Posted inଖେଳ

ଘରୋଇ କ୍ରିକେଟ ସେସନ ଆରମ୍ଭ ପାଇଁ ଓସିଏର ପ୍ରସ୍ତୁତି

ଭୁବନେଶ୍ୱର,୮।୭: ଘରୋଇ କ୍ରିକେଟ ସେସନ ଆରମ୍ଭ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ପ୍ରସ୍ତୁତି ଓ ଯୋଜନା ଚୂଡାନ୍ତ କରିବା ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ମଧ୍ୟ ଏ ନେଇ ଅଣ୍ଟା ଭିଡିଛି। ଘରୋଇ କ୍ରିକେଟ ସେସନ ଆରମ୍ଭ କରିବାକୁ ଓସିଏ ଏବେ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛି। ବିସିସିଆଇର ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ ଓ ଏ ନେଇ ରାଜ୍ୟର ପ୍ରସ୍ତୁତି ତଥା ଅଭ୍ୟାସ ଶିବିର ଆୟୋଜନ ନେଇ ମଧ୍ୟ ସରକାରଙ୍କ ଅନୁମତି ମଗାଯାଇଛି। ବୁଧବାର ଏ ସଂକ୍ରାନ୍ତରେ ଟୁର୍ନାମେଣ୍ଟ କମିଟି ଓ ଚୟନ କମିଟି (ସିନିୟର ଓ ଜୁନିୟର ପୁରଷ, ମହିଳା)କୁ ନେଇ ଓସିଏ ଆୟୋଜନ କରିଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓସିଏ ଧୀରେ ଧୀରେ କ୍ରିକେଟ କାର୍ଯ୍ୟକଳାପ ଆରମ୍ଭ କରିବ। ନିୟମ ଅନୁଯାୟୀ ସୁରକ୍ଷିତ ବାୟୋ ବବଲରେ କ୍ରିକେଟର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଜୁଲାଇ ୨୫ ତାରିଖରୁ କଟକ ଓ ଭୁବନେଶ୍ୱରରେ ସିନିୟର ଓ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହେବ। ୩୭ଟି ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଲିଗ୍‌ ମ୍ୟାଚ୍‌ଗୁଡିକ ଦିନିକିଆ ଫର୍ମାଟ୍‌ରେ ଖେଳାଯିବ। ତେବେ ସୁପର ଲିଗ୍‌ ମ୍ୟାଚ୍‌ଗୁଡିକ ୩ଟି ଭିନ୍ନ ଫର୍ମାଟ(ଦିନିକିଆ, ଟି୨୦ ଓ ୨ ଦିନିଆ)ରେ ଆୟୋଜନ ହେବ।
ସୁପର ଲିଗ୍‌ରେ ୮ଟି ଦଳ ରହିବେ। ଲିଗ୍‌ର ୬ଟି ଦଳ ସହିତ ଅବଶିଷ୍ଟ ଓଡ଼ିଶାର ଏ ଓ ବି’ ଦଳ ମଧ୍ୟ ସୁପରଲିଗ୍‌ରେ ସାମିଲ ହେବେ। ସୁପରଲିଗ୍‌କୁ କ୍ୱାଲିଫାଏ କରିପାରି ନ ଥିବା ୩୧ ଦଳର ଖେଳାଳିଙ୍କୁ ପ୍ରଦର୍ଶନ ଭିତ୍ତିରେ ଚୟନକର୍ତ୍ତାମାନେ ଏହି ଦୁଇ ଦଳରେ ସାମିଲ କରିବେ। ଫଳରେ ୩୧ଟି ଦଳଗୁଡିକରୁ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ନିଜ ଦକ୍ଷତା ପ୍ରଦାନ କରିବା ଲାଗି ପୁନଃ ସୁଯୋଗ ମିଳିବ।
ସେହିପରି ଭୁବନେଶ୍ୱରରେ ୧୬ ବର୍ଷରୁ କମ୍‌ ଆନ୍ତଃଜିଲା ଟୁର୍ନାମେଣ୍ଟ ମଧ୍ୟ ଜୁଲାଇ ୨୫ରୁ ଆରମ୍ଭ ହେବ। ଏଥିରେ ୩୬ଟି ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଲିଗ୍‌ ମ୍ୟାଚ୍‌ଗୁଡିକ ଦିନିକିଆ ଫର୍ମାଟରେ ଖେଳାଯିବ। ସେହିପରି ସୁପରଲିଗ୍‌ ମ୍ୟାଚ୍‌ଗୁଡିକ ୮ଟି ଦଳ ମଧ୍ୟରେ ଖେଳାଯିବ ଓ ଏଗୁଡିକ ୨ ଦିନିଆ ଫର୍ମାଟରେ ଖେଳାଯିବ।
ସେହିପରି ଓସିଏ ମହିଳା କ୍ରିକେଟ ଟୁର୍ନାମେଣ୍ଟ ମଧ୍ୟ ଜୁଲାଇ ୨୫ ତାରିଖରୁ ଆରମ୍ଭ ହେବ। ଏହା ଭୁବନେଶ୍ୱରରେ ଉଭୟ ଦିନିକିଆ ଓ ଟି୨୦ ଫର୍ମାଟରେ ଖେଳାଯିବ।
ଏହି ଟୁର୍ନାମେଣ୍ଟଗୁଡିକରେ ପ୍ରଦର୍ଶନକୁ ଭିତ୍ତିକରି ଚୟନକର୍ତ୍ତାମାନେ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ୨୩, ୧୯ ଓ ୧୬ ବର୍ଷରୁ ଓଡ଼ିଶା ପୁରୁଷ ଦଳ ଓ ୨୩ ଓ ୧୯ ବର୍ଷରୁ କମ୍‌ ମହିଳା ଦଳ ଚୟନ କରିବେ। ଏହି ଦଳଗୁଡିକ ବିସିସିଆଇ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri