ଶିଳ୍ପ ସମୃଦ୍ଧ ଜିଲାରେ ବେକାରଙ୍କ ସଂଖ୍ୟା ବଢୁଛି

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ୍‌.ଏ.),୩୦।୧୨: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିତ୍କରଣ ଓ ଯାଜପୁର ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ବ୍ୟାସନଗର ସ୍ବୟଂଶାସିତ କଲେଜ ପରିସରରେ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ତେବେ ଏଠାରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଦୂରତା ମାତ୍ର ୫ କିମି ହୋଇଥିଲେ ହେଁ କୌଣସି ଶିଳ୍ପ କାରଖାନା କର୍ତ୍ତୃପକ୍ଷ ଭାଗ ନେଇନାହାନ୍ତି। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ନାନା ଚର୍ଚ୍ଚା ଜୋର ଧରିଛି।
ଶିଳ୍ପ ଓ ଖଣି ଖାଦାନରେ ଭରପୂର ଯାଜପୁର ଜିଲାରେ ଦିନକୁ ଦିନ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ପ୍ରାୟ ୬୦ ପ୍ରତିଶତ ନିୟମିତ ନିଯୁକ୍ତି ଓ ଠିକା ଶ୍ରମିକ ରାଜ୍ୟ ବାହାର ଲୋକଙ୍କୁ ମିଳୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଜିଲା କର୍ମ ନିୟୋଜନ ସଂସ୍ଥାରେ ଯେତିକି ସଂଖ୍ୟାରେ ବେକାର ଶିକ୍ଷିତ ଯୁବତୀଯୁବକ ନାମ ପଞ୍ଜୀକରଣ କରୁଛନ୍ତି, ସେମାନଙ୍କୁ ଚାକିରି ମିଳୁନାହିଁ। ଚାକିରି ଅପେକ୍ଷାରେ ଅନେକଙ୍କ ବୟସ ଅତିକ୍ରାନ୍ତ ହୋଇ ଯାଉଥିବାରୁ ସେମାନଙ୍କ ମଧ୍ୟରେ ନୈରାଶ୍ୟଭାବ ପ୍ରକାଶ ପାଉଛି। ଶିଳ୍ପ ଓ ଖଣିଦ୍ୱାରା ଜିଲାର ବେକାରି ସମସ୍ୟା ଦୂରୀକରଣ ହୋଇପାରିବ ବୋଲି ସରକାର କହୁଥିବାବେଳେ ବାସ୍ତବତାଠାରୁ ଏହା ବହୁ ଦୂରରେ ରହିଯାଉଛି। ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ ଏଯାଏ ପ୍ରାୟ ୨୫ ହଜାର ବେକାର ଶିକ୍ଷିତ ଯୁବତୀଯୁବକ ପଞ୍ଜୀକରଣ କରିଛନ୍ତି। ହେଲେ ଦୁର୍ଭାଗ୍ୟ ଯେ, ଜିଲା କର୍ମ ନିୟୋଜନ ସଂସ୍ଥା ଜରିଆରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିୟୁକ୍ତି ସଂଖ୍ୟା ୧୦୦ ବି ଅତିକ୍ରମ କରି ପାରିନାହିଁ। ସ୍ଥାନୀୟ ନିଯୁକ୍ତି ସଂଖ୍ୟାକୁ ଅବଲୋକନ କଲେ ଜିଲାର ଜନପ୍ରତିନିଧିମାନଙ୍କ ପ୍ରସଙ୍ଗ କ୍ରମେ ଅପ୍ରସଙ୍ଗ ବୋଲି ମନେହେଉଛି। ଜନ ପ୍ରତିନିଧିଙ୍କ ଉପରେ ଜନତାଙ୍କ ଆଶା ଓ ଭରସା କ୍ରମଶଃ ମଉଳି ଯାଇଛି। ସାଧାରଣ ଲୋକଙ୍କ ଜନଜୀବନ ସହ ଜଡିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସବୁ ନେତାଏ ଏଡାଇ ଯାଇ ନିଜର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଜାବୁଡ଼ି ଧରିବାର ଦେଖାଯାଉଛି। ଜିଲାରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ଗଢ଼ି ଉଠିବାରେ ଲାଗିଛି। ଏସବୁ ଶିଳ୍ପ ସଂସ୍ଥା କିନ୍ତୁ ସ୍ଥାନୀୟ ନିଯୁକ୍ତିକୁ ଜାଣିଶୁଣି ଉପେକ୍ଷା କରି ଚାଲିଛନ୍ତି। ସ୍ଥାନୀୟ ଲୋକେ ନିଯୁକ୍ତି ପାଇଲେ ଯେଉଁ ମାତ୍ରାରେ ଲାଭଖୋର କମ୍ପାନୀ ମାଲିକମାନେ ଶ୍ରମିକ ଶୋଷଣ କରି ଚାଲିଛନ୍ତି ତାହା ସଂଗଠିତ ହୋଇ ବିରୋଧ ହେବ। ଏହି