Posted inଫୁରସତ

ମନ୍ଦିର ନିର୍ମାଣ ପାଇଁ ଓଡ଼ିଆମାନେ ଆତ୍ମନିର୍ଭରଶୀଳ ଥିଲେ

ଭଣ୍ଡାର ହିସାବ କରିଥିଲେ ବୀରବର ପଟ୍ଟନାୟକ। ଆମେ ଏହାକୁ ଉପସ୍ଥାପନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ମନ୍ଦିର ନିର୍ମାଣକାଳରେ କେଉଁ ଆବଶ୍ୟକ ଜିନିଷ କେତେ ଅଛି, ଆଉ କେତେ ଆବଶ୍ୟକ, ସେଥିପାଇଁ ପ୍ରସ୍ତୁତ ରହିବା। ନିର୍ମାଣ କାର୍ଯ୍ୟ ଅନବରତ ଚାଲୁ ରହିବ, ଯେପରି ଜିନିଷ ନାହିଁ ବୋଲି ବନ୍ଦ ହୋଇ ନ ଯାଏ। ଏଥିରୁ ଆମେ ଜାଣିବା ସମସ୍ତେ କିପରି ସଜାଗ ଥିଲେ।
ଦ୍ୱିତୀୟ କଥା ଆମେ ଜାଣିଲେ ମନ୍ଦିର ନିର୍ମାଣ ପୂର୍ବରୁ କୋଣାର୍କରେ ମଠ ଥିଲା। ମଠରେ ଶ୍ରୀଜଗନ୍ନାଥ ପୂଜା ପାଉଥିଲେ ଶ୍ରୀଦଧିବାମନ ରୂପରେ। ମହାପ୍ରଭୁ ୬୪ଟି ନାମରେ ଓଡ଼ିଶାରେ ପୂଜା ପାଉଛନ୍ତି। ଶ୍ରୀଦଧିବାମନ ତାହା ମଧ୍ୟରୁ ଅନ୍ୟତମ। ୧୨୪୦ ମସିହା ବେଳକୁ ଶ୍ରୀଦଧିବାମନ ଉପାସନା ଆରମ୍ଭ ହୋଇସାରିଥିଲା। ଏହାବ୍ୟତୀତ ଓଡ଼ିଶାର ପ୍ରସିଦ୍ଧ ଶିବମନ୍ଦିର ଶ୍ରୀବାଲୁଙ୍କେଶ୍ୱରଙ୍କ ମନ୍ଦିର ନିର୍ମିତ ହୋଇସାରିଥିଲା। ଶିବମନ୍ଦିରରେ ଶ୍ରୀନୃସିଂହଙ୍କ ଯୋଗାସନ ବିଗ୍ରହ ପୂଜା ପାଉଥିବା ଘଟଣା ଓଡ଼ିଶାରେ ହରି-ହର ଉପାସନା ଆରମ୍ଭ ହୋଇ ସାରିଥିବାର ସୂଚନା।
ପଥର ହିସାବରୁ ଜଣାଯାଇଥିଲା ୧,୬୨୮ ଖଣ୍ଡ ପଥର ମହଜୁଦ ଥିଲା। ମୁଖଶାଳାର ତୃତୀୟ ପୀଠ ଆରମ୍ଭ ହେଲାବେଳକୁ ଆଗକୁ ଦୃଷ୍ଟିରଖି ରାମ ମହାରଣା ଓ ବାଉରି ମହାରଣା ପଥୁରିଆମାନଙ୍କୁ ନେଇ ଜଗଦଳପୁର ଯାତ୍ରା କଲେ। ଆବଶ୍ୟକ ପଡ଼ିଲା ଚିଟ ସାହାଣ ପଥର। କେତେକ ସ୍ଥାନରେ ଏହା ‘ବାଲିପଥର’ ନାମରେ ସ୍ଥାନ ପାଇଛି। ସେମାନେ ୩୭୨ ଖଣ୍ଡ ପଥର ଚାପରେ ଆଣିଲେ। ପଥର ଉଦିପୁର ଦଣ୍ଡାରେ ପହଞ୍ଚିବା ପରେ ୪୦ ଜଣ ପଥୁରିଆଙ୍କୁ ନେଇ ମହାଶ୍ରମ (ଗଜପତି) ସେଠାରେ ପହଞ୍ଚିଥିଲେ। କୋଣାର୍କରୁ ଗଜପତି ପାଲିଙ୍କିରେ ଯାଇ ପଥର ଚାପ ଆସିବା କାର୍ଯ୍ୟ ତଦାରଖ କରିଥିଲେ। ଏଥରକୁ ମିଶାଇ ୨୦ ଥର ପଥର ଆସିଥିଲା। ଆବଶ୍ୟକ ହେବାରୁ ପୁନଃ ଚିଟ କୁଣ୍ଡାପଥର ବାଣେଶ୍ୱର ନାସୀର ସିଦ୍ଧିଦୁର୍ଗା ପାହାଡ଼ରୁ ଆସିଥିଲା। ଏହି ପାହାଡ଼ର ଅବସ୍ଥିତି ଓ ପଥର ଆସିବା ଜଳପଥ ପୂର୍ବରୁ ଆମେ ଆଲୋଚନା କରିଛେ। ବାରଶହ ଛୋଟ ଛୋଟ ପଥର ଖଣ୍ଡ ଆସିଥିଲା। ପୁନଃ ଆବଶ୍ୟକ ହେବାରୁ ଦୁଇମାସ ପରେ ଆଠ ହାତର ୩ଟି ରେଗେଡ଼ା ସାହାଣ ପଥର ସେହି ବାଣେଶ୍ୱରନାସୀରୁ ଚାପଦଳେଇ ଆଣି ପହଞ୍ଚାଇଲେ। ଏହା ଥିଲା ଏକୋଇଶତମ ପଥର ଆସିବା।
