ବଢୁଛି ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା

ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟର କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ରୋଜଗାର ଆଶା ଦେଖାଇ ବାହାର ରାଜ୍ୟକୁ ନେଉଛନ୍ତି। କମ୍ପାନୀରେ ଶ୍ରମିକମାନେ ଅଳ୍ପ ମଜୁରି ପାଇବା ସହ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପଟେ ଜିଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ ନିକଟରେ ଏହି ଅଣ ପଞ୍ଜୀକୃତ ଠିକାଦାରଙ୍କ ସମ୍ପର୍କରେ ତଥ୍ୟ ନ ଥିବା ଜଣାପଡ଼ିଛି। ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅଣ ପଞ୍ଜୀକୃତ ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ବାହାର ରାଜ୍ୟର କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ରାଜ୍ୟର ବିଭିନ୍ନ ଜିଲାରୁ ଶ୍ରମିକମାନଙ୍କୁ ଏକାଠି କରି ଏହି ଏଜେଣ୍ଟମାନେ ବାହାର ରାଜ୍ୟର ଚାଲିଥିବା କୋଠାବାଡି ଓ ବିଭିନ୍ନ କମ୍ପାନୀରେ କାମରେ ଲଗାଉଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସ୍ବଳ୍ପ ଦରମା ଦେଇ ଅଧିକ ସମୟ ଖଟାଉଥିବା ଅନେକ ସମୟରେ ଅଭିଯୋଗ ହେଉଥିବା ନଜରକୁ ଆସିଛି। ତେବେ ଶ୍ରମ ବିଭାଗ ପକ୍ଷରୁ ଅଣପଞ୍ଜୀକୃତ ଠିକାଦାରଙ୍କୁ ରୋକ୍‌ ଦେବା ଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟର କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା ଏଜେଣ୍ଟମାନେ ନେଟଓ୍ବାର୍କ ବଢ଼ାଇବା ସହ ଗରିବ ଲୋକଙ୍କୁ ବାହାର ରାଜ୍ୟକୁ ପଠାଉଛନ୍ତି। ଜିଲା ଶ୍ରମ ବିଭାଗର ଅବହେଳାରୁ ବାହାର ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। ଏହି କ୍ରମରେ ବାଣପୁର ଥାନା ଅଞ୍ଚଳର ଜୟ ନାୟକ ଅଧିକ ଟଙ୍କା ରୋଜଗାର ଆଶାରେ ୨ଜଣ ଠିକାଦାରଙ୍କ ପ୍ରରୋଚନାରେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଠିକା ଶ୍ରମିକଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଶୋଷଣର ଶିକାର ହେବା ସହ ଜୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ମୃତଦେହ ଗଁାକୁ ଆଣିବା ପାଇଁ ପରିବାରଲୋକ ଠିକାଦାରଙ୍କୁ ଜଣାଇବା ସତ୍ତ୍ୱେ ସମ୍ପୃକ୍ତ ଠିକାଦାର କୌଣସି ସହଯୋଗ କରି ନ ଥିଲେ। ଏନେଇ ପରିବାର ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର କହିଛନ୍ତି, ଅଭିଯୋଗ ଆସିବା ପରେ ସଙ୍ଗେ ସଙ୍ଗେ ସମ୍ପୃକ୍ତ କମ୍ପାନୀ ଏବଂ ଠିକାଦାରଙ୍କୁ ନୋଟିସ୍‌ କରାଯାଉଛି। ଅଣ ପଞ୍ଜୀକୃତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri