‘ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି’

ଭୁବନେଶ୍ୱର,୧୮।୦୧(ବ୍ୟୁରୋ) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖଛନ୍ତି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ଜେନେରାଲ ବେଡ଼ ୯ ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡ଼୍ରିଆଟିକ ଆଡମିଶନ ବହୁତ କମ ରହିଛି। ତେବେ ତୃତୀୟ ଲହରରେ ହସ୍ପିଟାଲ ଆଡମିଶନ ଓ ଅକ୍ସିଜେନ ଆବଶ୍ୟକତା କମ୍‌ ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି। ସର୍ବନିମ୍ନ ୧୦ ରୁ ୧୫ ଦିନ ସମୟ ଦରକାର ଏହି ଟ୍ରେଣ୍ଡ ବିଷୟରେ ଜାଣିବା ପାଇଁ। ଯେ ପର୍ଯ୍ୟନ୍ତ ଏ ଟ୍ରେଣ୍ଡ ବିଷୟରେ ନ ଜାଣିଛେ ତାହା ଆଗକୁ ବଢିବ ନା କମିବ କହିବା ଯୁକ୍ତିଯୁକ୍ତ ନୁହେଁ।