ତଥାପି ପଥର ଆସିବା ବନ୍ଦ ହୋଇ ନ ଥିଲା। ଅଳସକନ୍ୟା ମୂର୍ତ୍ତି ନିର୍ମାଣ ଆରମ୍ଭ ପୂର୍ବରୁ ବିଚାର ହେଲା ଚିଟକୁଣ୍ଡା ପଥର ଆବଶ୍ୟକ। ଚଉଦ ହାତର ୧୨ଟି ପଥର ଆସିଲା ‘ମଲାଗୁଣି’ ନଦୀ ଦେଇ। ମଲାଗୁଣି ନଦୀରୁ ଦୟା ନଦୀ, ତା’ପରେ ସୋଲ ନଦୀ ଦେଇ ଉଦିପୁରଦଣ୍ଡା, ସେଠାରୁ ପଦ୍ମତୋଳାଗଣ୍ଡ। ଏହି ପଥର ଆଣିବା ପାଇଁ ଯାଇଥିଲେ ଗଙ୍ଗା ମହାରଣା।
ଶ୍ରୀପଦ୍ମକେଶର ମନ୍ଦିରର ରୋଷଶାଳା ଛାତ ପଥରରେ ନିର୍ମିତ ହେବା ପରେ ରାଜଗୁରୁଙ୍କ ପରାମର୍ଶରେ ଏକ ମଣ୍ଡପ ନିର୍ମାଣ ହେବା ପାଇଁ ସ୍ଥିର ହେଲା। ବର୍ଗାକାର ମଣ୍ଡପରେ ଏକ ଯନ୍ତ୍ର ଖୋଳାଯିବ। ଯନ୍ତ୍ରଟି ପୁରୋଡ଼ାଣ ନିମନ୍ତେ। ତେଣୁ ତାପଙ୍ଗରୁ ଧଳାପଥର ଆସିଲା। ମଣ୍ଡପ ନିର୍ମାଣ ସହିତ ଉକ୍ତ ପଥରରେ ‘ଶାମ୍ବ’ଙ୍କର ଏକ ମୂର୍ତ୍ତି ନିର୍ମାଣ କରିବା ପାଇଁ ଶିଳ୍ପୀ ବିଶ୍ୱନାଥ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା।
ଶ୍ରୀ ମହାଭାସ୍କରଙ୍କ ମନ୍ଦିର ନିର୍ମାଣ ପାଇଁ ସମୁଦାୟ ୨୪ ଥର ପଥର କୋଣାର୍କକୁ ଆସିଥିଲା। ସବୁଥର ଜଳପଥରେ ହିଁ ପଥର ଆସିଥିବା ଜଣାଯାଉଛି। ସମସ୍ତ ପଥର କଳିଙ୍ଗ ସାମ୍ରାଜ୍ୟର ପାହାଡ଼ ଖୋଳାଯାଇ ଅଣାଯାଇଥିଲା। ଗୋଟିଏ ବି ପଥର ଅନ୍ୟ ସାମ୍ରାଜ୍ୟରୁ ଆସିନି। ଏଥିରୁ ସ୍ପଷ୍ଟ ହୁଏ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶା କେବେ ବି ସେ ସମୟରେ ଅନ୍ୟ ଉପରେ ନିର୍ଭର କରି ନ ଥିଲା। ନିଜର ବିଭିନ୍ନ କିସମର ପଥର ଥିଲା ଅଥଚ ଶିଳ୍ପୀ ନ ଥିଲେ। ବାସ୍ତବରେ ନିଜ ପଥର ନିଜ କାରିଗରଙ୍କୁ ନେଇ ଗଜପତି ଆଶ୍ଚର୍ଯ୍ୟମୟ ମନ୍ଦିରଟିଏ କୋଣାର୍କରେ ଗଢ଼ାଇ ଦେଇଥିଲେ। ପଥର ଚିହ୍ନଟ କରିବା କାର୍ଯ୍ୟ କରୁଥିଲେ ଆମରି ଲୋକ। ଶିଳ୍ପୀ ରାଜୀବ ତେର ଜଣ ସହଯୋଗୀଙ୍କୁ ନେଇ ସବୁଠାରୁ ବେଶୀଦିନ ପଥର ଚିହ୍ନଟ ପାଇଁ ରହିଥିଲେ ନୀଳଗିରିରେ। ଜୀବନର ୫ବର୍ଷ ୩ ମାସ ସେ ନୀଳଗିରିରେ ପଥର ଚିହ୍ନଟ ପାଇଁ ତ୍ୟାଗ କରିଥିଲେ। ପଥର ଖଣି ଆମର, ଚିହ୍ନଟ କଲୁ ଆମେ, ବୋହିଆଣିଲେ ଆମରି ଚାପ ଦଳେଇ, ଗଢ଼ିଲେ ଆମରି ଶିଳ୍ପୀ, ଖଞ୍ଜିଲେ ଆମରି ଲୋକେ ଅଥଚ ବାହାରିଆ ଲେଖକ ଭିତର କଥା ନ ଜାଣି ଲେଖିଦେଲେ ଓଡ଼ିଆମାନେ କରିନାହାନ୍ତି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri