ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ୁଛି

ନୟାଗଡ଼,୨୬।୬(ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ଫେରିବାଲା ବାଂଲାଦେଶୀ ନା ପଶ୍ଚିମବଙ୍ଗ ବାସିନ୍ଦା ଜାଣିହେଉନାହିଁ। ଅଧିକ ଭଡ଼ା ଦେଉଥିବାରୁ ସ୍ଥାନୀୟ ବାସିନ୍ଦା ଫେରିବାଲାଙ୍କୁ ଘରଭଡା ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସିନ୍ଦୂରିଆରେ ଫେରିବାଲାଙ୍କ ରହଣି ଓ ହରେକମାଲ ବ୍ୟବସାୟ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବ୍ୟବସାୟ କମିବାରେ ଲାଗିଛି। ସ୍ବଳ୍ପ ଲାଭ ରଖି ହରେକମାଲରେ ଶାଢ଼ି, ଲୁଗାଠାରୁ ଆରମ୍ଭକରି ବିଭିନ୍ନ ଉପକରଣ ବିକ୍ରି କରିବା ପରେ ସ୍ଥାନୀୟ ବ୍ୟବସାୟୀ ହାତ ବାନ୍ଧି ବସିଲେଣି। କିଏ ଆସୁଛି, କିଏ ଯାଉଛି ପୋଲିସ ପାଖରେ ଖବର ନାହିଁ। ଯଦି କିଛି ଅସୁବିଧା ହୁଏ ସେତେବେଳେ କିଏ ଦାୟୀ ରହିବ ପ୍ରଶ୍ନ ଉଠିଲାଣି।
ସିନ୍ଦୂରିଆ ପଞ୍ଚାୟତର ବେବର୍ତ୍ତାପଲ୍ଲୀ ରୋଡ୍‌ରେ ୨୫ରୁ ଊର୍ଦ୍ଧ୍ୱ ରହୁଥିବାବେଳେ ସିନ୍ଦୂରିଆର କବର ସ୍ଥାନ, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ନିକଟସ୍ଥ, ପାଟଣାସାହି, ମହାନ୍ତି ସାହି, ବ୍ରାହ୍ମଣ ଓ ବଣିଆ ସାହିରେ ୧୦୦ରୁ ଅଧିକ ଫେରିବାଲାଙ୍କୁ ଦେଖିବାକୁ ମିଳୁଛି। ଏମାନେ ପ୍ରାୟ ୨୦ବର୍ଷ ହେଲା ସିନ୍ଦୂରିଆରେ ରହି ଆସୁଛନ୍ତି। ସିନ୍ଦୂରିଆ ପରେ ବେବର୍ତ୍ତାପଲ୍ଲୀ ରୋଡ୍‌ରେ ଏବେ ଚାହିଦା ବଢ଼ୁଛି। ୨ ବଖରା ଘର ଭଡ଼ା ନେଇ ଗୋଟିକରେ ଗୋଦାମ ଓ ଅନ୍ୟଟିରେ ରହୁଛନ୍ତି। ଗୋଟିଏ ବଖରାରେ ୪ରୁ ୧୦ ଜଣ ଲେଖାଏ ରହୁଛନ୍ତି । ୨ଟି ବଖରାକୁ ୧୦ରୁ ୧୫ ହଜାର ଭଡ଼ା ଦେଉଛନ୍ତି। ସ୍ବଳ୍ପ ଘରକୁ ଅଧିକ ଦାମରେ ଭଡ଼ା ମିଳୁଥିବାରୁ ମାଲିକ ଖୁସ୍‌। ଏହି ଫେରିବାଲା ଜିଲାର ବିଭିନ୍ନ ଗାଁକୁ ଯାଇ ସେମାନଙ୍କ ବ୍ୟବସାୟ ଚଳାଇ ଆସୁଛନ୍ତି। ସ୍ବଳ୍ପ ଦାମରେ ଓ ଘର ପାଖରେ ଉପକରଣ ପାଇ ଗ୍ରାହକ ଖୁସି ହେଉଛନ୍ତି। ସେପଟେ ସ୍ବଳ୍ପ ଦାମରେ ଉପକରଣ ବିକ୍ରି କରି ଫେରିବାଲା ଭଲ ଲାଭ କମାଇ ପାରୁଛନ୍ତି। ଫେରିବାଲା ସାଧାରଣତଃ ବର୍ଷାଋତୁରେ ନିଜ ଅଞ୍ଚଳକୁ ପଳାଇଯାଉଛନ୍ତି। ଅନ୍ୟ ଦିନଗୁଡିକରେ ସିନ୍ଦୂରିଆରେ ରହି ସେମାନଙ୍କ ବ୍ୟବସାୟ ଚଳାଇ ଆସୁଛନ୍ତି।