ଚିନ୍ତା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଘାରୁଛି। ଅନ୍ୟପକ୍ଷେ ଯେଉଁ କେତେଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ଅସ୍ଥାୟୀ ଓ ଠିକା ନିଯୁକ୍ତି, ଦିନ ମଜୁରିଆ କହିଲେ ଅତ୍ୟୁକ୍ତି ନୁହେଁ। ସ୍ଥାୟୀ ନିଯୁକ୍ତି ପାଇଁ ଜିଲା କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ କମ୍ପଲସରି ନୋଟିଫିକେଶନ ଅଫ୍‌ ଭାକାନ୍ସି ଆକ୍ଟ ୧୯୫୯ ଅନୁଯାୟୀ ଖାଲି ପଦବୀରେ ନିଯୁକ୍ତି ବ୍ୟବସ୍ଥାକୁ ଉଦ୍ଦେଶ୍ୟମୂଳକ ଭାବେ ଶିଳ୍ପ ସଂସ୍ଥାଗୁଡିକ ଉଲ୍ଲଂଘନ କରି ଚାଲିଛନ୍ତି। ଏଥିରୁ ସ୍ପଷ୍ଟ ଯେ, କେବଳ ନିଯୁକ୍ତି ମେଳା ନୁହେଁ ଆଇନକାନୁନ ଓ ନୀତି, ନିୟମ ପ୍ରତି ମଧ୍ୟ ଶିଳ୍ପସଂସ୍ଥାଙ୍କ ବେଖାତିର ମନୋଭାବ ରହି ଆସିଛି। ଅନ୍ୟପକ୍ଷେ, ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ ଜିଲାରେ ନୂତନ ଭାବେ ପ୍ରତିଷ୍ଠିତ ସିମେଣ୍ଟ କାରଖାନାଗୁଡ଼ିକରେ ଠିକା ଶ୍ରମିକ ଭାବେ ଜିଲାର ପ୍ରାୟ ୧୫୦୦ ଲୋକଙ୍କୁ ନିଯୁକ୍ତି ମିଳିଛି। ଏଭଳି ପ୍ରସଙ୍ଗ ଜିଲାରେ ସର୍ବୋଚ୍ଚସ୍ତରରେ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧିଙ୍କ ଦୃଷ୍ଟିକୁ ଆସୁନାହିଁ। ତଥାପି ଲୋକଙ୍କ ଦରଦୀ ହେବାର ଅଭିନୟ କରି ଶସ୍ତା ରାଜନୀତିରେ ବ୍ୟସ୍ତ ନେତାଏ ବାସ୍ତବତାକୁ ଅବାସ୍ତବ ଏବଂ ଅବାସ୍ତବକୁ ବାସ୍ତବ କରିବାରେ ମାତିଛନ୍ତି ବୋଲି ମତପ୍ରକାଶ ପାଇଛି। ବେକାରି ସମସ୍ୟା ଯୋଗୁ ଦିନ ଦ୍ୱିପ୍ରହରରେ ଲୁଟ, ରାହାଜାନି, ଡକାୟତି ଆଦି ଘଟଣା ନିୟମିତ ବ୍ୟବଧାନରେ ଘଟି ଚାଲିଛି।
ଏହି ନିଯୁକ୍ତି ମେଳାରେ ଭାଗ ନେଇଥିବା ଆଶାୟୀ ପ୍ରକାଶ କୁମାର ସ୍ବାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ ଓ ଜୟଶ୍ରୀ ମିଶ୍ର କହିଛନ୍ତି, କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳର ନିଯୁକ୍ତିଦାତାମାନେ ଏଠାରେ ଭାଗ ନେବେ ବୋଲି ଆଶା କରିଥିଲୁ। କିନ୍ତୁ ଭାଗ ନେଇଥିବା ନିଯୁକ୍ତିଦାତାମାନେ ତାଲିମ ନେବା ପରେ ଚାକିରି ମିଳିବ ବୋଲି କହିଛନ୍ତି। ବଡ଼ ଶିଳ୍ପ କମ୍ପାନୀମାନେ ଏହି ନିଯୁକ୍ତି ମେଳାକୁ ଉପେକ୍ଷା କରିଛନ୍ତି। କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ମେଳାକୁ ଉଦ୍‌ଘାଟନ କରି ଏଠି ଦକ୍ଷତା ପ୍ରତିପାଦନ ପାଇଁ ଭରପୂର ସୁଯୋଗ ରହିଛି ଏବଂ ଅନେକ ଉଚ୍ଚଶିକ୍ଷିତ, ଡିଗ୍ରୀ, ଡିପ୍ଲୋମାଧାରୀ ଭରି ରହିଛନ୍ତି। ସେ ଦିଗରେ ସମସ୍ତ ନିଯୁକ୍ତିଦାତା ଓ ତାଲିମ ସହଯୋଗୀମାନେ ଯତ୍ନବାନ୍‌ ହେବାକୁ ସେ ପରାମର୍ଶ ଦେଇଥିଲେ। ମେଳାରେ ୮ ଟି ନିଯୁକ୍ତିଦାତାଙ୍କ ସହିତ ୬ ଜଣ ତାଲିମ ସହଯୋଗୀ ସାମିଲ ହୋଇଥିଲେ। ମୋଟ ୭୮୦ ପ୍ରାର୍ଥୀ ନିଯୁକ୍ତି ମେଳାରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥା ମାଧ୍ୟମରେ ନାମାଙ୍କନ ପାଇଁ ମନୋନୟନ କରାଯାଇଛି। ଅନ୍ୟପକ୍ଷେ ଏକାଧିକ ଷ୍ଟଲ ଖାଲି ପଡିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri