୩୦ଫୁଟ ତଳକୁ ଖସିଲା ତେଲ ଟ୍ୟାଙ୍କର୍‌

ହରଭଙ୍ଗା, ୩।୯(ଡି.ଏନ.ଏ): ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଆଡେନିଗଡ ନିକଟରେ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର ରାସ୍ତା ତଳକୁ ଓଲଟି ପଡିଛି। ସୌଭାଗ୍ୟବଶତଃ ଗାଡିରେ ଥିବା ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ସମ୍ବଲପୁରରେ ତେଲ ଅନଲୋଡ କରି(ଓଆର୦୫ଜେଡ୍‌୮୧୦୦) ତେଲ ଟ୍ୟାଙ୍କର୍‌ଟି ପାରାଦ୍ୱୀପ ଫେରୁଥିବାବେଳେ ଆଡେନିଗଡ ନିକଟରେ ଭାରସାମ୍ୟ ହରାଇ ପ୍ରାୟ ୩୦ ଫୁଟ ତଳକୁ ଓଲଟି ପଡିଥିଲା l ଖବର୍‌ ପାଇ ଆଡେନିଗଡ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ସନ୍ତୋଷ ସ୍ବାଇଁ ସୂଚନା ଦେଇଛନ୍ତି।