ଲେଫ୍ରିପଡ଼ା ବ୍ଲକ, ତହସିଲ, ଥାନା, ବିଭିନ୍ନ ବିଭାଗର କାର୍ଯ୍ୟାଳୟ କରାଗଲା ବିଶୋଧନ

ସୁନ୍ଦରଗଡ,୧।୫(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲାରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଜିଲାର ପ୍ରତ୍ୟେକ ଗ୍ରାମରେ ସଂକ୍ରମଣ ମଧ୍ୟ ବଢୁଛି। ଜିଲାର ତଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଶନିବାର ଭାଜପା ଜିଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରୟାସ କ୍ରମେ ବିଭିନ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି। ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ସହଯୋଗରେ ତଲସରା ନିର୍ବାଚନ ମଣ୍ଡଳୀର ଲେଫ୍ରିପଡ଼ା ବ୍ଲକ, ତହସିଲ ଅଫିସ, ଥାନା, ବିଭିନ୍ନ ବିଭାଗର କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ, ବସଷ୍ଟାଣ୍ଡ ସମେତ ଗ୍ରାମର ମୁଖ୍ୟ ରାସ୍ତା ସହ ବସ୍ତି ଓ ପଡ଼ା ଅଞ୍ଚଳକୁ ସକାଳଠାରୁ ବିଶୋଧନ କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅଜୟ ପଟେଲ, ଏମ୍‌ପିଙ୍କ ବ୍ଲକ ପ୍ରତିନିଧି ଶ୍ରୀୟା ଚୌଧୁରୀ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଉଦିତ ନାଏକ, ଜିଲା କାର୍ଯ୍ୟକାରିଣୀ ତଥା ବିଧାୟିକାଙ୍କ ଟାଙ୍ଗରପାଲି ବ୍ଲକ ପ୍ରତିନିଧି ଅସୀମ ପଟେଲ, ଜିଲା କାର୍ଯ୍ୟକାରିଣୀ ସଭ୍ୟ ତଥା ବିଧାୟିକାଙ୍କ ପ୍ରତିନିଧି ବିମଲ ପଟେଲ, ଲେଫ୍ରିପଡ଼ା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି କ୍ଷୀରୋଦ ସାହୁ, ବାଲିଶଙ୍କରା ବ୍ଲକର ଯୁବ ନେତା ସୁଶାନ୍ତ ପଟେଲ, ସ୍ଥାନୀୟ କାର୍ଯ୍ୟକର୍ତ୍ତା ଦୀକ୍ଷିତ ବହିଦାର, ଅନନ୍ତରାମ ପଟେଲ ପ୍ରମୂଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟରେ ସହଯୋଗ କରିଥିଲେ।