ଖୋର୍ଦ୍ଧାରେ ଯାଞ୍ଚ ହେଲା ନର୍ସିଂ ହୋମ

ଖୋର୍ଦ୍ଧା ଅଫିସ, ୨୬।୬: ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟର ସମସ୍ତ ଜିଲାରେ ଥିବା ନର୍ସିଂହୋମ, ହସ୍ପିଟାଲରେ କୋଭିଡ୍‌-୧୯ ଯାଞ୍ଚ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଶୁକ୍ରବାର ଖୋର୍ଦ୍ଧା ଜିଲାପାଳ ଶିତାଂଶୁ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପ ଜିଲାପାଳ ଅଶୋକ ବେଉରିଆ ଏବଂ ତହସିଲଦାର ପଦ୍ମଚରଣ ସାହୁଙ୍କ ନେତୃତ୍ୱ ଦୁଇଟି ଟିମ୍‌ ବିଭିନ୍ନ ନର୍ସିଂ ହୋମ୍‌ ଯାଞ୍ଚ କରିଛନ୍ତି। ଖୋର୍ଦ୍ଧାସ୍ଥିତ ଘରୋଇ ଜେନାମଣୀ/ନନ୍ଦିଘୋଷ ଏବଂ ସହଯୋଗ ହସ୍ପିଟାଲରେ ଯାଞ୍ଚ ହୋଇଛି। କୋଭିଡ-୧୯ ଗାଇଡ୍‌ଲାଇନ ପାଳନ କରାଯାଉଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଇଛି । କୋଭିଡ ଗାଇଡ୍‌ଲାଇନ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲାପାଳ ବେଉରିଆ କହିଛନ୍ତି ।