କୁଷ୍ଠମୁକ୍ତ ଓଡ଼ିଶାରେ କୁଷ୍ଠ ରୋଗୀ ସଂଖ୍ୟା ବଢୁଛି

ଭୁବନେଶ୍ବର,୫ା୯(ଅଭିଜିତ ଦାସ):ରାଜ୍ୟରେ ଏବେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ ସରକାର କୁଷ୍ଠ ଚିକିତ୍ସାକୁ ଗୁରୁତ୍ୱ ଦେବା ସହ ଜିଲା ତଥା ରାଜ୍ୟ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ବିଶେଷକରି କୁଷ୍ଠମୁକ୍ତ ଓଡ଼ିଶାରେ କୁଷ୍ଠ ରୋଗୀ ସଂଖ୍ୟା ବଢ଼ିବା ଘଟଣା ଚିନ୍ତାର ବିଷୟ ପାଲଟିଥିବାବେଳେ ସରକାର ଚିକିତ୍ସା, ଚିହ୍ନଟ ଓ ସଚେତନତା କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠୁଛି। ୨୦୦୫ରେ କେନ୍ଦ୍ର ସରକାର କୁଷ୍ଠମୁକ୍ତ ଭାରତ ଘୋଷଣା କରିଥିବାବେଳେ ରାଜ୍ୟ ସରକାର ୨୦୦୬-୦୭ରେ ଓଡିଶାକୁ କୁଷ୍ଠମୁକ୍ତ ରାଜ୍ୟ ଭାବେ ଘୋଷଣା କରିଥିଲେ। ଏହାପରେ ଉଭୟ ସରକାରୀ ଓ ବ୍ୟକ୍ତିଗତ ସ୍ତରରେ କୁଷ୍ଠ ରୋଗକୁ ସେପରି ଗୁରୁତ୍ୱ ଦିଆ ନ ଯିବାରୁ ପରବର୍ତ୍ତୀ ସମୟରେ ଏହା ପୁଣି ଲୋକଙ୍କ ମନରେ ବଡ଼ରୋଗର ଭୟ ସୃଷ୍ଟି କଲାଣି।
ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୧୮-୧୯ ମଧ୍ୟରେ ୧୦ ହଜାର ୭୮୬ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୦୧୯-୨୦ରେ ୧୦ ହଜାର ୭୭ଜଣ ଚିହ୍ନଟ ହୋଇଥିବାବେଳେ ୨୦୨୦-୨୧ରେ ୬ହଜାର ୧୪୮, ୨୦୨୧-୨୨ରେ ୫ ହଜାର ୭୨୯ ଓ ୨୦୨୨-୨୩ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୭ ହଜାର ୧୮୭ ଜଣ ଚିହ୍ନଟ ହୋଇଛନ୍ତି। ବିଶେଷକରି ରାଜ୍ୟର ବୌଦ୍ଧ, ନୂଆପଡା, ବଲାଙ୍ଗୀର ଓ ସୋନପୁର ଅଞ୍ଚଳରେ ଅଧିକ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି। ଅନ୍ୟପକ୍ଷରେ କୁଷ୍ଠ ଏକ ସଂକ୍ରମଣଜନିତ ରୋଗ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲାର ସରକାରୀ ଡାକ୍ତରଖାନାରେ ଡି.ପି.ଏମ.ଆର କ୍ଲିନିକ୍‌ରେ କୁଷ୍ଠରୋଗୀଙ୍କ ଚିକିତ୍ସା କରାଯାଉଛି। କୁଷ୍ଠ ରୋଗୀଙ୍କ ଲାଗି ରାଜ୍ୟରେ ୮୬ଟି କୁଷ୍ଠ କଲୋନୀ ସହ ୧୪ଟି କୁଷ୍ଠ ଚିକିତ୍ସାଳୟ ଓ ୪ଟି କୁଷ୍ଠାଶ୍ରମର ବ୍ୟବସ୍ଥା କରାଯାଇଛି। କିନ୍ତୁ ଅଧିକାଂଶ କୁଷ୍ଠ କଲୋନୀ ଅବ୍ୟବସ୍ଥାରେ ଚାଲୁଥିବାବେଳେ ୩୫୯ କୁଷ୍ଠକର୍ମୀ ପଦବୀ ଖାଲି ପଡିଛି। ସେହିପରି ହସ୍ପିଟାଲଗୁଡ଼ିକରେ ଥିବା ଡି.ପି.ଏମ.ଆର କ୍ଲିନିକ୍‌ରେ ମଧ୍ୟ ଡ୍ରେସରଙ୍କ ଅଭାବ ରହିଛି।
ଏପରିସ୍ଥିତି ସତ୍ତ୍ୱେ ବିଭାଗର ଜଣେ ଅଧିକାରୀ କହିଛନ୍ତି, ୨୦୩୦ ସୁଦ୍ଧା ରାଜ୍ୟକୁ କୁଷ୍ଠରୋଗମୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଆଶା ବେସ୍‌ ସର୍ଭିଲାନ୍ସ ଅଫ୍‌ ଲେପ୍ରୋସି କାର୍ଯ୍ୟକ୍ରମ ଜରିଆରେ ଆଶାକର୍ମୀଙ୍କୁ ଟ୍ରେନିଂ ଦିଆଯାଉଛି। ସେମାନେ ଘର ଘର ବୁଲି ସର୍ଭେ କରୁଛନ୍ତି। ସେହିପରି ଆୟୁଷ ଡାକ୍ତରଙ୍କୁ କୁଷ୍ଠ ଉପରେ ଟ୍ରେନିଂ ଦିଆଯାଉଛି। ପ୍ରତ୍ୟେକ କୁଷ୍ଠ କଲୋନୀରେ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଡ୍ରେସର ପ୍ରତି ସପ୍ତାହରେ ଚିକିତ୍ସା ସହ ଡ୍ରେସିଂ ପାଇଁ ଯାଉଛନ୍ତି। ଏହାସହ ଗ୍ରାମାଞ୍ଚଳରେ ଚିହ୍ନଟ କୁଷ୍ଠ ରୋଗୀଙ୍କୁ ନିକଟ ପିଏଚ୍‌ସି ଓ ସିଏଚ୍‌ସିରେ ଚିକିତ୍ସା କରାଯାଉଛି। ସାଧାରଣତଃ କୁଷ୍ଠ ରୋଗରେ ପୀଡିତ ରୋଗୀ ୬ ମାସଧରି ଔଷଧ ସେବନ କରନ୍ତି। କିନ୍ତୁ ଅଧିକାଂଶ ରୋଗୀ ୬ ମାସ ଔଷଧ ଠିକ୍‌ ଭାବରେ ଖାଉନାହନ୍ତି। ସେହିପରି କରୋନା ସମୟରେ ଠିକ୍‌ ଭାବରେ ସର୍ଭେ କରାଯାଇ ନ ଥିବାରୁ ଚଳିତ ବର୍ଷ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri