ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୧।୬: ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ। ଛାତ୍ରୀଛାତ୍ରମାନେ ଓଜେଇଇ ଓ୍ବେବସାଇଟ୍‌ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବେଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ, ଏମ୍‌ସିଏ, ଏମଏସ୍‌ସି, ଏମେ୍‌ଟେକ, ଏମ ପ୍ଲାନ, ଲାଟେରାଲ ଏଣ୍ଟ୍ରି ବିଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବିଏସ୍‌ସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ମେ’ ମାସ ୮ରୁ ୧୫ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ଏଥିପାଇଁ ମୋଟ ୪୭ ପରୀକ୍ଷା କେନ୍ଦ୍ର ହୋଇଥିଲା।