ରାଜଧାନୀରେ ଟିକାକେନ୍ଦ୍ର ସଂଖ୍ୟା ୨୭କୁ ବୃଦ୍ଧି

ଭୁବନେଶ୍ୱର,୨୦।୭(ବ୍ୟୁରୋ): କରୋନା ମହାମାରୀ କାୟା ବିସ୍ତାର କରୁଥିବାବେଳେ ଏଥିରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମହାମାରୀର ପ୍ରକୋପ ଅଧିକ ରହୁଥିବାରୁ ଏଠାରେ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକମାନେ ଯେପରି ଶୃଙ୍ଖଳାର ସହ ଯଥାଶୀଘ୍ର ଟିକା ନେଇପାରିବେ ସେନେଇ ବିଏମ୍‌ସି ଟିକାକେନ୍ଦ୍ର ବୃଦ୍ଧି କରିଛି। ପୂର୍ବରୁ ୧୨ଟି କେନ୍ଦ୍ରରେ ଟିକା ଦିଆଯାଉଥିବାବେଳେ ଏହାକୁ ବଢ଼ାଇ ୨୭ କରାଯାଇଛି। କେବଳ ବୁଷ୍ଟର ଡୋଜ୍‌ ନୁହେଁ ବରଂ ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଟିକାକରଣର ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ, କୋଭାକ୍ସିନ୍‌ଠାରୁ ଆରମ୍ଭ କରି କୋଭିସିଲ୍ଡ ଏବଂ ପିଲାମାନଙ୍କ ପାଇଁ କୋର୍ବେଭାକ୍ସ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି।
ବିଏମ୍‌ସି ପକ୍ଷରୁ ଚିହ୍ନଟ ହୋଇଥିବା ୨୧ଟି ସ୍ବାସ୍ଥ୍ୟକେନ୍ଦ୍ର ଯଥା କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ବିଏମ୍‌ସି ହସ୍ପିଟାଲ, ପଟିଆ ୟୁସିଏଚ୍‌ସି, ୟୁନିଟ-୪ ୟୁସିଏଚ୍‌ସି, ଡୁମୁଡୁମା ୟୁସିଏଚ୍‌ସି, ଶହୀଦନଗର ୟୁପିଏଚ୍‌ସି, ଘାଟିକିଆ ୟୁପିଏଚ୍‌ସି, ଆଇଆର୍‌ସି ଭିଲେଜ୍‌ ୟୁପିଏଚ୍‌ସି, କଳ୍ପନା ୟୁପିଏଚ୍‌ସି, ସାମନ୍ତରାପୁର ୟୁପିଏଚ୍‌ସି, ୟୁନିଟ-୮ ୟୁପିଏଚ୍‌ସି, ଇସିଓଆର୍‌, ଶିଖରଚଣ୍ଡୀ ୟୁପିଏଚ୍‌ସି, ଜିଜିପି ରସୁଲଗଡ଼ ୟୁପିଏଚ୍‌ସି, ଝାରପଡ଼ା ୟୁପିଏଚ୍‌ସି, ନୀଳାଦ୍ରିବିହାର ୟୁପିଏଚ୍‌ସି, ୟୁନିଟ-୩ ୟୁପିଏଚ୍‌ସି, ବ୍ରହ୍ମେଶ୍ୱର ପାଟଣା ୟୁପିଏଚ୍‌ସି, ପୋଖରୀପୁଟ ୟୁପିଏଚ୍‌ସି ଏବଂ ନହରକଣ୍ଟା ୟୁପିଏଚ୍‌ସିରେ କୋଭାକ୍ସିନ ଦିଆଯିବ। ଏଠାରେ ହିତାଧିକାରୀମାନେ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ନେଇପାରିବେ। ସେହିପରି ୟୁନିଟ-୯ ୟୁପିଏଚ୍‌ସିରେ କୋଭିସିଲ୍ଡ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ। ଏଥିସହ କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ସତ୍ୟନଗର ୟୁପିଏଚ୍‌ସି, ଚନ୍ଦ୍ରଶେଖରପୁର ୟୁପିଏଚ୍‌ସି ଏବଂ କପିଳପ୍ରସାଦ ୟୁପିଏଚ୍‌ସିରେ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଟିକାକେନ୍ଦ୍ରରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ଟିକାକରଣ କରାଯିବ। ତେବେ ଟିକାକରଣ ପାଇଁ ହିତାଧିକାରୀଙ୍କୁ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକିଂ କରିବାକୁ ପଡିବ। ପୂର୍ବରୁ ଅନ୍‌ଲାଇନ୍‌ ଏବଂ ସିଧାସଳଖ ଭାବେ ଟିକାକେନ୍ଦ୍ରକୁ ଯାଇ ଟିକା ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହାଦ୍ୱାରା ଅତ୍ୟଧିକ ଗହଳି ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri