍ପଦ ବିଭାଗର ଏହି ମାଟି ଉପରେ ଅଙ୍କୁଶ ନ ଥିବା ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର କିଛି ଦିନ ପୂର୍ବରୁ ପ୍ରତିକ୍ରିୟାରେ କହିଥିଲେ। କିନ୍ତୁ ଏ ସମ୍ପର୍କରେ ଜଗତ୍‌ସିଂହପୁର ତହସିଲଦାର ତାରେଣୀ ରାୟଙ୍କ ମତରେ ଠିକାଦାର ମନଇଚ୍ଛା ମାଟି ବିକ୍ରି କରିପାରିବେ ନାହିଁ ବୋଲି କହିଥିଲେ। ସେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ, ଠିକାଦାର ଯେତିକି ମାଟି ଉଠାଇଥିଲେ ତାର ଆକଳନ କରାଯିବ ଏବଂ ଏ ବାବଦରେ ରୟାଲିଟି ଦେବାକୁ ପଡ଼ିବ। ତେଣୁ ତଦନ୍ତ କରି ରିପୋର୍ଟ ଦେବାକୁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ଅନ୍ୟପଟେ ଏବେ ମାଟିର ଚାହିଦା ରହୁଥିବାରୁ ଠିକାଦାର ଦୁଇଆଡୁ ଲାଭବାନ ହେଉଛନ୍ତି। କଲଭର୍ଟ କାମ ଓ ସରକାରୀ ସ୍ଥାନରୁ ମାଟି ଉଠାଇ ସହଜରେ ବିକି ବେଶ୍‌ ଲାଭ ଉଠାଉଛନ୍ତି। ମାତ୍ର ସର୍ବସାଧାରଣଙ୍କ ସ୍ବାର୍ଥକୁ ଗୌଣ କରି ମୁଖ୍ୟ ରାସ୍ତାପାର୍ଶ୍ୱରେ ବେପରୁଆ ଭାବେ କିଛି ପରିମାଣର ମାଟି ଗଦାକରି ଗମନାଗମନରେ ବାଧା ସୃଷ୍ଟି କରୁଛନ୍ତି। ନିକଟରେ ହୋଇଥିବା ବର୍ଷାରେ ଏହି ମାଟି ଯୋଗୁ ନାନା ସମସ୍ୟା ସୃଷ୍ଟି ହୋଇଥିଲା। କେବଳ ଏତିକି ନୁହେଁ, ଏହି ବର୍ଷାରେ ନିର୍ମାଣାଧୀନ ବକ୍ସ କଲଭର୍ଟ ପାର୍ଶ୍ୱ ୧୦ନଂ. କେନାଲ ମାଟି ଧସିଥିଲା। କେତୋଟି ୩୩ କେ.ଭି. ବିଦ୍ୟୁତ ଖୁଣ୍ଟ ମୂଳ ସିମେଣ୍ଟ ଚଟାଣ ଫାଟି ଆଁ କରିଥିଲା। ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେପରି ଏହା ଯେକୌଣସି ସମୟରେ ଉପୁଡିପଡ଼ିବ। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, ଗୋଟିଏ ଖୁଣ୍ଟ ଉପୁଡିଲେ ଧାଡି ହୋଇ ଅନ୍ୟସବୁ ଖୁଣ୍ଟ ପଡ଼ିଯିବ। ଏହାଦ୍ୱାରା ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇ ନ ପାରେ। ସୌଭାଗ୍ୟ ସେଭଳି କିଛି ହେଲାନାହିଁ। ଧରିତ୍ରୀ ସମେତ ଅନ୍ୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବାରୁ ବିଭାଗ ଓ ପ୍ରଶାସନ ଚିନ୍ତାରେ ପଡ଼ିଯାଇଥିଲା। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରତ୍ୟେକ ବିଦ୍ୟୁତ୍‌ ଖୁଣ୍ଟକୁ ସୁରକ୍ଷା ଦେବା ପାଇଁ ଠିକାଦାରଙ୍କୁ କଡ଼ା ନିର୍ଦ୍ଦେଶ ହୋଇଥିଲା। ଏହି ଅନୁଯାୟୀ ଠିକାଦାର ଏକାଧିକ ଖୁଣ୍ଟ ମୂଳରେ ବାଲି ବସ୍ତା ରଖିସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ତା’ପରେ ଯଥା ପୂର୍ବଂ ତଥା ପର। ଅର୍ଥାତ୍‌ କେନାଲ ଉପରେ ଥିବା ପୁରୁଣା ପୋଲ, ଏହା ପାର୍ଶ୍ୱ ଓ ତଳ ସିମେଣ୍ଟ ଚଟାଣକୁ ଠିକାଦାର ମେଶିନରେ ଫଟାଇ ଖଣ୍ଡ ଖଣ୍ଡ କରି ତଳେ ବିଛାଉଥିବା ଦେଖିବାକୁ ମିଳୁଛି। ବିଭାଗୀୟ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କହିବା କଥା ହେଲା, କେନାଲ ଚଟାଣ ୧ ଫୁଟ ଉଚ୍ଚର ଢଳେଇ ହେବ। ବର୍ତ୍ତମାନ ଯାହା ଦେଖାଯାଉଛି ଠିକାଦାର ପୁରୁଣା ସିମେଣ୍ଟ ଢଳେଇ ଖଣ୍ଡଗୁଡିକୁ ତଳେ ପାରି ଲୁଟ୍‌ ପାଇଁ ଉଦ୍ୟମ କରୁଛନ୍ତି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗ କିମ୍ବା ଜିଲା ପ୍ରଶାସନ ଚୁପ୍‌ ରହିବା ସନ୍ଦେହକୁ ବହୁଗୁଣିତ କରିଦେଉଛି। ସେହିପରି କେନାଲ ପାର୍ଶ୍ୱ ଅର୍ଥାତ୍‌ ରାସ୍ତା କଡ଼ରେ ବହୁ ଅର୍ଥ ବିନିମୟରେ ଲାଗିଥିବା ପାମ ଗଛ ଓ ତା’ଚାରିପଟେ କରାଯାଇଥିବା ପିଣ୍ଡିର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ଏହି ଗଛଗୁଡିକ ବଞ୍ଚତ୍ବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?