ଭଡ଼ାରେ ରହି ଉଠାଇ ସାରିଲେଣି ଭୋଟର ତାଲିକାରେ ନାଁ ସିନ୍ଦୂରିଆରେ ଫେରିବାଲାମାନେ ଭଡ଼ାରେ ରହି ସେମାନଙ୍କର ନାଁ ଭୋଟର ତାଲିକାରେ ଉଠାଇ ସାରିଲଣି। ପଞ୍ଚାୟତ ନିର୍ବାଚନରେ ଏମାନେ ଭୋଟ ଦେଉଛନ୍ତି। ପ୍ରଶ୍ନ ଉଠୁଛି ନୟାଗଡ଼ ଜିଲାର ବାସିନ୍ଦା ନ ହୋଇ ସ୍ଥାୟୀ ପ୍ରମାଣପତ୍ର ନ ଥାଇ ସେମାନଙ୍କ ନାଁ ଭୋଟର ତାଲିକାରେ ଉଠିଲା କିପରି। ସେମାନଙ୍କୁ କାହିଁକି ଭୋଟର ତାଲିକାରେ ନାଁ ଉଠାଣ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ପ୍ରଶାସନ, ପୋଲିସ ସେମାନଙ୍କ ପାଇଁ କ’ଣ ପଦକ୍ଷେପ ନେଇଛି। ସେମାନେ କେଉଁଠାର ବାସିନ୍ଦା ବୋଲି ପ୍ରଶାସନ ଜାଣିଛି କି, ଯଦି ଜାଣିଛି ସେମାନେ ଭଡ଼ାଘରେ ରହୁଥିବାବେଳେ ଥାନାଠାରୁ ଅନୁମତି ନେଉଛନ୍ତି କି? ଫେରିବାଲାଙ୍କ ଉପରେ ଅନେକ ପ୍ରଶ୍ନ ଉଠୁଛି। ଏ ପ୍ରସଙ୍ଗରେ ନୟାଗଡ଼ ଜିଲା ଓ ବ୍ଲ୍ଳକ ପ୍ରଶାସନ ଆଖି ବୁଜିଦେଇଛି। ପୋଲିସ ପ୍ରଶାସନ ମଧ୍ୟ ନୀରବତା ଅବଲମ୍ବନ କରୁଛି। ୨୦ ବର୍ଷ ହେଲା ଏଭଳି ସ୍ଥିତି ଲାଗି ରହିଥିବାବେଳେ ଆଗାମୀ ଦିନରେ ଏହା କିଛି ଯେ, ଅସୁବିଧା ନ ଘଟାଇପାରେ କହିହେବ ନାହିଁ। ଏ ନେଇ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା କୁହନ୍ତି, ସିନ୍ଦୁରିଆରେ ରହୁଥିବା ଫେରିବାଲାଙ୍କ ଆଧାର କାର୍ଡ ପୋଲିସ ପାଖରେ ରହିଛି। ଥାନାର ବିନା ଅଗୋଚରରେ ଫେରିବାଲାଙ୍କୁ ନୂଆ କରି ଘରଭଡ଼ା ନ ଦେବାକୁ ଘର ମାଲିକଙ୍କୁ କୁହାଯାଇଛି। ପୋଲିସ ପକ୍ଷରୁ ସେମାନଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କୁହନ୍ତି, ସିନ୍ଦୁରିଆରେ ରହୁଥିବା ଫେରିବାଲାଙ୍କ ଉପରେ ସମୀକ୍ଷା କରାଯାଇ ସେ ପ୍ରସଙ୍ଗରେ କ’ଣ କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?